ବଢୁଛି ଆପ୍ ନେତାଙ୍କ ଅଡ଼ୁଆ, ୭ ଦିନିଆ ରିମାଣ୍ଡରେ ଗଲେ ମନୀଷ ସିସୋଦିଆ
11/03/2023 at 10:22 AM

ନୂଆଦିଲ୍ଲୀ ୧୧/୦୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢୁଛି ଆପ୍ ନେତାଙ୍କ ଅଡ଼ୁଆ । ଅଧିକ ପଚରାଉଚରା ପାଇଁ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ମନୀଷ୍ । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ ସପ୍ତାହ ପାଇଁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।
ଇଡି ଗୁରୁବାର ମନିଷଙ୍କୁ ଗିରଫ କରିବା ପରେ ଶୁକ୍ରବାର ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ ଏହାକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ଦୟାନ କ୍ରିଷ୍ଣା । ସିବିଆଇ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଆର୍ଥିକ କାରବାର ନେଇ କୌଣସି ପ୍ରମାଣ ନାହିଁ ।
ତେଣୁ ଇଡି ଏହି ମାମଲା ତଦନ୍ତ କରିପାରିବ ନାହିଁ ବୋଲି ସିସୋଦିଆଙ୍କ ଓକିଲ କୋର୍ଟକୁ କହିଥିଲେ । ହେଲେ ଏହି ମାମଲାରେ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ଥିବା କୋର୍ଟକୁ କହିଥିଲା ଇଡି । ମାର୍ଚ୍ଚ ୬ ତାରିଖ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି ସିସୋଦିଆ ।