Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଧର୍ମାନ୍ତରଣକୁ ନେଇ ଆସିଲା ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ରାୟ , ଧର୍ମ ପରିବର୍ତ୍ତନକୁ କହିଲେ ସାମ୍ବିଧାନିକ ଅଧିକାର

3/06/2022 at 7:23 PM

ନୂଆଦିଲ୍ଲୀ ସ୩।୬: ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଜୋର ଜବରଦସ୍ତ ଧର୍ମାନ୍ତରଣ  ସମ୍ପର୍କିତ ଏକ ପିଟିସନର ଶୁଣାଣି କରି ପ୍ରତ୍ୟେକ ବ୍ୟକ୍ତିକୁ ନିଜ ପସନ୍ଦର କୋଣସି ଧର୍ମ ବାଛିବା ଓ ମାନିବାର ଅଧିକାର ରହିଛି ବୋଲି କହିଛନ୍ତି। କୋର୍ଟ ଏହା ଏକ ସାମ୍ବିଧାନିକ ଅଧିକାର ବୋଲି ମଧ୍ୟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଓ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କ ପୀଠ ଏିହ ମାମାଲର ଶୁଣାଣି କରି କହିଛନ୍ତି ଯେ ଯଦି କାହାରିକୁ ଧର୍ମ ପରିବର୍ତ୍ତନ ଲାଗି ବାଧ୍ୟ କରାଯାଏ ତାହା ଏକ ଭିନ୍ନ ପ୍ରସଙ୍ଗ। ତେବେ ଧର୍ମାନ୍ତରଣ କୌଣସି ବ୍ୟକ୍ତିର ବିଶେଷାଧିକାର ବୋଲି ପୀଠ କହିଛନ୍ତି।

ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ରୁଜୁ ଜନସ୍ୱାର୍ଥ ମାମଲା (ପିଆଇଏଲ)ର ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଆବେଦନକାରୀ ଦିଲ୍ଲୀ ସରକାରଙ୍କୁ ଧମକ, ଧୋକା, କଳା ଯାଦୁ ଓ ଅନ୍ଧ ବିଶ୍ୱାସ ଉପଯୋଗରେ ଧର୍ମାନ୍ତରଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ନିବେଦନ କରିଥିଲେ। ତେବେ ଶୁଣାଣି କାଳରେ ପୀଠ ଆବେଦନକାରୀଙ୍କୁ ତାଙ୍କ ଆବେଦନର ଆଧାରକୁ ନେଇ ପ୍ରଶ୍ନ କରିଥିଲେ। ଏଥିରେ ପୀଠ କହିଥିଲେ ଯେ ଆପଣ ସୁପ୍ରିମକୋର୍ଟଙ୍କ ୩ ରାୟ ଉଲ୍ଲେଖ କରିଛନ୍ତି ଓ ବାକି ଉଲ୍ଲେଖ ନିଜେ କରିଛନ୍ତି।

ଏଥିରେ ପୀଠ ଆବେଦନକାରୀଙ୍କୁ ସାମୂହିକ ଧର୍ମାନ୍ତରଣ ନେଇ ତଥ୍ୟ ମାଗିଥିଲେ। ଏଥିରେ ଆବେଦନକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ଡାଟା ଦେଇପାରିବେ ବୋଲି କହିଥିଲେ। ଏଥିରେ ପୀଠ ସୋସିଆଲ ମିଡିଆ ତଥ୍ୟକୁ ତଥ୍ୟ ସ୍ୱୀକାର କରିବାକୁ ମନା କରିଦେଇଥିବା ବେଳେ ଏପରି ଡାଟା ଟ୍ୟାମ୍ପର ହୋଇପାରେ ଓ ୨୦ ବର୍ଷ ପୂର୍ବର ଘଟଣାବଳୀକୁ କାଲିର ଭଳି ଦର୍ଶାଯାଇପାର ବୋଲି କହିଥିଲେ। ଏଥିରେ ଓକିଲ ଉାପଧ୍ୟାୟ ଅନୁଚ୍ଛେଦ ୧୪ର ଉଦାହରଣ ଦେଇଥିଲେ। ତେବେ କୋର୍ଟ ଧର୍ମ ପରିବର୍ତ୍ତନ କୌଣସି ବ୍ୟକ୍ତି ସାମ୍ବିଧାନିକ ଅଧିକାର ବୋଲି କହିଛନ୍ତି।  

   Related Posts