ବିବାହ ପାଇଁ ମନା କରିବାରୁ ମୁଣ୍ଡକୁ ରଡ୍‌ରେ ପିଟି ଯୁବତୀଙ୍କୁ ହତ୍ୟା କଲା ପ୍ରେମିକ

Published By : Prameya-News7 Bureau | July 28, 2023 IST

ନୂଆଦିଲ୍ଲୀ, ୨୮/୦୭: ପୁଣି ଦିଲ୍ଲୀରେ ଚାଞ୍ଚଲ୍ୟ। ଦିନ ଦ୍ବିପ୍ରହରରେ ଛାତ୍ରୀଙ୍କୁ ନିର୍ମମ ହତ୍ୟା। ରଡ୍‌ରେ ମୁଣ୍ଡକୁ ପିଟି ପିଟି ହତ୍ୟା କଲା ଅଭିଯୁକ୍ତ। ଏଭଳି ଏକ ଜଘନ୍ୟ ହତ୍ୟା ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଅରବିନ୍ଦୋ କଲେଜ ନିକଟରେ। ତେବେ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରି ପଚରା ଉଚରା କରିବା ପରେ ହତ୍ୟାକୁ ନେଇ ଅନେକ ଖୁଲାସା ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ନରଗିସ୍‌ (୨୫) ନାମକ ଜଣେ ଛାତ୍ରୀଙ୍କୁ ଇରଫାନ ନାମକ ଜଣେ ଯୁବକ ରଡ୍‌ରେ ପିଟି ପିଟି ହତ୍ୟା କରିଛି। ଇରଫାନ, ନରଗିସଙ୍କ ମୁଣ୍ଡକୁ ରଡ୍‌ରେ ସେପର୍ଯ୍ୟନ୍ତ ପିଟିଚାଲିଥିଲା ଯେଉଁ ପର୍ଯ୍ୟନ୍ତ ନରଗିସ୍‌ର ମୃତ୍ୟୁ ହୋଇନଯାଇଛି।

ପ୍ରକୃତରେ, ଇରଫାନ ଯେଉଁ ଛାତ୍ରୀଙ୍କ ହତ୍ୟା କରିଛି ସେ ତାଙ୍କ ମାଉସୀ ଝିଅ। ଉଭୟଙ୍କ ବିବାହ ନିଶ୍ଚିତ ହୋଇଥିଲା । କିନ୍ତୁ ନରଗିସଙ୍କ ପରିବାର ଲୋକେ ବିବାହ ପାଇଁ ମନା କରିଦେଇଥିଲେ। କାରଣ ଇରଫାନ ଡେଲିଭରୀ ବଏ ଭାବରେ କାମ କରୁଥିଲେ। ତେବେ ବିବାହ ନହେବା ଫଳରେ ଇରଫାନ ରାଗିଯାଇଥିଲେ। ରିପୋର୍ଟ ଅନୁଯାୟୀ, ନରଗିସ ସହ ବିବାହ ନହେବାକୁ ନେଇ ଇରଫାନ ଡିପ୍ରେସନରେ ରହିଥିଲା। ଆଉ ସେପଟେ ସାନ ଭାଇର ମଧ୍ୟ ବିବାହ ସ୍ଥିର ହୋଇସାରିଥିଲା। ଏପରି ସ୍ଥିତିରେ ବଦନାମୀ ଡରରେ ଇରଫାନ ଏଭଳି ପଦକ୍ଷେପ ନେଇଥିବା କହିଛି ପୋଲିସ୍‌।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କଂଝାୱାଲା କାଣ୍ଡ: ଚଳନ୍ତା କାରରେ ଅଞ୍ଜଳିଙ୍କୁ ଘୋଷାରିଥିବା ୪ ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମୋକଦ୍ଦମା

ଶୁକ୍ରବାର, ନରଗିସ କୋଚିଂ ପାଇଁ ମାଲବୀୟ ନଗରରେ ପହଞ୍ଚିଥଲେ । ଏଠାରେ କଥା ହେବା ପାଇଁ ଇରଫାନ ତାଙ୍କୁ ପାଖରେ ଥିବା ଏକ ପାର୍କକୁ ନେଇଯାଇଥିଲା। ଆଉ ପାର୍କରେ ଅଭିଯୁକ୍ତ ଯୁବତୀଙ୍କୁ ବିବାହ କରିବା କଥା କହିଥିଲା। ହେଲେ ଯୁବତୀ ମନା କରିଦେଇଥିଲେ। ଆଉ ଏଥିରେ ଉତକ୍ଷିପ୍ତ ହୋଇ ସେ ନରଗିସଙ୍କୁ ରଡ୍‌ରେ ପିଟିପିଟି ହତ୍ୟା କରିଥିଲା। ହତ୍ୟାରେ ବ୍ୟବହାର କରିଥିବା ରଡ୍‌କୁ ଅଭିଯୁକ୍ତ ସାଙ୍ଗରେ ଧରି ଆସିଥିଲା। ତେଣୁ ଏମିତିରେ ପ୍ରଶ୍ନ ଉଠୁଛି ଯେ ଅଭିଯୁକ୍ତ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା କି ? ତେବେ ପୋଲିସ୍‌ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.