ପ୍ରେମର ପ୍ରତିଶୋଧ : ଯୁବତୀଙ୍କୁ ଘରୁ ଡାକିଆଣି ଛୁରୀ ଭୁସି ହତ୍ୟାକଲା ପୂର୍ବତନ ପ୍ରେମିକ, ଛିଡାହୋଇ ଦେଖୁଥିଲେ ଅଭିଯୁକ୍ତର ୨ବନ୍ଧୁ

Published By : Prameya-News7 Bureau | October 19, 2021 IST

ନୂଆଦିଲ୍ଲୀ ୧୯/୧୦ : ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି । ବେଳେବେଳେ ପରିସ୍ଥିତି ଏମିତି ବି ଆସୁଛି ଯେ, ଗୁଳି ଏବଂ ଛୁରୀ ବି କଥା କହୁଛି । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଜଣେ ଯୁବତୀଙ୍କୁ ଘରୁ ବାହାରକୁ ଡାକି ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଛି ପୂର୍ବତନ ପ୍ରେମିକ ଅଙ୍କିତ ଗାବା । ସେଠାରେ ଥିବା ଲୋକମାନେ ମଧ୍ୟ ଏହା ଦେଖି ନିର୍ବାକ୍‌ ହୋଇଯାଇଥିଲେ । ଆଖି ସାମ୍ନାରେ ଅଙ୍କିତ ଛୁରୀରେ ଲଗାତାର ଭାବେ ଆକ୍ରମଣ କରୁଥିଲେ ସୁଦ୍ଧା କେହି ରୋକିବାକୁ ସାହସ ବି କରିପାରିନଥିଲେ ।

ଅଭିଯୁକ୍ତ ପୂର୍ବତନ ପ୍ରେମିକ ଅଙ୍କିତ ମୃତ ଯୁବତୀଙ୍କ ପଡୋଶୀ ବୋଲି ଜଣାପଡିଛି । କଥା ହେବା ବାହାନାରେ ଯୁବତୀଙ୍କୁ ଘର ବାହାରକୁ ଡାକି ଛୁରୀଭୁସି ହତ୍ୟା କରିଛି ଯୁବକ । ଘଟଣାରେ ପୋଲିସ ନିକଟରେ କେହି ଅଭିଯୋଗ କରିନଥିଲେ ସୁଦ୍ଧା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

पुलिस डॉली के कत्ल का मकसद और आरोपियों को तलाश रही है

ସୂଚନା ଅନୁସାରେ, ଦିଲ୍ଲୀର ଦ୍ବାରକା ଜିଲ୍ଲାର ବିନ୍ଦାପୁର ଥାନା ଅଞ୍ଚଳରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଯୁବତୀଙ୍କ ପୂର୍ବତନ ପ୍ରେମିକ ଅଙ୍କିତ ଗାବା କଥା ହେବାକୁ କହି ଘର ବାହାରକୁ ଡାକିଥିଲା । ତେ​‌ବେ ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକଜଣକ ଛୁରୀ ବାହାରକରି ଯୁବତୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ଘଟିଛି । ପୋଲିସ କହିବା ମୁତାବକ, ହତ୍ୟାକାରୀ ଯୁବକ ମୃତ ଯୁବତୀଙ୍କ ପଡୋଶୀ ଏବଂ ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ବର୍ତ୍ତମାନ ଯୁବତୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସ କହିଛି ଯେ, ଘଟଣା ସମୟରେ ଅଭିଯୁକ୍ତ ନିକଟରେ ତାର ୨ ଜଣ ବନ୍ଧୁ ହିଂମାଶୁ ଏବଂ ମନୀଷ ମଧ୍ୟ ଥିଲେ । କିନ୍ତୁ ସେମାନେ ଅଟକାଇବାକୁ ଚେଷ୍ଟା କରିନଥିଲା । ପୋଲିସ ସେମାନଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି । ତେବେ ବର୍ତ୍ତମାନ ଅଭିଯୁକ୍ତ ଅଙ୍କିତ ଗାବା ଫେରାର ଥିବାବେ​ଳେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ଏବଂ ମାମଲାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.