ବୃଜଭୂଷଣ ଶରଣ ସିଂ ବିରୋଧରେ ଚାର୍ଜ ଫ୍ରେମ୍ ପାଇଁ ଆଦେଶ, କୋର୍ଟ କହିଲେ- ଯଥେଷ୍ଟ ପ୍ରମାଣ ଅଛି

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂଙ୍କ ବିରୋଧରେ ଚାର୍ଜେ ଫ୍ରେମ୍ କରିବା ପାଇଁ ଆଦେଶ ଦେଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ବୃଜଭୂଷଣ ଶରଣ ସିଂଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ପାଇଁ ଅନେକ ପ୍ରମାଣ ଅଛି । କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଯୌନ ଉତ୍ପୀଡନ କେସ୍ ଚାଲିଛି । ଏହି ମାମଲାରେ ଏବେ କୋର୍ଟ ଏବେ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିବାକୁ କହିଛନ୍ତି । ବୃଜଭୂଷଣଙ୍କ ବ୍ୟତୀତ ତାଙ୍କ ସହଯୋଗୀ ବିନୋଦ ତୋମାରଙ୍କ ବିରୋଧରେ ମଧ୍ୟ ଚାର୍ଜ ଫ୍ରେମ୍ କରାଯିବ । ଦୁହିଁଙ୍କ ବିରୋଧରେ ୬ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ । ଦୁହିଁଙ୍କ ବିରୋଧରେ ୫ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନକୁ ନେଇ ୩୫୪ ଏବଂ ୩୫୪ଏରେ ମାମଲା ରୁଜୁ ହେବ । ଏହା ବ୍ୟତୀତ ଦୁଇ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଉତ୍ପୀଡନ ମାମଲାରେ ଧାରା ୫୦୬ (୧) ଅନୁସାରେ ଚାର୍ଜ ଫ୍ରେମ୍ ହେବ ।

ଅନ୍ୟପଟେ ଷଷ୍ଠ ମହିଳା କୁସ୍ତିଯୋଦ୍ଧାଙ୍କ ଉତ୍ପୀଡନ ମାମଲାରେ ତାଙ୍କୁ ମୁକ୍ତ କରାଯାଇଛି । ଏବେ ଏହି ମାମଲାର ଶୁଣାଣି ମେ ୨୧ ହେବ । ଏହିପରି ଭାବେ ବୃଜଭୂଷଣ ଶରଣ ସିଂ ବିରୋଧରେ ମାମଲା ଆଗକୁ ବଢିବ । ଏହା ପୂର୍ବରୁ ମଙ୍ଗଳବାର ରାଉଜ ଏଭେନ୍ୟୁ କୋର୍ଟର ଜଜ୍ ପ୍ରିୟଙ୍କା ରାଜପୁତ ରାୟ ସଂରକ୍ଷିତ ରଖିଥିଲେ । କୋର୍ଟ କହିଥିଲେ ଯେ ରାୟ ଲେଖା ସରିଛି, କିନ୍ତୁ ଏହାର କିଛି ସୁଧାର କରିବାର ଅଛି । ଏଥିପାଇଁ ଏବେ ଆଗାମୀ ଶୁଣାଣି ମେ ୧୦ରେ ହେବ । ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ବୃଜଭୂଷଣ ଶରଣ ସିଂ ଏହା ମଧ୍ୟ ଅପିଲ୍ କରିଥିଲେ ଯେ ଏହି ମାମଲାରେ ପ୍ରଥମେ ଯାଞ୍ଚ କରାଯିବ । ଏହାପରେ ଚାର୍ଜ ଫ୍ରେମ୍ କରାଯାଉ ।

ଏହା ଉପରେ କୋର୍ଟ କହିଥିଲେ ଯେ ଆମେ ଚିନ୍ତା କରିବୁ, କିନ୍ତୁ ଆଗାମୀ ଶୁଣାଣିରେ ଏହାକୁ ମନା କରିଦେଲେ । ବୃଜଭୂଷଣ ଶରଣ ସିଂ ଦାବି କରିଥିଲେ ଯେ ଯେଉଁ ଦିନ ଯୌନ ଉତ୍ପୀଡନର ଅଭିଯୋଗ ଅଣାଯାଇଛି, ସେହି ଦିନ ହିଁ ସେ ଦିଲ୍ଲୀରେ ନଥିଲେ । ସେତେବେଳେ ସେ ସର୍ବିଆରେ ଥିଲେ । ଏହା ବ୍ୟତୀତ ସେ କୋଚ୍ ବିଜେନ୍ଦରଙ୍କ କଲ୍ ରେକର୍ଡ ମଧ୍ୟ ଉପସ୍ଥାପନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ବୃଜଭୂଷଣ ଶରଣ ସିଂ ବର୍ତ୍ତମାନ କେଶରଗଞ୍ଜ ଲୋକସଭାରୁ ବିଜେପି ସାଂସଦ ଅଛନ୍ତି, କିନ୍ତୁ ଏଥର ବିଜେପି ତାଙ୍କୁ ଟିକଟ ଦେଇଛି । ତାଙ୍କ ସ୍ଥାନରେ ପୁଅ କରଣଭୂଷଣ ସିଂଙ୍କୁ ବିଜେପି ଟିକଟ ଦେଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.