JNU ହିଁସା: ଛାତ୍ରସଂସଦ ସଭାପତିଙ୍କ ସମେତ ୯ ଜଣଙ୍କ ଫଟୋ ଜାରି କଲା ପୋଲିସ୍, ଜାଣନ୍ତୁ କ'ଣ କହିଲା JNUTA

Published By : Prameya-News7 Bureau | January 10, 2020 IST

ନୂଆଦିଲ୍ଲୀ ୧୦।୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସ ହିଂସା ମାମଲାରେ ଦିଲ୍ଲୀ ପୋଲିସ ଶୁକ୍ରବାର ୯ ଜଣଙ୍କ ଫଟୋ ଜାରି କରିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଫଟୋ ଜାରି କରିଥିବା ବେଳେ କ୍ୟାମ୍ପସରେ ଗଣ୍ଡୋଗଳ ଲାଗି ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କ ଫଟୋ ଜାରି ହୋଇଛି।  ଗଣ୍ଡଗୋଳକାରୀଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଆଇସି ଘୋଷଙ୍କ ନାମ ମଧ୍ୟ ରହିଛି। ତେବେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ବ୍ୟକ୍ତ କରିଛି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ଜେଏନୟୁଟିଏ)।  

{"id":209532,"sizeSlug":"large"}

ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡିସିପି କ୍ରାଇମ ଡ. ଜୟ ତିର୍କୀ କ୍ୟାମ୍ପସରେ ରକ୍ତାକ୍ତ ଆକ୍ରମଣ ଲାଗି ଚିହ୍ନଟ ୯ ଜଣଙ୍କର ଫଟୋଚିତ୍ର ଜାରି କରିଥିଲେ। ଏଥିରେ ଯେଉଁମାନଙ୍କୁ ଗଣ୍ଡଗୋଳ ଲାଗି ପୋଲିସ ଚିହ୍ନଟ କରିଛି ସେମାନଙ୍କ ମଧ୍ୟରେ ଚୁନଚୁନ କୁମାର, ପଙ୍କଜ ମିଶ୍ର, ଯୋଗେନ୍ଦ୍ର ଭରଦ୍ୱାଜ, ପ୍ରିୟା ରଞ୍ଜନ, ସୁଚେତା ତାଲୁକଦାର, ବିକାଶ ପଟେଲ, ଡୋଲନ ଓ ଛାତ୍ର ସଂସଦ ସଭାପତି ଆଇସି ଘୋଷ ମଧ୍ୟ ଅଛନ୍ତି ବୋଲି କହିଛନ୍ତି।  ତେବେ ମାମଲାରେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ। ହେଲେ ଏବେ ଏ ନେଇ ପଚରାଉଚରା କରିବ ବୋଲି ଡିସିପି ଡା.ତିର୍କୀ କହିଛନ୍ତି। ଡା.ତିର୍କୀଙ୍କ ଅନୁସାରେ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡ ନେଇ ପୋଲିସରେ ୩ଟି ଅଲଗା ଅଲଗା ମାମଲା ରୁଜୁ ହୋଇଛି। ଏବେ ପୋଲିସ ସେ ସବୁର ଯାଞ୍ଚ କରୁଛି।

{"id":209533,"sizeSlug":"large"}

ତେବେ ଦିଲ୍ଲୀ ପୋଲିସ କ୍ୟାମ୍ପସ ଗଣ୍ଡଗୋଳ ଘଟଣାର ଫଟୋ ଜାରି ହେବା ପରେ ଜେଏନୟୁଏସୟୁ ସଭାପତି ଆଇସି ଘୋଷ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଇନ ଓ ବ୍ୟବସ୍ଥା ପ୍ରତି ତାଙ୍କର ସମ୍ପୂର୍ଣ୍ଣ ଆସ୍ଥା ଥିବା କହିଥିବା ବେଳେ ତଦନ୍ତ ନିଶ୍ଚିତ ରୂପେ ନିରପେକ୍ଷ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ତେବେ ସେ ପୋଲିସରେ କରିଥିବା ରିପୋର୍ଟ ହୁଏତ ଏତଲା ଭାବେ ଗ୍ରହଣ ହୋଇନାହିଁ ବୋଲି କହିଛନ୍ତି।  ମୁଁ ମାରପିଟ କରିନାହିଁ ଚାହିଁଲେ ଦିଲ୍ଲୀ ପୋଲିସ ତଦନ୍ତ କରିପାରେ ମୋତେ କିପରି ଆକ୍ରମଣ କରାଯାଇଛି ତାର ପ୍ରମାଣ ମଧ୍ୟ ମୋ ପାଖରେ ଥିବା କହିଛନ୍ତି ଆଇସି।

{"id":209534,"sizeSlug":"large"}

କ୍ୟାମ୍ପସ୍ ଆକ୍ରମଣ ଲାଗି ହୋଇଥିଲା whats app ଗ୍ରୁପ
ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜେଏନୟୁ ଆକ୍ରମଣ ଘଟଣାର ପୋଲିସ ସାମଗ୍ରିକ ତଦନ୍ତ କରୁଥିବା ଡିସିପି କହିଛନ୍ତି। ତେବେ ୫ ଜାନୁୟାରୀରର ଏହି ଆକ୍ରମଣ ଲାଗି ପୂର୍ବରୁ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ କରାଯାଇଥିଲା ବୋଲି ଡିସିପି କହିଛନ୍ତି। ଏହି ଗ୍ରୁପରୁ ମିଳିଥିବା ତଥ୍ୟ ଆଧାରରେ ଆକ୍ରମଣକାରୀଙ୍କ ନିକଟରେ ପୋଲିସ ପହଞ୍ଚିବାକୁ ଏବେ ଉଦ୍ୟମ ଚଳାଇଛି ବୋଲି ଡିସିପି ତିର୍କୀ କହିଛନ୍ତି।

{"id":209535,"width":574,"height":430,"sizeSlug":"large"}

ପୋଲିସ ତଦନ୍ତକୁ ନେଇ ଅଙ୍ଗୁଳି ଉଠାଇଲା JNUTA
ତେବେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (ଜେଏନୟୁଟିଏ) ସନ୍ଦେହ ପ୍ରକାଶ କରିଛି। ମାମଲାରେ ପୋଲିସର ଦାବିକୁ ବିବାଦସ୍ପଦ କହିଛି ଜେଏନୟୁଟିଏ)। ତେବେ ଏହା ନିଶ୍ଚିତ ରୂପେ ଏକ ସଂଗଠିତ ଆକ୍ରମଣ ଥିଲା ବୋଲି ସ୍ୱୀକାର କରିଛି। ଏହା ପଛରେ ରାଜନୈତିକ ଅଭିସନ୍ଧି ମଧ୍ୟ ଥାଇପାରେ ବୋଲି ଆଶଙ୍କା କରୁଛି ଶିକ୍ଷକ ସଂଘ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.