ମନି ଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ବେଲ୍

Published By : Prameya-News7 Bureau | August 23, 2022 IST

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀ ସ୍ୱାସ୍ଥ୍ୟାମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ପତ୍ନୀ ପୁନମ ଜୈନଙ୍କୁ ବେଲ୍ ମିଳିଛି। ମଙ୍ଗଳବାର ଦିଲ୍ଲୀ ରାଉସ୍ ଏଭିନ୍ୟୁ କୋର୍ଟ ପୁନମ ଜୈନ୍‌ଙ୍କୁ ବେଲ୍ ଦେଇଛନ୍ତି।

ତେବେ କେବଳ ପୁନମ ନୁହଁନ୍ତି, ସ୍ୱାମୀ ସତୈନ୍ଦ୍ର ଜୈନ୍ ମଧ୍ୟ ପୁଣିଥରେ ଏକ ନୂଆକରି ବେଲ୍ ଆବେଦନ କରିଛନ୍ତି। ଶନିବାର(ଅଗଷ୍ଟ୨୭)ରେ ତାଙ୍କ ବେଲ୍‌ ଆବେଦନ ନେଇ ଶୁଣାଣି ହେବ। ସେହିପରି ମାମଲାର ସହ ଅଭିଯୁକ୍ତ ଅଙ୍କୁଶ ଓ ବୈଭବ ଜୈନ୍‌ଙ୍କର ବେଲ୍‌ ଆବେଦନ ମଧ୍ୟ ଅଗଷ୍ଟ ୨୭ ତାରିଖରେ ଶୁଣାଣି ହେବ ବୋଲି ସୂଚନା ମିଳିଛି।   

ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ପୁନମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ କୋର୍ଟ।  ସୂଚନ ଥାଉକି ଇଡି ସିବିଆଇ ଦ୍ୱାରା ୨୪ ଅଗଷ୍ଟ  ୨୦୧୭ ଦାୟର ହୋଇଥିବା FIR ଆଧାରରେ ସତୈନ୍ଦ୍ର ଜୈନ୍ ଓ ଏବଂ ଅନ୍ୟମାନଙ୍କ ବିରୋଧରେ ଆଣ୍ଚି ମନି ଲଣ୍ଡରିଂ ଧାରା ଅନୁସାରେ ତଦନ୍ତ କରିଥିଲେ।

କାରଣ ସିବିଆଇ ଅଭିଯୋଗ କରିଥିଲା ଯେ ସତୈନ୍ଦ୍ର ଜୈନ୍‌ ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିବା ସମୟରେ  ଫେବ୍ରୁଆରୀ ୧୪ ତାରିଖ ୨୦୧୫ ରୁ ୩୧ ମେ ୨୦୧୭ ମଧ୍ୟରେ ଜୈନ ଆୟ ଠାରୁ ଅଧିକ ସମ୍ପତ୍ତି କମାଇଛନ୍ତି। ଏହି ମାମଲାରେ ଇଢି ଜୁଲାଇ ୨୭ ତାରିଖରେ ଚାର୍ଜଶିଟ୍ ଦାଖଲ କରିଥିଲା।

ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ୧୦ ଜଣଙ୍କ ନାଁ ସତୈନ୍ଦ୍ର ଜୈନ୍‌, ପତ୍ନୀ ପୁନମ ଜୈନ୍ ଏବଂ ସହଯୋଗୀ ଅଜୀତ ପ୍ରସାଦ ଜୈନ ଓ ସୁନୀଲ କୁମାର ଜୈନ, ବୈଭବ ଜୈନ ଓ ଅଙ୍କୁଶ ଜୈନଙ୍କ ନା ସାମିଲ ଥିଲା। ତା ସହ ଅକିଞ୍ଚନ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ , ପ୍ରୟାସ ଇନ୍‌ଫୋସଲ୍ୟୁସନ ପିଭିଟ ଏଲ୍‌ଟିଡି, ମଙ୍ଗଳାୟାତନ ପିଭିଟି ଏଲ୍‌ଟିଡି ଏବଂ ଜେଜେ ଆଇଡିୟଲ ଇଷ୍ଟେଟ୍ ପିଭିଟି ଲିମିଟେଡ୍ ନାଁ ବି ଚାର୍ଜିଶିଟ୍‌ରେ ରହିଥିଲା।

ଏହି ମାମଲାରେ ସତୈନ୍ଦ୍ର ଜୈନ୍‌ଙ୍କୁ ମେ ୩୦ ତାରିଖରେ ମନି ଲଣ୍ଡରିଂ ପ୍ରିଭେନ୍‌ସନ ଆକ୍ଟରେ ଗିରଫ କରାଯାଇଥିଲା। ସମସ୍ତ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଜୁନ ୬ ତାରିଖରେ ସତୈନ୍ଦ୍ର ଜୈନଙ୍କ ସହଯୋଗୀଙ୍କ ପାଖରୁ ୨.୮୬ କୋଟି ଟଙ୍କା ସହ ୧.୮୦ କେଜି ଓଜନର ୧୩୩ ସୁନା କଏନ୍‌ ଜବତ କରିଥିବା ଇଡି ଅଭିଯୋଗ କରିଥିଲା। ଏହି ମାମଲାରେ ଇଡି ଦିଲ୍ଲୀର ଅନେକ ସ୍ଥାନନରେ ଚଢ଼ାଉ ମଧ୍ୟ କରିଥିଲା। କିଛି ଆପତ୍ତିକର ଡକ୍ୟୁମେଣ୍ଟ ପାଇଥିଲା ବୋଲି ଇଢି ଅଭିଯୋଗ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.