Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ଖାରଜ କଲେ ନିମ୍ନ ଅଦାଲତଙ୍କ ଆଦେଶ, ED ପଚରା ଉଚରାରେ ରହିବେନି ତାଙ୍କ ଓକିଲ

4/06/2022 at 7:41 PM

ନୂଆଦିଲ୍ଲୀ ୪।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା ଗିରଫ ପୂର୍ବତନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା। ହାଇକୋର୍ଟ ନିମ୍ନ ଅଦାଲତଙ୍କ ସେହି ଆଦେଶକୁ ଶନିବାର ଅଗ୍ରାହ୍ୟ କରି ଦେଇଛନ୍ତି, ଯେଉଁଥିରେ ଇଡିଙ୍କ ପଚରା ଉଚୁରାରେ ତାଙ୍କ ଓକିଲଙ୍କ ଉପସ୍ଥିତିକୁ ମଞ୍ଜୁରୀ ମିଳିଥିଲା। ଆମ ଆଦମୀ ପାର୍ଟି (ଏଏପି) ନେତାଙ୍କୁ  ଇଡି ମେ ୩୦ ତାରିଖ ଦିନ ପିଏମଏଲଏ ପ୍ରାବଧାନରେ ଗିରଫ କରିଥିଲେ ଓ ନିମ୍ନ ଅଦାଲତ ତାଙ୍କୁ ୯ ଜୁନ ପର୍ଯ୍ୟନ୍ତ ଇଡିଙ୍କ କଷ୍ଟଡିକୁ ପଠାଇ ଦେଇଛନ୍ତି।

ତେବେ ମାମଲାରେ ହାଇକୋର୍ଟ ଇଡି ପଚରା ଉଚରା କାଳରେ ହାୱଲା ନେଣଦେଣ ସମ୍ପର୍କରେ ପଚରା ଉଚୁରା  କାରଣରୁ ତାଙ୍କ ସାଙ୍ଗରେ କେହି ଓକିଲ ରହି ପାରିବେନି ବୋଲି କହିଛନ୍ତି।  ମାମଲାରେ ଏଫଆଇଆର ଅଥବା ଏତଲା ରୁଜୁ ହୋଇ ନାହିଁ। ଏଣୁ କଷ୍ଟଡିରେ ଥିବା ଅଭିଯୁକ୍ତଙ୍କୁ ମିଳିବାକୁ ଥିବା ସୁବିଧା ମିଳିପାରିବ ନାହିଁ। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କଷ୍ଟଡି ଲାଗି ନିମ୍ନ ଅଦାଲତଙ୍କ ସର୍ତ୍ତକୁ ଇଡି ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ।

ମାମଲାର ଶୁଣାଣି କାଳରେ ଇଡି କୋର୍ଟଙ୍କୁ କହିଥିଲେ ଯେ ଏହି ମାମଲାରେ ଜୈନଙ୍କୁ ଏପର୍ଯ୍ୟନ୍ତ ଅଭିଯୁକ୍ତ କରାଯାଇ ନାହିଁ। ସନ୍ଦିଗ୍ଧ ଭାବେ ତାଙ୍କୁ କଷ୍ଟଡିକୁ ନିଆଯାଇଛି।  ଏଣୁ ପଚରା ଉଚୁରା କାଳରେ ଅଭିଯୁକ୍ତଙ୍କ ପରି ତାଙ୍କ ସାଙ୍ଗରେ ଓକିଲ ରଖିବାର ସୁବିଧା ଦିଆଯାଇପାରିବ ନାହିଁ। ସାଙ୍ଗରେ ଓକିଲ ରହିଲେ ପଚରାଉଚରା କଷ୍ଟକର ହେବ। ଏଥିରେ ସତ୍ୟେନ୍ଦ୍ର ଜୈନଙ୍କ ଓକିଲ କପିଲ ଶିବଲ କହିଥିଲେ ଯେ ଯଦି ଜୈନ ଅଭିଯୁକ୍ତ ନୁହନ୍ତି ଓ କେବଳ ସନ୍ଦିଗ୍ଧ ତେବେ ଇଡି କିପରି ତାଙ୍କୁ କଷ୍ଟଡିକୁ ନେଲେ? ଯଦି ସେ ଅଭିଯୁକ୍ତ ତେବେ ତାଙ୍କୁ ପଚରା ଉଚରା କାଳରେ ସାଧାରଣ ଅଭିଯୁକ୍ତଙ୍କ ପରି ଓକିଲଙ୍କ ଉପସ୍ଥିତି ଓ ପରାମର୍ଶର ସୁବିଧା ଏବଂ ସୁଯୋଗ ମିଳିବା ଦରକାର ବୋଲି ତର୍କ ରଖିଥିଲେ।

ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଜୈନଙ୍କୁ ଗତମାସରେ ଇଡି ଗିରଫ କରିଥିଲେ। କୋଲକାତାର ଏକ କମ୍ପାନୀକୁ ହାୱାଲା ନେଣଦେଣ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ କରିଥିଲେ। କୁହାଯାଉଛି ନକଲୀ କମ୍ପାନୀଙ୍କ ମାଧ୍ୟମରେ ଆସିଥିବା ଅର୍ଥର ଉପଯୋଗ ସିଧା ଭୂମି କ୍ରୟ ଲାଗି ଅଥବା ଦିଲ୍ଲୀ ଆଖପାଖରେ କୃଷିଭୂମି କ୍ରୟ ନିମନ୍ତେ କରାଯାଇଥିବା ଋଣର ଆଦାୟ ନିମନ୍ତେ କରାଯାଇଥିଲା।

   Related Posts