AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ମଦ ଦୁର୍ନୀତି ମାମଲାରେ ଆଇନଜୀବୀଙ୍କୁ ୨୫ କୋଟି ଟଙ୍କା ଦେଇଛନ୍ତି କେଜ୍ରିୱାଲ ସରକାର, କଂଗ୍ରେସ ନେତାଙ୍କ ଫି’ ସବୁଠୁ ଅଧିକ

9/01/2023 at 4:47 PM

ନୂଆଦିଲ୍ଲୀ: ଦିଲ୍ଲୀର କଥିତ ମଦ ଦୁର୍ନୀତି ମାମଲାରେ ଆଇନଗତ ଲଢେଇର ବୋଝ ସରକାରୀ ରାଜକୋଷ ଉପରେ ଭାରି ପଡିବାରେ ଲାଗିଛି । ଦିଲ୍ଲୀ ସରକାରଙ୍କ ଅବକାରୀ ବିଭାଗର ୨୦୨୦-୨୧ରେ ଆଇନଜୀବୀଙ୍କ ଉପରେ ଖର୍ଚ୍ଚ ଶୂନ ଟଙ୍କା ଥିବା ବେଳେ ୨୦୨୧-2୨ ଏବଂ ୨୦୨୨-୨୩ (ନଭେମ୍ୱର ସୁଦ୍ଧା) ମଧ୍ୟରେ ଓକିଲଙ୍କୁ ୨୫.୨୫ କୋଟି ଟଙ୍କା ଦେଇଛି । ଏଥିରୁ ଅଧିକାଂଶ ଟଙ୍କା ମଦ ଦୁର୍ନୀତି ସହ ଜଡିତ ମାମଲା ସରକାରଙ୍କ ପକ୍ଷ ରଖିଥିବା ଓକିଲଙ୍କୁ ଦିଆଯାଇଛି । ହିନ୍ଦୁସ୍ତାନ ଟାଇମ୍ସ ଖର୍ଚ୍ଚ ସହ ଜଡିତ ଦସ୍ତାବିଦକୁ ନେଇ ଏହି ଖବର ପ୍ରକାଶ କରିଛି ।

ଦିଲ୍ଲୀ ସରକାର ଏବେ ମଦ ଦିର୍ନୀତିକୁ ନିରସ୍ତ କରିସାରିଛନ୍ତି । ସିବିଆଇ ଏବଂ ଇଡି ଏହାର ତଦନ୍ତ କରୁଛନ୍ତି । ଦସ୍ତାବିଜ ଅନୁସାରେ, ଗତ ୧୮ ମାସରେ ବରିଷ୍ଠ ଆଇନଜୀବୀ କଥା କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀଙ୍କୁ ୧୮.୯୭ କୋଟି ଟଙ୍କା ଦିଆଯାଇଛି । ସେହିପରି ରାହୁଲ ମେହରାଙ୍କୁ ୨୮ ମାସରେ ୫.୩୦ କୋଟି ଟଙ୍କା ଦିଆଯାଇଛି।

ରିପୋର୍ଟ ଅନୁସାରେ, ୨୦୨୧-୨୨ ଏବଂ ୨୦୨୨-୨୩ରେ ପରିବେଶ, ନଗନ ଉନ୍ନୟନ, ସାମାଜିକ କଲ୍ୟାଣ ବିଭାଗ ସହ ଅନ୍ୟ ବିଭାଗ ଆଇନଗତ ଲଢେଇ ପାଇଁ ୨୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରୁ ୨୫ କୋଟି ଟଙ୍କା ମଦ ଦୁର୍ନୀତିର ସହ କେସ ପାଇଁ ଖର୍ଚ୍ଚ କରାଯାଇଛି । ତେବେ ଆମ ଆଦମୀ ପାର୍ଟି ସରକାର ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଆସି ନାହିଁ । ଏହାସହ ଅଭିଷେକ ମନୁ ସିଙ୍ଘଭୀ ଏବଂ ରାହୁଲ ମେହରାଙ୍କ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।   

   Related Posts