oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

‘ଦେଶ ଦେବାଳିଆ ହୋଇଯିବ’ : କୋଭିଡ୍ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ନେଇ ଏମିତି କହିଲେ ଦିଲ୍ଲୀ ହାଇକୋର୍ଟ

9/04/2022 at 10:25 AM

ନୂଆଦିଲ୍ଲୀ, ୦୯/୦୪: କରୋନା ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା ଅନୁକମ୍ପା ପ୍ରଦାନ ନେଇ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଏତେ ଅର୍ଥ ଦେଲେ ଦେଶ ଦେବାଳିଆ ହୋଇଯିବ ବୋଲି ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ।

ସୂଚନାନୁସାରେ, ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କରୋନା କାରଣରୁ କିମ୍ବା ୧ ମାସ ମଧ୍ୟରେ ପୋଷ୍ଟ୍ କୋଭିଡ୍ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ  ୧କୋଟି ଟଙ୍କା ଅନୁକମ୍ପା ପ୍ରଦାନ ନେଇ ଆବେଦନକୁ ଖାରଜ କରିଛନ୍ତି । ଏଥିପାଇଁ ନିର୍ଦ୍ଦେଶନାମା ପାରିତ କରିବେ ନାହିଁ ବୋଲି କୋର୍ଟ ସଫାସଫା ଶୁଣାଇଛନ୍ତି ।

ମୁଖ୍ୟ ବିଚାରପତି ବୀପିନ ସାଙ୍ଘୀ ଓ ଜଷ୍ଟିସ୍ ନବୀନ ଚାଓ୍ୱଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ବେଳେ ଖଣ୍ଡପୀଟ କହିଥିଲେ ଯେ, ଏପରି ନିର୍ଦ୍ଦେଶ ଦେଲେ ଦେଶ ଦେବାଳିଆ ହୋଇଯିବ । ପୂର୍ବରୁ ସରକାର ପୀଡିତଙ୍କ ପରିବାରକୁ ଅନୁକମ୍ପା ପ୍ରଦାନ ନେଇ ନୀତି ଧାର୍ଯ୍ୟ କରିଛନ୍ତି । ଏନେଇ ୫୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଯାହାକୁ ରାଜ୍ୟ ସରକାର ଆପତକାଳୀନ ପାଣ୍ଢିରୁ ପ୍ରଦାନ କରିପାରିବେ ।

ସୂଚନାଯୋଗ୍ୟ, ଡାକ୍ତର ବିଦ୍ୟୋତମା ଝା ଅନୁକମ୍ପା ପ୍ରଦାନ ନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ । ସେ କରୋନା ମୃତକଙ୍କ ପରିବାରକୁ ସରକାର ୧ କୋଟି ଟଙ୍କା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି ।

   Related Posts