oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆଜିଠୁ ରାଜଧାନୀରେ ଖୋଲିବ ଜିମ୍, ଯୋଗ ସେଣ୍ଟର : ୫୦ ପ୍ରତିଶତ କ୍ଷମତା ଲାଗି ଅନୁମତି

28/06/2021 at 7:57 AM

ନୂଆଦିଲ୍ଲୀ ୨୮/୬ : କୋଭିଡର ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ଅନଲକ ମୁହାଁ ରାଜଧାନୀ ଦିଲ୍ଲୀ । ଧୀରେ ଧୀରେ କୋହଳ ହେବାରେ ଲାଗିଛି ଲକଡାଉନ କଟକଣା । କ୍ରମାଗତ ଭାବେ ହ୍ରାସ ହେଉଥିବା କରୋନା ସଂକ୍ରମଣକୁ ଧ୍ୟାନରେ ରଖି ଆଉ କିଛି କୋହଳ କରିବାକୁ ନିଷ୍ପତ୍ତି ହୋଇଛି । ଆଜିଠୁ ରାଜଧାନୀରେ ଖୋଲିବ ଫିଟନେସ୍ ସେଣ୍ଟର, ଜିମ୍ ଏବଂ ଯୋଗ କେନ୍ଦ୍ର ।

ଏହାସହ ଭୋଜି ପାଇଁ ହଲ୍, ବଙ୍କେଟ ହଲ୍, ହୋଟେଲରେ ବିବାହ କରିବାକୁ ଅନୁମତି ମିଳିବ । ତେବେ ଅନ୍ତ୍ୟେଷ୍ଟିରେ ୨୦ ଜଣରୁ ଅଧିକ ଲୋକ ଯୋଗଦେବେ ନାହିଁ । ଅନଲକ୍-୫ ସମ୍ବନ୍ଧରେ ଜାରି କରାଯାଇଥିବା ଆଦେଶରେ ୫୦ ଜଣଙ୍କୁ ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ଦିଆଯାଇଛି । ଏହି ସମାରୋହ ପାଇଁ ଭୋଜି ହଲ୍, ବିବାହ ହଲ୍, ହୋଟେଲରେ ୫୦ ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି ।

ତେବେ ସେହି ସ୍ଥାନରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଜିମ୍, ଫିଟନେସ୍ ସେଣ୍ଟର, ଯୋଗ କେନ୍ଦ୍ର, ଯୋଗ ପ୍ରତିଷ୍ଠାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ସମସ୍ତ କେନ୍ଦ୍ର ମଧ୍ୟ ଅଧା କ୍ଷମତା ସହିତ ଖୋଲିବ ।

ଯେଉଁମାନେ କୋଭିଡ ପ୍ରୋଟୋକଲ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରମରେ ଏହା ସ୍ପଷ୍ଟ କରାଯାଇଛି । ଯଦି କୋଭିଡ ନିୟମ ଯେକୌଣସି ସ୍ଥାନରେ ଉଲ୍ଲଂଘନ ହେବ, ତେବେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଆଇପିସିର ଉପଯୁକ୍ତ ବିଭାଗ ଅଧୀନରେ ଏବଂ ଆଇପିସିର ଉପଯୁକ୍ତ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts