ଦିଲ୍ଲୀରେ ଫୁଟିବନି ବାଣ, ତଥାପି ଲୋକେ ଧୁମଧାମରେ ପାଳିବେ ଦୀପାବଳି, କରିଛନ୍ତି ଦେଶୀ ଯୋଗାଡ଼

Published By : Prameya-News7 Bureau | October 21, 2022 IST

ନୂଆଦିଲ୍ଲୀ ୨୧।୧୦: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦୀପାବଳି ଆସି ନାହିଁ ହେଲେ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ଲୋକେ ଅଣନିଶ୍ୱାସୀ ହେଲେଣି। ପରିସ୍ଥିତିକୁ ଦେଖି ସରକାର ଚଳତିବର୍ଷ ମଧ୍ୟ ଦିଲ୍ଲୀରେ ଫୋଟକା ଫୁଟାଇବା ନିଷିଦ୍ଧ କରିଛନ୍ତି। ହେଲେବି ଦିଲ୍ଲୀରେ ଦୀପାବଳି ପୂର୍ବରୁ ରହି ରହି ଫୋଟକା ଫୁଟିବାର ଶବ୍ଦ ଶୁଣାଯାଉଛି। ଲୋକେ ଆଗରୁ କିଣି ରଖିଥିବା କ୍ରାକର ଲୁଚେଇ ଫୁଟଉଛନ୍ତି ନଚେତେ ଦେଶୀ ଯୋଗାଡରେ ଫୋଟକା ଫୁଟାଉଛନ୍ତି। ତେବେ ସବୁ ଠୁ ଅଧିକ ଫୋଟକା ଏବେ ଦେଶୀ ଯୋଗାଡରେ ଫୁଟୁଥିବା ଜଣାପଡିଛି।

{"id":698892,"width":840,"height":949,"sizeSlug":"full","linkDestination":"none"}

ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସ ଜେଲ। ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ବାଣ ବିକ୍ରି ଚିନ୍ତା ବି ବ୍ୟବସାୟୀ କରି ପାରୁ ନାହାନ୍ତି। ଏଥିରେ ଲୋକେ ବାଣ କିଣିବେ କେଉଁଠୁ ଫୁଟାଇବେ କେଉଁଠି? ହେଲେବି ଦୀପାବଳିକୁ ନିଶବ୍ଦରେ ଯିବାକୁ ଦେବେନି ଲୋକେ। ଦୀପାବଳିରେ ରାଜଧାନୀରେ ଆତସବାଜୀ ହେବନି ସତ ହେଲେ ରାଜଧାନୀ କିନ୍ତୁ କମ୍ପିବ। ଏଥିପାଇଁ ଦୀପାବଳିର ବେଶ ପୂର୍ବରୁ ପ୍ରସ୍ତୁତି କରି ନେଇଛନ୍ତି ଲୋକେ। ଲୁହା ନଳ ଓ ଛଡରେ ବେଶ ଆତସବାଜୀ କରୁଛନ୍ତି। ଏଥିରେ ପାରମ୍ପରିକ ବାରୁଦ ବି ଲୋକେ ବ୍ୟବହାର କରୁ ନାହାନ୍ତି। ହେଲେ ବାରୁଦର ଯୌଗିକରେ ଏପରି କ୍ରାକର ପ୍ରସ୍ତୁତ କରୁଛନ୍ତି ଯାହା ଦ୍ୱାରା ପ୍ରଦୂଷଣ ଭୟ ରହୁନଥିବା ବେଳେ ଶବ୍ଦ ବି ବେଶ୍ ହେଉଛି।

ଲୋକେ ଏଥିପାଇଁ ଦୀପାବଳିର ଅନେକ ପୂର୍ବରୁ ୱେଲ୍ଡିଂ ଦୋକାନରୁ ଲୁହାନଳ ପ୍ରସ୍ତୁତ କରିଆଣି ରଖିଛନ୍ତି। ସେଥିରେ ଗନ୍ଧକ ଓ ପଟାଶ ପୁରାଇ ଫୋଟକା ଫୁଟାଇବା ଭଳି ଫୁଟାଉଛନ୍ତି। ଯାହା ଗୋଟିଏ ତାଳଫୋଟକା ଠାରୁ ମଧ୍ୟ ଅଧିକ ଶବ୍ଦ କରୁଛି ଓ ଧୂଆଁବି ହେଉନି। ଏମିତିରେ ଗନ୍ଧକ କେଜି ପିଛା ୭ଶହରୁ ୮୦୦ ଟଙ୍କାରେ ମିଳୁଛି। ତେବେ ଦିଲ୍ଲୀରେ ଲୋକଙ୍କ ଚାହିଦା ଦେଖି ଏହି ଦର ଏବେ ଟିକେ ଉଚ୍ଚା ହୋଇଯାଇଛି। ତେବେ ଲୋକଙ୍କ ବାଣଫୁଟା ଆଗ୍ରହ ଆଗରେ ଏହି ଦର ବେଶି ନୁହେଁ। ଲୋକେ ତିଆରି ରଖିଥିବା ନଳି ରେ ଗନ୍ଧକ ଓ ପଟାସ ପୁରାଇ ପଛପଟୁ ଲୁହା ଛଡରେ ଜୋରଦାର ଧକ୍କା ଦେଉଛନ୍ତି ଓ ଏଥିରୁ ବେଶ ଶବ୍ଦ ଓ ନିଆଁ ଝୁଲ ବାହାରୁଛି।

wp:html /wp:html

ଏଥର ଦୀପାବଳି ଦିଲ୍ଲୀରେ ଲୁହାନଳ, ଛଡ, ଗନ୍ଧକ ଓ ପଟାସରେ ହେବ। ଏଥିରୁ ବାୟୁ ପ୍ରଦୂଷଣ ହେବାକୁ ନଥିବା ବେଳେ ଏପରି ଦୀପାବଳି ଯୋଗୁ ଲୋକଙ୍କୁ ପୋଲିସ ଦ୍ୱାରା ହଇରାଣ ବି ହେବାକୁ ପଡିବନି । ଏଥିଯୋଗୁ କାହାରିକୁ ଗିରଫ ବି ହେବାକୁ ପଡୁନଥିବା ବେଳେ ପାରମ୍ପରିକ କ୍ରାକରର ସ୍ଥାନ ନେବ ଲୁହାନଳ ଓ ଲୁହା ଛଡ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.