ବିନା ଜାମିନରେ କୋର୍ଟ ଦେଲେ ଆଶ୍ୱସ୍ତି, ୯୮ ଦିନ ପରେ ଜେଲରୁ ବାହାରି ଘର ପହଞ୍ଚିବେ ମନୀଷ ସିସୋଦିଆ; ରହିଛି ସର୍ତ୍ତ
2/06/2023 at 6:15 PM

ନୂଆଦିଲ୍ଲୀ: ଆମ ଆଦାନୀ ପାର୍ଟିର ଦ୍ୱିତୀୟ ସବୁଠୁ ବଡ଼ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି । ମଦ ଦୁର୍ନୀତିରେ ଅଭିଯୁକ୍ତ ମନୀଷ ସିସୋଦିଆଙ୍କୁ ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଘରକୁ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି । ତିହାର ଜେଲରେ ବନ୍ଦୀ ସିସୋଦିଆ ଜୁନ ୩ ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଘରେ ରହି ପତ୍ନୀ ଏବଂ ପରିବାର ସହ ରହିପାରିବେ । ତେବେ ଏହି ସମୟରେ ସେ ହେପାଜତରେ ରହିବେ ।
ପଢନ୍ତୁ:‘ଦୁର୍ବ୍ୟବହାର ଦେଖି ଆମେ ଚିନ୍ତିତ’, କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ୧୯୮୩ କ୍ରିକେଟ୍ ୱାଲର୍ଡ କପ୍ ବିଜେତା ଟିମ୍
ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଶନିବାର ସୁଦ୍ଧା ସିସୋଦିଆଙ୍କ ପତ୍ନୀଙ୍କ ମେଡିକାଲ ରିପୋର୍ଟ ମାଗିଛନ୍ତି । ସିସୋଦିଆଙ୍କ ପତ୍ନୀ ମଲ୍ଟିପଲ କ୍ସଲେରୋସିସ ନାମକ ରୋଗରେ ପୀଡିତ ଅଛନ୍ତି । ଶୁଣାଣି ସମୟରେ ଜଷ୍ଟିସ୍ ଦିନେଶ କୁମାର ଶର୍ମା ସ୍ପଷ୍ଟ କରିଛନ୍ତି ଯେ ସିସୋଦିଆ କୌଣସି ପ୍ରକାରେ ମଧ୍ୟ ମିଡିଆ ସହ ଆଲୋଚନା କରିବେ ନାହିଁ । ପରିବାର ସହ ଅନ୍ୟ କାହାକୁ ଭେଟି ପାରିବେ ନାହିଁ । ଏହାସହ ଫୋନ ଏବଂ ଇଣ୍ଟରନେଟର ବ୍ୟବହାର କରିପାରିବେ ନାହିଁ ।

ମନୀଷ ସିସୋଦିଆ ପତ୍ନୀଙ୍କ ଅସୁସ୍ଥା ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ତିନି ଦିନ ପୂର୍ବେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି କହିଥିଲେ ଯେ ଅଭିଯୋଗ ଗମ୍ଭୀର ରହିଛି । ସିସୋଦିଆଙ୍କୁ ଫେବ୍ରୁଆରୀ ୨୬ରେ ପଚରାଉଚରା ଉପରେ ସିବିଆଇ ଗିରଫ କରିଥିଲା । ଏହାପରେ ମାର୍ଚ୍ଚ ୯ରେ ଇଡି ତାଙ୍କୁ ଗିରଫ କରିଥିଲା । ସେବେଠୁ ସିସୋଦିଆ ଜେଲରେ ଅଛନ୍ତି ।
READ ALSO: କେରଳର ଗାଁରେ ମାଟି ତଳୁ ଶୁଣାଯାଉଛି ରହସ୍ୟମୟ ଶବ୍ଦ, ତଦନ୍ତ ଆରମ୍ଭ କଲେ ବିଶେଷଜ୍ଞ