AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଦିଲ୍ଲୀ ନିର୍ବାଚନ- ଇଭିଏମ୍‌ରେ ବନ୍ଦ ରହିଛି ନେତାଙ୍କ ଭାଗ୍ୟ

8/02/2020 at 7:08 PM

ନୂଆଦିଲ୍ଲୀ ୦୮।୦୨ –  ଦିଲ୍ଲୀରେ ନୂଆ ସରକାର ପାଇଁ ଭୋଟର ନିଷ୍ପତ୍ତି ନେଇ ସାରିଛନ୍ତି। ଇଭିଏମରେ ଭୋଟ ସିଲ୍ ହୋଇଯାଇଛି। ଏବେ ଅପକ୍ଷା ଅପେକ୍ଷା ୧୧ ତାରିଖ ଭୋଟ ଗଣତିକୁ। ଦିଲ୍ଲୀ ବାସିନ୍ଦା ଆପ୍ ଉପରେ ପୁଣି ଭରସା କରିଛନ୍ତି ନା ଦିଲ୍ଲୀ ସିଂହାସନରେ ନୂାଆ ନେତା ଅଭିସିକ୍ତ ହେବେ ତାହା ୧୧ ତାରିଖରେ ଜଣାପଡ଼ିବ। ଯାହାଙ୍କୁ ବାଛିଛନ୍ତି ଜନତା।

୧୧୦ ବର୍ଷର କଳିତାରା। ଦିଲ୍ଲୀର ଚିତ୍ତରଞ୍ଜନ ପାର୍କରେ ଥିବା ବୁଥରେ ଆଜି ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି।  ଦିଲ୍ଲ୍ଲୀରେ ସେ ହେଉଛନ୍ତି ବୟୋଜ୍ୟଷ୍ଠା ଭୋଟର । ଏ ହେଉଛି ସାହିନବାଗର ବୁଥ। ସେହି ସାହିନବାଗ ଯାହାକି ଏବେ ଆଣ୍ଟି ସିଏଏ ରାଲି ପାଇଁ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଆଜି ସେଠାରେ ଶାନ୍ତିଶୃଙ୍ଖଳାରେ ଭୋଟ ପଡ଼ିଛି। ଦିଲ୍ଲୀ ସିଂହାସନ ଉପରେ ସାରା ଦେଶର ନଜର ।

ଏଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ , ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି ଙ୍କ ସମତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭୋଟ ଦେଇଛନ୍ତି।

ନିର୍ବାଚନ ମୈଦାନରେ ୬୭୨ଜଣ ପ୍ରତିଦ୍ବନ୍ଦ୍ବିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି  ଦିଲ୍ଲୀର ଭୋଟର। ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବରେ ଆପ୍ ବିପୁଳ ଜନମତ ପାଇ ୭୦ ଆସନରୁ ୬୭ଟି ବିଜୟୀ ହୋଇଥିଲା । ବିଜେପିକୁ ୩ଟି ଆସନ ମିଳିଥିବାବେଳେ କଂଗ୍ରେସ ଖାତା ଖୋଲି ପାରିନଥିଲା । ଏଥର ବିଧାନସଭା ନିର୍ବାଚନରେ ଆପ୍, ବିଜେପି ଓ କଂଗ୍ରେସ  ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି।

ଦିଲ୍ଲୀ ଭୋଟିଂ ଚାଲିଥିବା ବେଳେ ଆଜି ଦିଲ୍ଲୀ ମଜନୁ ଟିଲା ପାଖ ଏକ ପୁଲିଂ ବୁଥରେ ଦେଖାଦେଇଥିଲା ଉତ୍ତେଜନା। କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଆମ୍  ଆଦମୀ ପାର୍ଟିର ଜଣେ କର୍ମୀ ଚାପୁଡ଼ା ମାରିଥିଲେ। ଆପ୍ କର୍ମୀ କୁଆଡ଼େ ତାଙ୍କ ପୁଅଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବାରୁ ତାଙ୍କୁ ସେ ମାରିଲେ ବୋଲି କହିଥିଲେ ଅଳକା ଲମ୍ବା। କିନ୍ତୁ କ୍ୟାମେରା ସାମ୍ନରେ ଗୋଡ଼େଇ ଗୋଡ଼େଇ ସେ ଆପ କର୍ମୀଙ୍କୁ ମାରି ଗୋଡ଼ାଉଥିବା ଦେଖିବାକୁ ମିଳିଥିଲା।

ଭୋଟିଂ ପରେ ଏବେ ଦେଶବାସୀଙ୍କ ନଜର ଏହି ହାଇପ୍ରୋଫାଇଲ ଭୋଟିଂର ଗଣତି ଉପରେ। ୧୧ ତାରିଖ ହେବ ଭୋଟ ଗଣତି।  

   Related Posts