Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପଟିୟାଲା ହାଉସ୍ କୋର୍ଟରେ ‘ହୋଲି ମିଲନ’କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଅସନ୍ତୋଷ, ଜାଣନ୍ତୁ ହୋଇଥିଲା କ’ଣ?

12/03/2023 at 5:48 PM

ନୂଆଦିଲ୍ଲୀ ୧୨।୩: ପଟିୟାଲା ହାଉସ କୋର୍ଟଙ୍କ ଉପରେ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ଏବେ କୋର୍ଟ ପରିସରରେ ‘ହୋଲି ମିଲନ’ର ଭିଡିଓ ଖୁବ୍ ଭାଇରାଲ ହେଉଛି। ଏଥିରେ ଆଇଟମ ଗାର୍ଲମାନଙ୍କୁ ହୋଲି ଅବସରରେ କୋର୍ଟ ପରିସରରେ ଆଇଟମ ନୃତ୍ୟ କରୁଥିବା ଦେଖାଯାଇଛି। ତେବେ କୋର୍ଟରେ ଏପରି ଆୟୋଜନ ହାଇକୋର୍ଟଙ୍କୁ ଅସନ୍ତୁଷ୍ଟ କରିଛି। ଏହା ଆଇନ ପେଷାର ଉଚ୍ଚ ନୈତିକ ମାନର ବିରୁଦ୍ଧାଚରଣ ବୋଲି ହାଇକୋର୍ଟ କହିଛନ୍ତି। ଏପରି କାର୍ଯ୍ୟକ୍ରମ ଆୟୋଜନ କରି ବିଚାର ବିଭାଗୀୟ ସଂସ୍ଥାଙ୍କ ଛବିକୁ ଖରାପ କରାଯାଇଥିବା କୋର୍ଟ କହିଛନ୍ତି।

ମାମଲାରେ ଜିଲ୍ଲା ଜଜ୍‌ଙ୍କୁ ଦିଲ୍ଲୀ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି ଓ ଏପରି ଆୟୋଜନକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଏହି ଉତ୍ସବ ଦିଲ୍ଲୀ ବାର ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଉତ୍ସବ ଭିଡିଓରେ ପେଷାଦାର ନର୍ତ୍ତକୀଙ୍କୁ ବଲିଉଡ ଗୀତରେ ଆଇଟମ ନାଚୁଥିବାର ଦେଖାଯାଉଛି। ହାଇକୋର୍ଟ ମାମଲାରେ ନିଜ ଆଡୁ ସଜ୍ଞାନ ନେବା ସହ କୋର୍ଟରେ ମାମଲାର ରିପୋର୍ଟ ତଲବ କରିଛନ୍ତି। ଏବେ ମାମଲାରେ ପଟିୟାଲା ହାଉସ୍ କୋର୍ଟଙ୍କ ମୁଖ୍ୟ ଜିଲ୍ଲା ଓ ସେସନ ଜଜ୍ ନୂଆଦିଲ୍ଲୀ ବାର ଆସୋସିଏସନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବେ।

ଏହି କାରଣ ଦର୍ଶାଅ ନୋଟିସ୍‌ ଆସନ୍ତା ୩ ଦିନ ମଧ୍ୟରେ ଜାରି ହେବ। ଏହା ପରେ ହାଇକୋର୍ଟଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯିବ। କୋର୍ଟ ମାମଲାରେ ଯଥାଶୀଘ୍ର ରିପୋର୍ଟ ପଠାଇବାକୁ କହିଛନ୍ତି। ସେହିପରି ଯେଉଁ ପର୍ଯ୍ୟନ୍ତ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନ ହୋଇଛି ସେ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜିଲ୍ଲା ମୁଖ୍ୟ ସେସନ ଓ ଜଜ୍ ପଟିୟାଲା ହାଉସ୍ କୋର୍ଟର ପରିସରକୁ ବ୍ୟବହାର କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହା ବ୍ୟତୀତ ଯେବେବି କୌଣସି ଜିଲ୍ଲା କୋର୍ଟ ବାର ଆସୋସିଏସନର କୌଣସି କାର୍ଯ୍ୟକ୍ରମ ଲାଗି କୋର୍ଟ ପରିସରର ଅନୁମତି ନେବେ ତା ପୂର୍ବରୁ ନିଜର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇବେ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ଛଡା ହାଇକୋର୍ଟ ସମସ୍ତଙ୍କୁ ଆଇନ, ନିୟମ ଓ ବିନିୟମକୁ ବିଶ୍ୱସ୍ଥତାର ସହ ପାଳନ କରିବାକୁ ନିବେଦନ କରିଛନ୍ତି। ଯେପରି କେହି ଏପରି କିଛି ନ କରନ୍ତି ଯାହା ଦ୍ୱାରା ବିଚାରବିଭାଗୀୟ ସଂସ୍ଥା ଓ ଆଇନ ପେଷାର ଗାରିମା ହ୍ରାସ ହୁଏ ଅଥବା ଛବିକୁ ଖରାପ କରିବ ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି।  

   Related Posts