ଲକ୍ଡାଉନ୍ରେ ମହଙ୍ଗା ହେଲା ଡିଜେଲ୍-ପେଟ୍ରୋଲ ଦର
5/05/2020 at 10:43 AM

ନୂଆଦିଲ୍ଲୀ ୦୫।୦୫: କରୋନା ପାଇଁ ସାରାବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି । ଭାରତରେ କରୋନା ମହାମାରୀ ପାଇଁ ସାରାଦେଶରେ ମେ ୧୭ଯାଏ ଲକ୍ଡାଉନ୍ ଜାରି ରହିଛି । ଏହି ସମୟରେ ଦେଶକୁ ବହୁମାତ୍ରାରେ ରାଜସ୍ୱ କ୍ଷତି ସହିବାକୁ ପଡୁଛି । ତେବେ ଦିଲ୍ଲୀ ସରକାର ରାଜସ୍ୱ ଆଦାୟ କରିବା ପାଇଁ ମଦ ଉପରେ ୭୦ପ୍ରତିଶତ ଶୁଳ୍କ ବୃଦ୍ଧି କରିଛିନ୍ତି । ଏହାପରେ ଦିଲ୍ଲୀ ସରକାର ରାଜ୍ୟରେ ପେଟ୍ରୋଲିୟମ ଇନ୍ଧନ ଉପରେ ଭାଟ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
Delhi Government increases VAT on petrol from 27% to 30%, and on diesel from 16.75 % to 30%. Price of petrol increased by Rs 1.67 & diesel by Rs 7.10 pic.twitter.com/AzcZgYAvZ1
— ANI (@ANI) May 5, 2020
ଦିଲ୍ଲୀ ସରକାର ମଙ୍ଗଳବାର ଠାରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିଛନ୍ତି। ଏହି ଭାଟ୍ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧.୬୭ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୭.୧୦ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ଭ୍ୟାଟ୍ ହାରକୁ ବର୍ତ୍ତମାନର ୨୭ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହି କାରଣରୁ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧.୬୭ ଟଙ୍କା ବୃଦ୍ଧି ପାଇଛି।
Petrol price hiked by Rs 1.67 per litre, diesel by Rs 7.10 a litre in Delhi after state govt raises VAT on auto fuel
— Press Trust of India (@PTI_News) May 5, 2020
ସେହିଭଳି କେଜ୍ରିୱାଲ ସରକାର ଡିଜେଲ ଉପରେ ଭାଟ୍ ହାରକୁ ବର୍ତ୍ତମାନର ୧୬.୭୫ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହି କାରଣରୁ ଡିଜେଲର ମୂଲ୍ୟ ଲିଟର ପିଛା ୭.୧୦ ଟଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ-ଡିଜେଲ ୩୦ ପ୍ରତିଶତ ହାରରେ ଭାଟ୍ ଲାଗୁ ହେବ।