scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାହାନୱାଜ ହୁସେନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

17/08/2022 at 9:45 PM

ନୂଆଦିଲ୍ଲୀ ୧୭/୦୮: ବଢ଼ିଲା ପୂର୍ବତନ ବେସାମରିକ ବିମାନ ଉଡ଼ାଣ ଓ ବୟନଶିଳ୍ପ ମନ୍ତ୍ରୀ  ଶାହାନୱାଜ ହୁସେନଙ୍କ ଅଡ଼ୁଆ।  ଭାରତୀୟ ଜନତା ପାର୍ଟିର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହାନୱାଜ ହୁସେନଙ୍କୁ ଏକ ଦୁସ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟ କ୍ଷମା ଦେବାକୁ ମନା କରିଛନ୍ତି। ଅଦାଲତ ଦିଲ୍ଲୀ ପୋଲିସକୁ ହୁସେନଙ୍କ ବିରୋଧରେ ଏକ ଦୁସ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିବାରୁ ଆଦେଶ ଦୋଇଛନ୍ତି। ଏହାସହିତ ସହିତ ୩ ମାସ ମଧ୍ୟରେ ତଦନ୍ତ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ୨୦୧୮ ରେ ପୂର୍ବତନ କେନ୍ଦ୍ର ବେସାମରିକ ବିମାନ ଉଡ଼ାଣ ଓ ବୟନଶିଳ୍ପ ମନ୍ତ୍ରୀଙ୍କ  ଉପରେ ଦୁସ୍କର୍ମ ଅଭିଯୋଗ ଆସିଥିଲା। କୋର୍ଟ ଆହୁରି କହିଛନ୍ତି ଯେ ତଥ୍ୟରୁ ଜଣାପଡ଼ିଛିଯେ ଦିଲ୍ଲୀ ପୋଲିସର ଏହି ମାମଲାରେ ଏତଲା ରୁଜୁ କରିବା ପାଇଁ ଇଚ୍ଛା ନାହିଁ।

ବିଚାରପତି ଆଶା ମେନନ ଧାରା ୧୭୩ ଧାରା ଅଧୀନରେ ଏହି ମାମଲାର ଯାଞ୍ଚ କରି ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସେ ଆହୁରି କହିଛନ୍ତି ୨୦୧୮ର ଏହି ଅଭିଯୋଗରେ କଣ ପାଇଁ ଏତଲା ରୁଜୁ ହୋଇନାହିଁ ସେଥିପାଇଁ ତାହା ବୁଝାଇବା ପାଇଁ ଅନେକ କାରଣ ରହିଛି।

ନ୍ୟାୟଳୟ କହିଛନ୍ତିଯେ ପୋଲିସ ହୁସେନଙ୍କ ବିରୋଧରେ ଏତଲା ରୁଜୁ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛି। ଏତଲା ଅଭାବରେ ପୋଲିସ କେବଳ ପ୍ରାରମ୍ଭିକ ତଦନ୍ତ କରିପାରିବ। ଏହି ଅଭିଯୋଗକୁ ନେଇ ପୋଲିସର ମନୋଭାବ ଉପରେ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।  ତଳ କୋର୍ଟରେ ହୋଇଥିବା ଦୁସ୍କର୍ମମାମଲାକୁ ଭିତ୍ତିହୀନ ଦର୍ଶାଇ ହୁସେନ  ଆବେଦନ କରିଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ତାଙ୍କ ବିରୋଧରେ ଦୁସ୍କର୍ମ ମାମଲା ରୁଜୁ କରିବାକୁ କହିଛନ୍ତି।

   Related Posts