ଦିଲ୍ଲୀରେ ଏବେ ନିର୍ବାଚନ ହେଲେ କିଏ କେତେ ପାଇବେ ଆସନ- ଏବିପିର ଓପିନିଅନ ପୋଲ୍‌

Published By : Prameya-News7 Bureau | January 07, 2020 IST

ନୂଆଦିଲ୍ଲୀ ୦୭।୦୧ - ଦିଲ୍ଲୀରେ ଫେବ୍ରୁଆରୀ ୮ ତାରିଖରେ ବିଧାନ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଗତ ଥର ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନ ସଭାରେ ଆମ ଆଦମୀ ପାର୍ଟ ୬୭ଟି ଆସନରେ ବିପୁଳ ବିଜୟ ଲାଭ କରିଥିଲା । ବିଜେପି ମାତ୍ର ୩ଟି ଆସନରେ ବିଜୟ ଲାଭ କରିଥିଲା । ଏହାପରେ ଆପ୍‌ ଦଳର ନେତା ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏବେ ବି ବିଧାନସଭା ପାଇଁ ଦିଲ୍ଲୀ ବାସୀ ଆମ୍‌ ଆଦମୀ ପାର୍ଟିକୁ ବେଶୀ ପସନ୍ଦ କରୁଥିବା ଏକ ଜନମତ ସର୍ବେକ୍ଷଣରୁ ଜଣା ପଡିଛି । ଏବିପି ପକ୍ଷରୁ କରାଯାଇଥିବା ଏକ ଏପିନିଓନ୍‌ ପୋଲ୍‌ରେ ଏବେ ନିର୍ବାଚନ ହେଲେ ଦିଲ୍ଲୀର ୭୦ରୁ ଆସନ ମଧ୍ୟରୁ ଆମ୍‌ ଆଦମୀ ପାର୍ଟି ୫୯ଟି ଆସନ ଜିତିବାର ସମ୍ଭାବନା ରହିଛି ବୋଲି ଜଣା ପଡିଛି ।

{"id":208005,"sizeSlug":"large"}

ଏବିପି ନ୍ୟୁଜ ସି-ଭୋଟର ସହ ମଶିକରି ଏହି ଓପିନିଅନ୍‌ ପୋଲ୍‌ କରିଥିଲା । ଏଥିରେ ଆମ୍‌ ଆଦମୀ ପାର୍ଟି ୫୯ଟି ଆସନ ଜିତିବାର ସମ୍ଭାବନା ଥିବା କଥା ଦର୍ଶାଯାଇଥିବା ବେଳେ ଦଳକୁ ୮ଟି ଆସନ କମୁଥିବା ଦର୍ଶାଯାଇଛି । ତେବେ ଆମ୍‌ ଆଦମୀ ପାର୍ଟିକୁ ସରକାର ଗଠନ ପାଇଁ ବେଶୀ ପରିଶ୍ରମ କରିବାପାଇଁ ପଡିବ ନାହିଁ । କାରଣ ସରକାର ଗଠନ ପାଇଁ ଆବଶ୍ୟକ ୩୬ଟି ଆସନ । ଆମ୍‌ ଆଦମୀ ପାର୍ଟି ଏଥର ସରକାର ଗଠନର ସମ୍ଭାବନା ଅଧିକ ବୋଲି ଏହି ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ।

ଏବେ ନିର୍ବାଚନ ହେଲେ ବିଜେପି ୮ଟି ଆସନ ଓ କଂଗ୍ରେସ ୩ଟି ଆସନରେ ଜିତିବାର ସମ୍ଭାବନା ରହିଛି। ଗତ ଥର ବିଜେପି ୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ଖାତା ଖୋଲି ପାରି ନଥିଲା । ଏଥର ବିଜେପିକୁ ୫ଟି ଆସନରେ ଲାଭ ହୋଇପାରେ ବୋଲି ଏଥିରେ ଦର୍ଶାଯାଇଛି।

ଆମ୍‌ ଆଦମୀ ପାର୍ଟିକୁ ୫୩.୩୦ ପ୍ରତିଶତ । ବିଜେପିକୁ ୨୫.୯୦ ପ୍ରତିଶତ ଓ କଂଗ୍ରେସରୁ ୪.୭ ପ୍ରତିଶତ ଭୋଟ ମିଳିବ । ଅନ୍ୟମାନେ ୧୬.୨ ପ୍ରତିଶତ ଭୋଟ ପାଇବେ ବୋଲି ଅନୁମାନ କରାଯାଉଛି ।

ଏଥର ତ୍ରିକୋଣୀୟ ଲଢେଇ ହେବ ବୋଲି ଆଶା କରାଯାଉଛି । ବିଜେପି , କଂଗ୍ରେ, ଓ ଏଏପି ମଧ୍ୟରେ କଡା ପ୍ରତିଦ୍ୱନ୍ଦୀତା ହୋଇପାରେ । ଗତ ଥର ଆମ ଆଦମୀ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ ।


ବିଜ୍ଞପ୍ତି ପ୍ରକାଶ ଜାନୁଆୀ ୧୪ ମଙ୍ଗଳବାର
ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ୨୧ ଜାନୁଆରୀ ମଙ୍ଗଳବାର
ନାମାଙ୍କନ ପତ୍ର ଯାଞ୍ଚ ୨୨ ଜାନୁଆରୀ
ମାତଦାନ ବା ଭୋଟିଂ – ୮ ଫେବ୍ରୁଆରୀ

ମତ ଗଣନା ୧୧ ଫେବ୍ରୁଆରୀ ମଙ୍ଗଳବାର ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.