ସରିଛି ଦିଲ୍ଲୀ ନିର୍ବାଚନ ପାଇଁ ମତଦାନ: ବିଭିନ୍ନ ସସ୍ଥା ଦେଲେ ଭିନ୍ନ ଭିନ୍ନ ଏକଜିଟ୍‌ ପୋଲ୍‌

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ୮/୨: ସରିଛି ଦିଲ୍ଲୀ ନିର୍ବାଚନ ପାଇଁ ମତଦାନ । ତେବେ ମତଦାନ ପରେ ପରେ ବିଭିନ୍ନ ସଂସ୍ଥା କରିଥିବା ଏକଜିଟ୍ ପୋଲରେ ପ୍ରାୟ ସମସ୍ତେ ପୂର୍ବାନୁମାନ କରିଛନ୍ତି ଏଥର ପୁଣି ଦିଲ୍ଲୀରେ ଝାଡୁ ଚାଲିବ। ପୁଣି କ୍ଷମତାକୁ ଫେରିବ ଆମ୍ ଆଦମି ପାର୍ଟି  ଏବଂ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବାଧୀନ ଆମ୍  ଆଦମି ପାର୍ଟି ପୁଣି ସରକାର ଗଠନ କରିବାକୁ ଯାଉଛି। ଶନିବାରରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ୨୦୧୫ ଅପେକ୍ଷା ଏଥର ମତଦାନ ହାର କମ ରହିଥିବା ସୂଚନା ମିଳିଛି । ୨୦୧୫ରେ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର କିନ୍ତୁ ପାଖପାଖି ୫୫ ପ୍ରତିଶତ ମତଦାନ ହୋଇଛି । ଆଉ ମତଦାନ ପରେ ବିଭିନ୍ନ ସଂସ୍ଥା କରିଥିବା ଏକଜିଟ୍ ପୋଲରେ ସଙ୍କେତ ମିଳିଛି ନିର୍ବାଚନରେ ଆଗୁଆ ରହିବ ଆମ୍ ଆଦମୀ ପାର୍ଟି।

ନେତା ନ୍ୟୁଜ୍ ଏକ୍ସ କରିଥିବା ଏକଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟି ୫୩ରୁ ୫୭, ବିଜେପି ୧୧ରୁ ୧୭ ଆସନରେ ବିଜୟୀ ହେବେ ଏବଂ କଂଗ୍ରେସ କୌଣସି ଆସନ ନ ପାଇପାରେ। ସେହିପରି ଟାଇମ୍ସ ନାଓ କରିଥିବା ପୂର୍ବାନୁମାନ ଅନୁସାରେ ଆପ୍ ୪୪, ବିଜେପି ୨୬ଟି ଆସନରେ ବିଜୟୀ ହୋଇପାରେ । ତେବେ କଂଗ୍ରେସ ଓ ଅନ୍ୟାନ୍ୟଙ୍କ ପାଇଁ ଟାଇମ୍ସ ନାଓ କିଛି ପୂର୍ବାନୁମାନ କରିନାହିଁ ।

ରିପବ୍ଲିକ୍ ଜନ୍ କି ବାତ୍ କରିଥିବା ଏକଜିଟ୍ ପୋଲ୍ ସରେ ଆମ୍  ଆଦମି ପାର୍ଟି ୪୮ରୁ ୬୧ ବିଜେପି ୯ ରୁ ୨୧, କଂଗ୍ରେସ ଅତିବେଶୀରେ ଗୋଟିଏ ଆସନ ଜିତିପାରେ । ଇଣ୍ଡିଆ ଟିଭି କରିଥିବା ଏକଜିଟ୍ ପୋଲରେ ଆମ ଆଦମି ପାର୍ଟି ୪୪ ଆସନ ଜିତିପାରେ ଏବଂ ବିଜେପି ୨୬ ଆସନ ଜିତିପାରେ । ସମସ୍ତ ଏକଜିଟ୍ ପୋଲକୁ ଅନୁଧ୍ୟାନ କଲେ ଆମ୍ ଆଦମି ପାର୍ଟି ଦିଲ୍ଲୀବାସୀଙ୍କ ବିଶ୍ବାସ ବଳବତ୍ତର ରଖିବାକୁ ଯାଉଛି । ଏବଂ ପୁଣିଥରେ ଦିଲ୍ଲୀରେ ଚାଲିବ କେଜରିୱାଲଙ୍କ ଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.