scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କ ପରଲୋକ

20/07/2019 at 4:03 PM

ନୂଆଦିଲ୍ଲୀ ୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷୀତଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଦିଲ୍ଲୀର ଏସ୍କୋଟ ଫର୍ଟିସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ୮୧ ବର୍ଷ ବୟସରେ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହସ୍ପିଟାଲରେ ଦକ୍ଷ ଡାକ୍ତରଙ୍କ ଏକ ଟିମ ଦେଖରେଖରେ ତାଙ୍କର ଚିକିତ୍ସା ଚାଲିଥିଲା ବୋଲି ହସ୍ପିଟାଲ ଡାଇରେକ୍ଟର ଡା. ଅଶୋକ ସେଠ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଶନିବାର ଅପରାହ୍ମ ୩ଟା ୧୫ ମିନିଟରେ ପୁଣି ହୃଦଘାତ ହେବାରୁ ତାଙ୍କର ପରଲୋକ ହୋଇଛି।  

ପଞ୍ଜାବ କପୁରଥାଲାରେ ୩୧ ମାର୍ଚ୍ଚ ୧୯୩୮ରେ ଜନ୍ମିତ ଶିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମିରାଣ୍ଡା ହାଉସରୁ ଇତିହାସରେ ଏମଏ ପାସ୍ କରିଥିଲେ। ସେ ଉତ୍ତର ପ୍ରଦେଶ ଉନ୍ନାବର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିନୋଦ ଦିକ୍ଷୀତଙ୍କୁ ବିବାହ କରିଥିଲେ।  ବିନୋଦ କଂଗ୍ରେସର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଉମାଶଙ୍କର ଦିକ୍ଷୀତଙ୍କ ପୁତ୍ର ଥିଲେ। ତେବେ ମିରାଣ୍ଡା ହାଉସରେ ପାଠପଢିବା ବେଳଠାରୁ ରାଜନୀତି ପ୍ରତି ଶିଲାଙ୍କ ଋଚି ବଢିବାରେ ଲାଗିଥିଲା। ପରେ ସେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ୧୯୯୮ ମସିହାରେ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।

ଶିଲା ୧୯୯୮ ମସିହାରେ ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ଟିକେଟ୍ ରେ ନିର୍ବାଚନ ଲଢି ହାରିବା ପରେ ଦିଲ୍ଲୀ ରାଜନୀତି ମଧ୍ୟରେ ନିଜକୁ ସୀମିତ କରିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ଦିଲ୍ଲୀରେ ଲଗାତାର ୩ ଥର ବିଜୟୀ ହୋଇଥିବା ବେଳେ ସେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ଶାସନଡୋରୀ ସମ୍ଭାଳି ଥିଲେ।

ଶିଲାଙ୍କ ମୃତ୍ୟଖବର ପ୍ରଚାରିତ ହେବା ପରେ କଂଗ୍ରେସ ପାର୍ଟି ପକ୍ଷରୁ ଏକ ଟ୍ୱିଚ୍ ବାର୍ତ୍ତାରେ ଶୋକ ପ୍ରକଟ କରାଯାଇଛି। ସେ ଆଜୀବନ କଂଗ୍ରେସ ସଦସ୍ୟ ଥିଲେ ଓ ୩ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ଜାତୀୟ ରାଜଧାନୀର କାୟାକଳ୍ପ କରିଥିଲେ। ତାଙ୍କ ପରିବାର ଓ ପରିଜନଙ୍କ ପ୍ରତି କଂଗ୍ରେସ ଗଭୀର ସମବେଦନା ଜ୍ଞାପନ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଟ୍ୟୁଟରରେ ପ୍ରଧାନମନ୍ତ୍ରୀ ଶିଲାଙ୍କ ସହ ତାଙ୍କର ଏକ ସ୍ମରଣୀୟ ମୁହୁର୍ତ୍ତର ଛବି ସେୟାର କରିବା ସହ ତାଙ୍କ ଜଣେ ମେଳାପୀ ଓ ଅମୟିକ ମହିଳା ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ଶାସନକାଳରେ ରାଜଧାନୀ ଦିଲ୍ଲୀର ଦ୍ରୁତ ବିକାଶ ହୋଇଥିଲା ବୋଲି ମୋଦି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।  

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଶିଲାଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ୱିଟ ବାର୍ତ୍ତାରେ କେଜରିୱାଲ ଶିଲାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ପରଲୋକ ଦିଲ୍ଲୀ ନିମନ୍ତେ ଅପୁରଣୀୟ କ୍ଷତି ବୋଲି କହିଛନ୍ତି। ରାଜଧାନୀର ବିକାଶ ନିମନ୍ତେ ଶିଲା ତାଙ୍କ ସରକାର ସମୟରେ କରିଥିବା କାର୍ଯ୍ୟ ପାଇଁ ସବୁ ବେଳେ ଦିଲ୍ଲୀବାସୀଙ୍କ ମନରେ ଅମର ରହିବେ ବୋଲି ଉଲ୍ଲେଖ କରିଥନ୍ତି କେଜରୀ ୱାଲ।   

   Related Posts