scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଳତ୍କାର ଅଭିଯୋଗରେ ଡାକ୍ତରଙ୍କୁ ମିଳିଲା ଜାମିନ; ଜଜ୍‌ କହିଲେ, ‘ସହମତିରେ ହୋଇଥିବା ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ’

28/11/2023 at 3:42 PM

ନୂଆଦିଲ୍ଲୀ ୨୮।୧୧; ‘ସହମତି ଆଧାରରେ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ’ । ଏପରି ରାୟ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ । ଆଉ ବଳତ୍କାର ଅଭିଯୁକ୍ତ ଡାକ୍ତରଙ୍କୁ ଦେଇଛନ୍ତି ଜାମିନ । ଅଦାଲତ କହିଛନ୍ତି କି ଅଭିଯୁକ୍ତ ଏବଂ ଅଭିଯୋଗକାରିଣୀଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କ ସ୍ଥାପନ ହୋଇଛି । ଅନ୍ୟପଟେ ନିରପେକ୍ଷ ତଦନ୍ତ ନକରିବାରୁ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ କରିଛନ୍ତି ଭର୍ସନା । ବିଚାରପତି ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପୁନଶ୍ଚ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସଠିକ୍‌ ତଦନ୍ତ କରିବାକୁ କହିଛନ୍ତି ।

ଚଳିତବର୍ଷ ମଇ ୩୧ରେ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ । ଏହାର ଶୁଣାଣି କରିଥିଲେ ଅତିରିକ୍ତ ସେକ୍ସନ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଧୀରେନ୍ଦ୍ର ରାଣା । ସେ କହିଥିଲେ କି ଡାକ୍ତର ଅଭିଯୋଗକାରିଣୀଙ୍କୁ ବିବାହ କରିବାକୁ କହି ତାଙ୍କ ସହ ସମ୍ପର୍କ ରଖିଥିଲେ ।  ତେବେ ଅଭିଯୋଗକାରିଣୀ ଡାକ୍ତରୀ ଚେକ୍‌ଅପ୍‌ ପାଇଁ ମନା କରିଦେଇଥିଲେ । ଜଜ୍ କହିଛନ୍ତି କି ବଳାତ୍କାର ଏବଂ ଅସ୍ୱାଭାବିକ ଯୌନ ଅଭିଯୋଗକୁ ସମର୍ଥନ କରିବାକୁ କୌଣସି ଆଇନଗତ ମାମଲା ନାହିଁ।

ଅଦାଲତ କହିଛନ୍ତି ଯେ ମହିଳା ଜଣକ ଅନ୍ୟ ଜଣଙ୍କ ବିରୋଧରେ ଅପରାଧିକ ଧମକ, ଅପରାଧିକ ଷଡଯନ୍ତ୍ର ଏବଂ ଅନ୍ୟାନ୍ୟ ଦଣ୍ଡବିଧାନ ପାଇଁ ଅଭିଯୋଗ କରିଛନ୍ତି । ଯେଉଁଥିରେ ସମ୍ପୃକ୍ତ ଆଇଓ ଏହି ମାମଲାରେ ବନ୍ଦ ରିପୋର୍ଟ ଦାଖଲ କରିଥିଲେ । ଏନେଇ କୋର୍ଟ କହିଛନ୍ତି ଯେ ବଳତ୍କାର ହୋଇଥିବା ଅଭିଯୋଗ ସତ୍ତ୍ବେ ଅଭିଯୋଗକାରିଣୀ ପୋଲିସକୁ ସହଯୋଗ କରିନାହାନ୍ତି ।

କୋର୍ଟ କହିଛନ୍ତି ଯେ ଅଭିଯୋଗକାରିଣୀ ତଦନ୍ତ ପାଇଁ ତାଙ୍କ ଫୋନ୍ ଦେଇ ନାହାଁନ୍ତି କିମ୍ବା ଯାଞ୍ଚରେ ଭାଗ ନେଇ ନାହାଁନ୍ତି । କେବଳ ଏତିକି ନୁହେଁ ସେ ଆଇଓକୁ ତାଙ୍କର ବର୍ତ୍ତମାନର ଠିକଣା ମଧ୍ୟ କହି ନାହାଁନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ତଦନ୍ତ ଶେଷ ହୋଇଛି ଏବଂ ଅବଶିଷ୍ଟ ଯାଞ୍ଚ ଉପଲବ୍ଧ ତଥ୍ୟ ଆଧାରରେ କରାଯିବ। କୋର୍ଟ କହିଛନ୍ତି, “ଅଭିଯୁକ୍ତ ଅନ୍ୟ କୌଣସି ମାମଲାରେ ଜଡିତ ନାହାନ୍ତି ଏବଂ ବୃତ୍ତିରେ ସେ ଜଣେ ଡାକ୍ତର ।

ରେକର୍ଡରେ ରଖାଯାଇଥିବା ଚାଟ୍ ହିଷ୍ଟ୍ରିରେ ମଧ୍ୟ ଉଭୟ ପକ୍ଷରୁ ସଂପର୍କ ଥିବା ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଯେ ଦୁହିଁଙ୍କ ସହମତିରେ ଯୌନ ସମ୍ପର୍କ ରହିଥିଲା । ଅଦାଲତ କହିଛନ୍ତି ଯେ ମାମଲାର ସତ୍ୟତା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଡାକ୍ତରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବିଚାରପତି କହିଛନ୍ତି ଯେ ଆଇଓ ନିରପେକ୍ଷ ତଦନ୍ତ କରିବା ଉଚିତ୍‌ ।

You Can Read:

   Related Posts