ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ରାୟ, ୩୩ ସପ୍ତାହ ଭ୍ରୁଣର ଗର୍ଭପାତ ପାଇଁ ଦେଲେ ଅନୁମତି, କହିଲେ ମାଆର ଇଚ୍ଛା...

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ନିଜର ୩୩ ସପ୍ତାହର ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆଇନ ଅନୁସାରେ ୨୪ ସପ୍ତାହର ଭ୍ରୁଣକୁ ଗର୍ଭପାତ କରିବାର ଅନୁମତି ରହିଛି । ମହିଳା ଜଣଙ୍କ କୋର୍ଟରେ ଅପିଲ କରିଥିଲେ ଯେ ଭ୍ରୁଣରେ ମସ୍ତିଷ୍କରେ ଅସାମନ୍ୟତା ଦେଖାଯାଉଛି, ଏଥିପାଇଁ ଗର୍ଭପାତର ଅନୁମତି ଦିଆଯାଉ । ଦିଲ୍ଲାର ଏଲଏନଜେପି ହସ୍ପିଟାଲର ମେଡିକାଲ ବୋର୍ଡ ମହିଳାଙ୍କ ଅପିଲ ଗ୍ରହଣ କରି ନଥିଲା । ବୋର୍ଡ କହିଥିଲା ଯେ ଗର୍ଭାବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରହିଛି ଏହି କାରଣରୁ ଗର୍ଭପାତ ଅନୁମତି ଦିଆ ଯାଇ ପାରିବ ନାହିଁ । ଆଇନ ଅନୁସାରେ ଦେଶରେ ଗର୍ଭପାତର ଅନୁମତି ପାଇଁ ୨୪ ସପ୍ତାହ ସବୁଠୁ ଅଧିକ ସମୟ । ଏହି ମାମଲାରେ ଗର୍ଭାବସ୍ଥା ନଅ ସପ୍ତାହ ଅର୍ଥାତ ପ୍ରାୟ ଆଠ ମାସରେ ରହିଛି ।

ବୋର୍ଡରୁ ଅନୁମତି ନ ମିଳିବା ପରେ ମହିଳା ଜଣଙ୍କ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ପ୍ରତିଭା ସିଂ ମହିଳାଙ୍କ ଆବେଦନ ଶୁଣି ଥିଲେ ଏବଂ ହସ୍ପିଟାଲର ନ୍ୟୁରୋସର୍ଜନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ନ୍ୟୁରୋସର୍ଜନ ଭ୍ରୁଣରେ ମାନସିକ ଅସାମନ୍ୟତା ଥିବା ନେଇ ସ୍ପଷ୍ଟ କରିଥିଲେ । ଏହାସହ ପିଲା ଜନ୍ମ ହେଲେ ଭବିଷ୍ୟତରେ ଏହାର ଜୀବନ କିପରି କଟିବ ତାହା କହିବା ମୁସ୍କିଲ ଅଟେ ବୋଲି କହିଥିଲେ ।

{"id":718058,"width":838,"height":545,"sizeSlug":"full","linkDestination":"none"}

ବିଚାରପତି ପ୍ରତିଭା ସିଂଙ୍କ ବୟାନରୁ ଅନୁମାନ କରାଯାଇ ପାରିବ ଯେ ଏହି ମାମଲାକୁ ନେଇ ସେ ଦ୍ୱନ୍ଦ୍ୱରେ ଥିଲେ । ତାଙ୍କ କହିବା କଥା, ପ୍ରଯୁକ୍ତିବିଦ୍ୟା ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି, ଭବିଷ୍ୟତରେ ଗର୍ଭରେ ବଢୁଥିବା ଭ୍ରୁଣ ବାବଦରେ ଅନେକ କିଛି ଜାଣି ହୋଇପାରିବ । ସମ୍ଭବତଃ ଜେନେଟିକ୍ ଯାଞ୍ଚ ଏବଂ ଆଇକ୍ୟୁ ଯାଞ୍ଚ ମଧ୍ୟ ହୋଇପାରେ । ଏପରି ସ୍ଥଳେ କଣ ମାଆ-ବାପା ପିଲା ଜନ୍ମ କରିବାକୁ ମନା କରିପାରିବେ ?

ଜଷ୍ଟିସ ସିଂ କହିଥିଲେ, 'ମୁଁ କୌଣସି ପକ୍ଷ ନେଉ ନାହିଁ, ମୁଁ କେବଳ ଏତିକି କହୁଛି ଯେ ଭବିଷ୍ୟତରେ ଆମେ କଣ ଏପରି ଏକ ସମାଜକୁ ଦେଖୁଛୁ ଯେଉଁଠି କେବଳ ପରଫେକ୍ଟ ପିଲା ଥିବେ' ? ତେବେ ଶେଷରେ ବିଚାରପତି ନିଷ୍ପତ୍ତି ଦେଇଥିଲେ ଯେ ଭାରତୀୟ ଆଇନ ଅନୁସାରେ ଗର୍ଭାବସ୍ଥାକୁ ଆଗକୁ ବଢାଇବା କିମ୍ୱା ନବଢାଇବା କେବଳ ମାଆର ନିଷ୍ପତ୍ତି ହୋଇଥାଏ, ଏଥିପାଇଁ ମହିଳାଙ୍କୁ ଗର୍ଭପାତର ଅନୁମତି ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.