ପତ୍ନୀ ସୁନନ୍ଦା ପୁସ୍କରଙ୍କ ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ସମନ

Published By : Prameya-News7 Bureau | June 05, 2018 IST

ଶଶୀ ଥରୁରଙ୍କୁ ସମନ । ପତ୍ନୀ ସୁନନ୍ଦା ପୁସ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି । ଜୁଲାଇ ୭ ତାରିଖରେ ହାଜର ହେବାକୁ ଶଶୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଲୋଡନର ବିଷୟ ହେଲା ପତ୍ନୀଙ୍କ ମୃତ୍ୟୁ ମାମଲାରେ ଶଶୀ ଥରୁରଭ୍କୁ ଜଣେ ଅଭିଯୁକ୍ତ ଭାବେ ଏହି ସମନ ଜାରି କରିଛନ୍ତି କୋର୍ଟ । ୪ ବର୍ଷ ତଳେ ଦିଲ୍ଲୀର ଲୀଲା ହୋଟେଲର ରୁମ୍‌ ନମ୍ବର ୩୪୫ରେ ସୁନନ୍ଦା ପୁସ୍କରଙ୍କ ମୃତ୍ୟୁ ହୋଇଥିଲା । ଆଉ ୪ ବର୍ଷ ପରେ ଗତ ମାସରେ ଦିଲ୍ଲୀ ପୋଲିସ ଏହି ମାମଲାରେ ତାର୍ଜ ସିଟି ଦାଖଲ କରିଥିଲା । ସୁନନ୍ଦାଙ୍କ ଆତ୍ମହତ୍ୟା ଲାଗି ତାଙ୍କ ସ୍ବାମୀ ତଥା କଂଗ୍ରେସ ସାଂସଦ ଶଶୀ ଥରୁର୍‌ ଙ୍କୁ ଜଣେ ଅଭିଯୁକ୍ତ ଦର୍ଶାଇଛି ପୋଲିସ । ଏହି ମାମଲାକୁ ରାଜନୈତୀକ ରୂପ ଦିଆଯାଉଥିବା ଅଭିଯୋଗ କରିଆସୁଥିବା ଶଶୀ ଥରୁର କିନ୍ତୁ କହିସାରିଛନ୍ତି ଯେ, ସେ ନିର୍ଦ୍ଦୋଶ ଏବଂ ଅଦାଲତରେ ସେ ତାର ଜବାବ ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.