ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି; ଦୀପାବଳିର ଦୁଇ ମାସ ପୂର୍ବରୁ ବାଣ ତିଆରି-ବ୍ୟବହାର ଉପରେ ଲାଗିଲା ରୋକ୍

Published By : Prameya-News7 Bureau | September 11, 2023 IST

ନୂଆଦିଲ୍ଲୀ: ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି। ଏଥର ମଧ୍ୟ ଦୀପାବଳି ପୂର୍ବରୁ ଲାଗିଛି କଟକଣା। ପ୍ରକୃତରେ ଦିଲ୍ଲୀ ସରକାର ଶୀତ ଦିନରେ ପ୍ରଦୂଷଣ କମ୍‌ ପାଇଁ କରାଯାଇଥିବା ଯୋଜନା ଅନୁଯାୟୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ସବୁ ପ୍ରକାରର ବାଣ ପ୍ରସ୍ତୁତ କରିବା, ଏହାର ବିକ୍ରି ତଥା ମହଜୁଦ ଏବଂ ବ୍ୟବହାର ଉପରେ ପୁଣିଥରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ହୋଇଛି। ସୂଚନାଥାଉକି, ଦିଲ୍ଲୀ ସରକାର ଗତ ତିନି ବର୍ଷରୁ ସବୁ ପ୍ରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଆସୁଛନ୍ତି।

ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସାମ୍ବାଦିକ ସମ୍ମିଳନୀରେ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ‘‘ଗତ ପାଞ୍ଚ-ଛଅ ବର୍ଷରୁ ଦିଲ୍ଲୀରେ ବାୟ ମାନରେ ବେଶ୍‌ ସୁଧୁରିଛି, ଏଥିପାଇଁ ଆମେ ଚଳିତ ବର୍ଷ ମଧ୍ୟ ବାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।’’ ସେ ଆହୁରି କହିଛନ୍ତି, ଏସଂକ୍ରାନ୍ତରେ ଦିଲ୍ଲୀ ପୋଲିସ୍‌କୁ ସହରରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।’’

ଆହୁରି ପଢ଼ନ୍ତୁ: ୧୨ ବର୍ଷ କମି ଯିବ ଦିଲ୍ଲୀବାସୀଙ୍କ ଆୟୁଷ, ସିକାଗୋ ବିଶ୍ୱବିଦ୍ୟାଳୟର ସର୍ଭେ ରିପୋର୍ଟରେ ଖୁଲାସା

ଉଲ୍ଲେଖଯୋଗ୍ୟ, ସରକାର ଗତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ଛଅ ମାସର ଜେଲ୍‌ ଏବଂ ୨୦୦ ଟଙ୍କା ଜରିମାନା ଲଗାଇଥିଲେ। ସେହିପରି ବାଣ ତିଆରି କରିବା, ମହଜୁଦ କରି ରଖିବା ତଥା ବିକ୍ରି କରିବା ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ତିନି ବର୍ଷର ଜେଲ୍‌ ଦଣ୍ଡ ହେବାନେଇ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.