ମେଡିକାଲ ସ୍ନାତଙ୍କ ଲାଗି ୧ ବର୍ଷ ସେବା ଜରୁରି କଲେ ଦିଲ୍ଲୀ ସରକାର

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୯: ଦିଲ୍ଲୀ ସରକାର ଜାତୀୟ ରାଜଧାନୀସ୍ଥିତ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଲାଗି ଗୋଟିଏ ବର୍ଷ ସେବା ଅନିବାର୍ଯ୍ୟ କରିଛନ୍ତି। ଏହା ଉଦ୍ଦେଶ୍ୟ ଜାତୀୟ ରାଜଧାନୀରେ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶାନୁସାରେ ସ୍ନାତକ, ସ୍ନାତକୋତ୍ତର ଓ ସୁପର ସ୍ପେସିଆଲିଟି ମେଡିକାଲ କାର୍ଯ୍ୟକ୍ରମର ସ୍ନାତକ ଏବେ ଦିଲ୍ଲୀର ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟରି (ଜିଏନସିଟି) ଅନ୍ତର୍ଗତ ସରକାରୀ ଡାକ୍ତରଖାନାମାନଙ୍କରେ ୧ ବର୍ଷର ସେବା ଦେବେ। 

ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ଉଭୟ ଅଲଇଣ୍ଡିଆ କୋଟା ଓ ରାଜ୍ୟ କୋଟା ଉଭୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଜୁଯ୍ୟ ହେବ। ସେବା ସର୍ତ୍ତକୁ ପୂରଣ କରିବାରେ ବିଫଳ ଛାତ୍ରଛାତ୍ରୀ ଜିଏନସିଟିଡି ସର୍ତ୍ତ ଅନୁସାରେ ସେମାନଙ୍କ ବଣ୍ଡ ଜବତ କରିନିଆଯିବ। ସଫଳତା ପୂର୍ବକ ସ୍ନାତକ ଉତୀର୍ଣ୍ଣ ହୋଇଥିବା ଡାକ୍ତରୀ ଛାତ୍ରଙ୍କୁ ଜୁନିୟର ରେସିଡେଣ୍ଟ (ଜେଆର) ପଦବୀରେ ନିଯୁକ୍ତି ପାଇବେ। ତେବେ ସ୍ନାତକୋତ୍ତର ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସିନିୟର ରେସିଡେଣ୍ଟ (ଏସଆର) ରୂପେ ନିଯୁକ୍ତ କରାଯିବ। ଏହି ପଦବୀ ଲାଗି ପାରିଶ୍ରମିକ ଜେଆର ଓ ଏସଆରଙ୍କୁ ଏବେ ଦିଆଯାଉଥିବା ବେତନ ଅନୁସାରେ ହେବ। ଏଥିରେ ସୁପର-ସ୍ପେସିଆଲିଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଲାଗି ଅତିରିକ୍ତ ବେତନ ବୃଦ୍ଧି କରାଯିବ। 

ଏହି ନୂଆ ଆବଶ୍ୟକତାର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ଲାଗି ମୌଲାନା ଆଜାଦ ମେଡିକାଲ କଲେଜ (ଏମଏଏମସି) ଡିନଙ୍କ ନେତୃତ୍ୱରେ ଏକ କମିଟି ଜୁନିୟର ଓ ସିନିୟର ପଦର ମୂଲ୍ୟାଙ୍କନ ଓ ସୃଜନର ଦେଖରେଖ କରିବେ। ଏହି କମିଟି ଡାକ୍ତରଙ୍କ ଚାହିଦା ମୂଲ୍ୟାୟନ କରି ଏହା ସୁନିଶ୍ଚିତ କରିବେ ଯେ ଆଗାମୀ ସ୍ନାତକଙ୍କ ଲାଗି ପର୍ଯ୍ୟାପ୍ତ ଅବସର ଯେପରି ସୃଷ୍ଟି ହେବ। ଆଗାମୀ ଶୈକ୍ଷଣିକ ଚକ୍ରରୁ ଲାଗୁ ହେବାକୁ ଥିବା ଅନିବାର୍ଯ୍ୟ ସେବା ବଣ୍ଡର ଉଦ୍ଦେଶ୍ୟ ଦିଲ୍ଲୀରେ ସ୍ୱାସ୍ଥ୍ୟ ସେବାର ମାନ ଓ ପହଞ୍ଚକୁ ପ୍ରୋତ୍ସାହିତ କରିବା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.