scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଢ଼ିଲା ଅଶନୀରଙ୍କ ଅଡ଼ୁଆ, ଭାରତ ପେ ବିରୋଧରେ ଆପତ୍ତିଜନକ ପୋଷ୍ଟ ପାଇଁ କୋର୍ଟ ଲଗାଇଲେ ଜରିମାନା

28/11/2023 at 4:14 PM

ashneer grover

ନୂଆଦିଲ୍ଲୀ: ଭାରତ ପେର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ଉପରେ ଜରିମାନା। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଅଶନୀର ଗ୍ରୋଭରଙ୍କ ଉପରେ କୋର୍ଟଙ୍କ ଆଦେଶ ଉଲ୍ଲଘଂନ କରିବା ଅଭିଯୋଗରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଅଶନୀର କୋର୍ଟ ଆଦେଶ ଉଲ୍ଲଘଂନ କରି ଭାରତପେ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସୂଚନାଥାଉକି, ଭାରତପେ କୋର୍ଟରେ ଅଭିଯୋଗ ଆଣିଥିଲା ଯେ, ଅଶନୀର କୋର୍ଟଙ୍କ ଆଦେଶର ଉଲ୍ଲଘଂନ କରି ଭାରତପେ ବିରୋଧରେ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଆଉ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଫାଇନ ଲଗାଇଛନ୍ତି। ହାଇକୋର୍ଟ କହିଛନ୍ତି ଗ୍ରୋଭରଙ୍କ ଆଚରଣରେ ସେ ସ୍ତବ୍ଧ । ବିଚାରପତି ରେଖା ପାଲି, ଅଶନୀରଙ୍କ ଦ୍ବାରା କୋର୍ଟଙ୍କ ଆଦେଶର ଉଲ୍ଲଘଂନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜରିମାନା ଲଗାଇଛନ୍ତି । ଅବଶ୍ୟ ଅଶନୀର କୋର୍ଟଙ୍କୁ କ୍ଷମା ମାଗିଛନ୍ତି ଏବଂ ଭବିଷ୍ୟତରେ ଏଭଳି ଭାରତପେ ବିରୋଧରେ ଆଉ କୌଣସି ପୋଷ୍ଟ କରିବେ ନାହିଁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ନ୍ୟୁୟର୍କ ଯାଉଥିଲେ ଅଶନୀର ଗ୍ରୋଭର ଓ ତାଙ୍କପତ୍ନୀ, ବିମାନ ବନ୍ଦରରେ ଅଟକାଇ ଫେରାଇ ଦେଲା ପୁଲିସ

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପୋଲିସ ୨୦୨୩ ମେ ୧୦ରେ ଏକ ମାମଲା ରୁଜୁ କରିଥିଲା ପୋଲିସ। ଏଥିରେ ଅଶନୀର ତାଙ୍କ ପରିବାର ଏବଂ ପତ୍ନୀ ଅର୍ଥ ହେରଫେରର ଅଭିଯୋଗ ରହିଥିଲା। ଏହି ସମୟରେ କମ୍ପାନି ଦାବି କରିଥିଲା ଯେ ଏହା ଯୋଗୁଁ ପ୍ରାୟ ୮୧ କୋଟିର କ୍ଷତି ହୋଇଛି।

ଆଉ ଏହି ମାମଲା ପରେ ଗ୍ରୋଭର ଏବଂ ଭାରତ ପେକୁ ପରସ୍ପର ପ୍ରତି ଅସମ୍ମାନପୂର୍ଣ୍ଣ ତଥା ଅପଶବ୍ଦ ବ୍ୟବହାର ନକରିବାକୁ କହିଥିଲେ। କିନ୍ତୁ ଭାରତ ପେ ଅଭିଯୋଗ କରିଥିଲା ଯେ, ଅଶନୀର ଏବଂ ତାଙ୍କ ପରିବାର ବିରୋଧରେ ଦିଲ୍ଲୀ ପୋଲିସ ଦ୍ବାରା ଏଫଆଇଆର ରୁଜୁ ହେବା ପରଠାରୁ ସେ ଟ୍ବିଟରରେ କମ୍ପାନି ବିରୋଧରେ ଆପତ୍ତିଜନକ ଅଭିଯୋଗ ଆଣୁଛନ୍ତି।

   Related Posts