ବିୟର ଗ୍ରିଲ୍ସଙ୍କୁ ସମନ ଜାରି କଲେ ଦିଲ୍ଲୀ ହାଇକୋର୍ଟ, କପିରାଇଟ୍ ଉଲ୍ଲଂଘନର ଅଭିଯୋଗ
23/12/2022 at 9:54 PM

ନୂଆଦିଲ୍ଲୀ: ଭାରତୀୟ ଲେଖକ ଏବଂ ନିର୍ମାତା ଅରମାନ ଶର୍ମାଙ୍କ ଦ୍ୱାରା ଗେଟ୍ ଆଉଟ ଏଲାଭଇ ୱିଥ୍ ବିୟର ଗ୍ରିଲ୍ସ ସୋକୁ ଉପରେ ଦାଖଲ କରିଥିବା କପିରାଇଟ୍ ମାମଲାରେ ଦିଲ୍ଲୀ ହାଇକୋର୍ଟ ବିୟର ଗ୍ରିଲ୍ସଙ୍କ ସହ ଅନ୍ୟମାନଙ୍କୁ ସମନ ଜାରି କରିଛନ୍ତି । ୱାର୍ଣ୍ଣର ବ୍ରଦର୍ସ ଡିସ୍କଭରି, ନ୍ୟାସନାଲ ଜିଓଗ୍ରାଫି ଏବଂ ହଟଷ୍ଟାରକୁ ମଧ୍ୟ ଜଷ୍ଟିସ ଅମିତ ବଂଶଲ ନୋଟିସ ଜାରି କରିଛନ୍ତି । ଏହାରି ଭିତରେ ଗ୍ରିଲ୍ସଙ୍କ ଓକିଲଙ୍କ ଅନୁରୋଧ ପରେ କୋର୍ଟ ମାମଲାକୁ ମଧ୍ୟସ୍ଥତା ପାଇଁ ପଠାଇ ଦେଇଛନ୍ତି ।
ଶର୍ମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ଯେ ଗ୍ରିଲ୍ସଙ୍କ କାର୍ଯ୍ୟକ୍ରମ ତାଙ୍କ ମୂଳ କପିରାଇଟ୍ ସୃଷ୍ଟି ‘ଆଖିର ଦମ ତକ’ର ଉଲ୍ଲଂଘନ କରିଛି । ଅରମାନ ଶର୍ମା ୨୦୦୯ ମସିହାରେ ରିଆଲିଟି ସୋର ପରିକଳ୍ପନା ଏବଂ ସ୍କ୍ରିପ୍ଟ ଲେଖିଥିଲେ, ଅନ୍ୟପଟେ ଗ୍ରିଲ୍ସଙ୍କ ସୋ ୨୦୧୩ରେ ଆରମ୍ଭ ହୋଇଥିଲା । ଏନେଇ ସେ ଡିସ୍କଭରିକୁ ଦେଇଥିଲେ, କିନ୍ତୁ ଚ୍ୟାନେଲ କହିଥିଲା ଯେ ସ୍କ୍ରିପ୍ଟ ନିଜ ତତ୍କାଳୀନ ପ୍ରୋଗ୍ରାମିଂ ଆବଶ୍ୟକତାକୁ ପୂରଣ କରୁ ନାହିଁ ।
ଅରମାନ ଅଭିଯୋଗ କରିଥିଲେ ଯେ ଗ୍ରିଲ୍ସ ସେହି ସମୟରେ ଡିସ୍କଭରି ସହ କାମ କରୁଥିଲେ ଏବଂ ପରେ ଇସ୍ତଫା ଦେଇଥିଲେ । ଏହାପରେ ସେ କଥିତ ରୂପେ ଉଲ୍ଲଂଘନ କରୁଥିବା ସୋର ନିର୍ମାଣ ଏନବିସି ନାମକ ଏକ ଅନ୍ୟ ଚ୍ୟାନେଲ ସହ କରିଥିଲେ ।
ଶର୍ମାଙ୍କ ଓକିଲ କୋର୍ଟରେ କହିଥିଲେ ଯେ ମାର୍ଚ୍ଚରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ଜରିଆରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମୂଳ ରଚନାର ଉଲ୍ଲଂଘନ କରି ଅଭିଯୁକ୍ତ ନମ୍ୱର ୧,୨ ଏବଂ 4 ଗେଟ୍ ଆଉଟ୍ ଏଲାଭଇ ୱିଥ୍ ବିୟର ଗ୍ରିଲ୍ସ ନାମକ ଏକ କାର୍ଯ୍ୟକ୍ରମ ନିର୍ମାଣ କରୁଛନ୍ତି । ଏବଂ ଏହାକୁ ଡିଜନୀ ପ୍ଲସ ହଟଷ୍ଟାରରେ ପ୍ରସାରଣ କରାଯାଉଛି ।