ଭଉଣୀ ବାହାଘର ପାଇଁ ଉମର ଖାଲିଦକୁ ମିଳିଲା ଜାମିନ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଲୀ: ଭଉଣୀ ବାହାଘରରେ ଯୋଗ ଦେବାକୁ ଉମର ଖାଲିଦକୁ ଜାମିନ ଦେଲେ କୋର୍ଟ। ଆଜି ଖାଲିଦଙ୍କୁ ୭ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ଏକ କୋର୍ଟ। ଉମର ଖାଲିଦଙ୍କ ବିରୋଧରେ ଦଙ୍ଗା ଉସ୍‌କାଇବା ପାଇଁ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସେ ୨୦୨୦ ସେପ୍ଟେମ୍ବର ମାସ ଠାରୁ ଜେଲ୍‌ରେ ରହିଛନ୍ତି।

ଖାଲିଦଙ୍କର ଅନ୍ତରୀଣ ଜାମିନ୍ ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହେବ। ବିବାହ ଉତ୍ସବ ସରିବା ପରେ ଖାଲିଦ ଡିସେମ୍ବର ୩୦ ତାରିଖରେ ଆତ୍ମସମର୍ପଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ଚଳିତ ମାସ ଆରମ୍ଭରୁ ଦିଲ୍ଲୀ କାରକାର୍ଡୋମା କୋର୍ଟ ଦିଲ୍ଲୀ ହିଂସାର ଏକ ମାମଲାରେ ଉମର ଖାଲିଦ ଓ ତାଙ୍କ ବନ୍ଧୁ ଖାଲିଦ ସୈଫୀଙ୍କ ଖଲାସ କରିଥିଲେ। ହେଲେ ଅନ୍ୟ ମାମଲାରେ ଦୁଇ ଜଣଙ୍କୁ ମୁକ୍ତି ମିଳିନଥିବାରୁ ଖାଲିଦ ଓ ସୈଫୀ ଏବେ ବି ଜେଲ୍‌ରେ ରହିଛନ୍ତି। ଉମର ଖାଲିଦ ଓ ସୈଫୀଙ୍କ ବିରୋଧରେ ୟୁଏପିଏ ଆଇନରେ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ଦିଲ୍ଲୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.