ଦିଲ୍ଲୀ CRPF ହେଡକ୍ବାର୍ଟରର ଜଣେ କର୍ମଚାରୀ କରୋନା ସଂକ୍ରମିତ, ସିଲ୍ ହେଲା ମୁଖ୍ୟାଳୟ
3/05/2020 at 2:16 PM

ନୂଆଦିଲ୍ଲୀ ୩।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାସହ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେଉଥିବା ସୁରକ୍ଷା ବାହିନୀର କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ଜଣେ କର୍ମଚାରୀଙ୍କ ରିପୋର୍ଟ ରବିବାର ଦିନ କରୋନା ପଜିଟିଭ୍ ଆସିଛି । ଏହାପରେ CRPF ମୁଖ୍ୟାଳୟକୁ ସିଲ୍ କରାଯାଇଛି ।
CRPF ମୁଖ୍ୟାଳୟର ସମ୍ପୂର୍ଣ୍ଣ କୋଠାକୁ ସାନିଟାଇଜ୍ କରାଯିବ । ତେଣୁ, ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ବିଲ୍ଡିଂ ଭିତରକୁ ପ୍ରବେଶ ଅନୁମତି ଦିଆଯିବନାହିଁ । ଏଥିସହିତ CRPF ADG ଜାଭେଦ ଅଖତର ଏବଂ ଅନ୍ୟ ୧୦ ଜଣ ଅଧିକାରୀ ନିଜକୁ କ୍ବାରେଣ୍ଟାଇନ୍ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ADG ଙ୍କର ଷ୍ଟେନୋଗ୍ରାଫର ରବିବାର ଦିନ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହାପରେ ବିଲ୍ଡିଂକୁ ସାନିଟାଇଜ୍ କରିବା ପାଇଁ CRPF NDMC ସହ ସଂପର୍କ କରିଛି । ଅନ୍ୟପଟେ ଜଣେ ଆଇଜିଙ୍କ ଡ୍ରାଇଭର ୩ ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ଏହା ପୂର୍ବରୁ ୧୩୬ CRPF କର୍ମଚାରୀ ଏବଂ୧୭ BSF କର୍ମଚାରୀ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀର ମୟୂର ବିହାର ଫେଜ୍-୩ ଅଞ୍ଚଳରେ ଅବସ୍ଥିତ CRPF ର ୩୧ତମ ବାଟାଲିୟନରୁ ୧୩୫CRPF କର୍ମଚାରୀ ଏବଂ ଜଣେ ଯବାନ ଦିଲ୍ଲୀର ୨୪୬ ତମ ବାଟାଲିୟନର । ଗତ କିଛି ଦିନ ମଧ୍ୟରେ ବହୁ ସଂଖ୍ୟକ କରୋନା ଭାଇରସ୍ ସଂସ୍ପର୍ଶରେ ଆସିବା ପରେ ୩୧ ତମ ବାଟାଲିୟନ ପରିସରକୁ ମଧ୍ୟ ସିଲ୍ କରାଯାଇଛି ।
After a staff of one of the top officers of CRPF tested COVID-19 positive, CRPF Headquarters in Delhi will be sealed for sanitisation till further orders. No one will be allowed to enter the building: Central Reserve Police Force pic.twitter.com/dCWWGe9GUF
— ANI (@ANI) May 3, 2020