krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ଦେବାଲାଗି କେନ୍ଦ୍ର ସରକାର ଓ ସଫଦରଜଙ୍ଗ ହସ୍ପିଟାଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି?

22/10/2023 at 8:27 PM

ନୂଆଦିଲ୍ଲୀ ୨୨।୧୦: ଦିଲ୍ଲୀ ଉଚ୍ଚନ୍ୟାୟାଳୟ କେନ୍ଦ୍ର ସରକାର ଓ ସଫଦରଜଙ୍ଗ ହସ୍ପିଟାଲକୁ ସେହି ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏ କୋଭିଡ-୧୯ ମହାମାରୀ କାଳରେ ହସ୍ପିଟାଲରେ ଡ୍ୟୁଟି କରୁଥିବା ବେଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଉଚ୍ଚନ୍ୟାୟାଳୟ କହିଛନ୍ତି ଯେ କେନ୍ଦ୍ର ସରକାର ଏତେ ସଂକିର୍ଣ୍ଣ ଦୃଷ୍ଟିକୋଣ ଆପଣେଇ ପାରିବେନି ଯେ କେବଳ ସେହି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ( କୋଭିଡ-୧୯ ମୁକାବିଲାରେ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତାଙ୍କ ନିମନ୍ତେ ବୀମା ଯୋଜନା) ରେ କଭର କରାଯିବ ଯେଉଁମାନେ କୋଭିଡ-୧୯ ୱାର୍ଡ ଅଥବା କେନ୍ଦ୍ରରେ ମୁତୟନ ଥିଲେ।

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି ଯେ ମହାମାରୀ କାଳରେ ଲୋକେ ସେମାନଙ୍କର ଯାଞ୍ଚ କରାଇବାକୁ ହସ୍ପିଟାଲରେ ଭିଡ କରୁଥିଲେ ଓ ସେତେବେଳେ କେବଳ ସୁରକ୍ଷା ଗାର୍ଡ ଓ ପାରାମେଡିକ କର୍ମୀ ହିଁ କେବଳ ହସ୍ପିଟାଲର ସୁରକ୍ଷା ସୁନିଶ୍ଚିତ କରିନଥିଲେ ରୋଗୀଙ୍କୁ ମାର୍ଗଦର୍ଶନ ମଧ୍ୟ ଦେଉଥିଲେ। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏଥି ପାଇଁ ଏହା କୁହାଯାଇ ପାରିବନି ଯେ ବିଭିନ୍ନ ସ୍ଥାନରେ ମୁତୟନ ସିକ୍ୟୁରିଟି ଗାର୍ଡ କୋଭିଡ-୧୯ ରୋଗୀଙ୍କ ସିଧା ସମ୍ପର୍କରେ  ଆସୁନଥିଲେ।

କୋର୍ଟ କେନ୍ଦ୍ର ସରକାରଙ୍କ ସେହି ତର୍କକୁ ମାନିବାକୁ ଅସ୍ୱୀକାର କରିଥିଲେ ଯେଉଁଥିରେ ଆବେଦନକାରୀ ସଙ୍ଗିତା ୱାହୀ ଙ୍କ ସ୍ୱାମୀ ଦିଲ୍ଲୀପ କୁମାରଙ୍କୁ କୋଭିଡ-୧୯ ରୋଗୀଙ୍କ ଦେଖାଶୁଣା କରିବାକୁ ମୁତୟନ ନଥିଲେ ଓ ସେ ଏପରି ରୋଗୀଙ୍କ ସିଧା ସଂସ୍ପର୍ଶରେ ମଧ୍ୟ ନଥିଲେ। ଏଣୁ ତାଙ୍କୁ ଏହି ଯୋଜନା ଅନ୍ତର୍ଗତ କରାଯାଇ ପାରିବନି ବୋଲି ସରକାରୀ ଓକିଲ କହିଥିଲେ।  ଦିଲ୍ଲୀପ କୁମାରଙ୍କର ଜୁନ୍ ୨୦୨୦ରେ ମୃତ୍ୟୁ ହୋଇଥିଲା। ଏଥିରେ  ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବଲମ୍ବନ କରାଯାଉଥିବା ସଂକିର୍ଣ୍ଣ ମନଭାବକୁ ସ୍ୱୀକାର କରାଯାଇ ପାରିବନି ବୋଲି କହିଛନ୍ତି ଓ ସିକ୍ୟୁରିଟି ଗାର୍ଡ ଦିଲ୍ଲୀକୁମାରଙ୍କ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍, କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ବୀମା ଯୋଜନା ଲାଭର ହକଦାର ବୋଲି କହିଛନ୍ତି।

କୋର୍ଟ କହିଛନ୍ତି ଯେ ଏହି ଯୋଜନା ବାସ୍ତବରେ ସେହିମାନଙ୍କ ପରିବାର ସଦସ୍ୟଙ୍କୁ ଲାଭ ଦେବା ପାଇଁ କରାଯାଇଥିଲା ଯେଉଁମାନେ କୋଭିଡ-୧୯ ମହାମାରୀରେ ପ୍ରଭାବିତ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରି ନିଜ ଜୀବନ ହରାଇଥିଲେ। ଏଥିରେ ଏପରି ସଂକିର୍ଣ୍ଣ ଦୃଷ୍ଟିକୋଣ ରଖିବା ସେହି ଯୋଜନାର ଭାବନାର ବିରୋଧାଚରଣ କରୁଛି ଯାହାର ଉଦ୍ଦେଶ୍ୟ  ସେହି ଲୋକଙ୍କୁ ତତ୍କାଳ ଆଶ୍ୱସ୍ତି ପ୍ରଦାନ କରିବା ଯେଉଁମାନେ ବିଷମ ପରିସ୍ଥିତିର ମୁକାବିଲା କରୁଥିଲେ ଓ ହଜାର ହଜାର ଲୋକଙ୍କ ପ୍ରାଣ ରକ୍ଷା କରୁଥିଲେ।   

ବିଷ ବଳୟରେ ରାଜଧାନୀ ! GRAP-3 ଲାଗୁ ହେଲେ ବଡ଼ ପଦକ୍ଷେପ ନେଇପାରନ୍ତି ସରକାର

   Related Posts