Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଚାକିରୀ ବଦଳେ ଜମି ଦୁର୍ନୀତି ମାମଲା: ତେଜସ୍ୱୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, କହିଲେ-CBIରେ ହେବାକୁ ପଡିବ ହାଜର

16/03/2023 at 5:32 PM

ନୂଆଦିଲ୍ଲୀ ୧୬।୩: ଚାକିରୀ ବଦଳେ ଜମି ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ତେଜସ୍ୱୀ ଯାଦବଙ୍କୁ ଝଟକା ଲାଗିଛି। ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ୨୫ ମାର୍ଚ୍ଚ ପୂର୍ବାହ୍ନ ସାଢେ ୧୦ଟାରେ ଦିଲ୍ଲୀ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି। ତେବେ ହାଇକୋର୍ଟ ଏହି ମାମଲାରେ ଚଳିତମାସରେ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ତେଜସ୍ୱୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଗୁରୁବାର ତେଜସ୍ୱୀଙ୍କ ଆବେଦନ ଉପରେ ଶୁଣାଣି କରି ସିବିଆଇ ଦ୍ୱାରା ଜାରି ସମନ ରଦ୍ଦ ଲାଗି ନିବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି।  

ଉଲ୍ଲେଖଯୋଗ୍ୟ ଯେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କଥିତ ଚାକିରୀ ବଦଳେ ଜମି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଜାରି ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସିବିଆଇ ତେଜସ୍ୱୀଙ୍କୁ ୪, ୧୧ ଓ ୧୪ ମାର୍ଚ୍ଚରେ ହାଜର ହେବା ଲାଗି ସମନ କରିଥିଲେ। ତେବେ ତେଜସ୍ୱୀ ତାଙ୍କ ବ୍ୟକ୍ତିଗତ କାରଣ ଦର୍ଶାଇ ସମନକୁ ଟାଳି ଯାଇଥିଲେ। ଏହା ପରେ ସେ ହାଇକୋର୍ଟରେ ସିବିଆଇର ସମନ ରଦ୍ଦ କରିବାକୁ ଗୁହାରୀ କରିଥିଲେ। ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସିବିଆଇରେ ହାଜର ହେବାକୁ ପଡିବ ବୋଲି କହିଥିବା ବେଳେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହା ପୂର୍ବରୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଚାକିରୀ ବଦଳେ ଜମି ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡୀ ଦେବୀ ଓ ଝିଅ ମିସା ଭାରତୀଙ୍କୁ ଜାମିନ ମଞ୍ଜୁର କରିଥିଲେ।  ହେଲେ ତେଜସ୍ୱୀ ସିବିଆଇ ପଚରା ଉଚରା ଲାଗି ଏପର୍ଯ୍ୟନ୍ତ ହଜାର ହୋଇ ନଥିବା ବେଳେ ସମନକୁ ହାଇକୋର୍ଟରେ ଚାଲେଞ୍ଜକରିଥିଲେ।

   Related Posts