scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବହୁ ଚର୍ଚ୍ଚିତ ୨୦୦କୋଟି ଠକେଇ ମାମଲା, ଜ୍ୟାକଲିନ୍‌ଙ୍କ ଅନ୍ତରୀଣ ଜାମିନ୍‌ ଅବଧି ବୃଦ୍ଧି କଲେ କୋର୍ଟ

22/10/2022 at 4:12 PM

ନୂଆଦିଲ୍ଲୀ, ୨୨/୧୦: ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କା ଅର୍ଥ ହେରଫେର୍‌ ତଥା ଠକ ସୁକେସ୍‌ ଚନ୍ଦ୍ରଶେଖର ସହ ଜଡ଼ିତ ଥିବା ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ଙ୍କୁ ସାମାନ୍ୟ ଆସ୍ୱସ୍ତି । ନଭେମ୍ୱର ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ କୋର୍ଟ । ଦିଲ୍ଲୀ କୋର୍ଟ ଜ୍ୟାକ୍‌ଲିନ୍‌ଙ୍କ ଜାମିନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମାମଲା ସମ୍ପର୍କିତ ଚାର୍ଜସିଟ୍‌ ଏବଂ ଅନ୍ୟାନ୍ୟ ଦସ୍ତାବିଜ ସମସ୍ତ ପକ୍ଷକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାମିନ୍‌ ଏବଂ ଅନ୍ୟ ଦରଖାସ୍ତ ଗୁଡ଼ିକର ଶୁଣାଣି ନଭେମ୍ୱର ୧୦ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି ।

ତଦନ୍ତକାରୀ ସଂସ୍ଥା ଇଡି ଜ୍ୟାକ୍‌ଲିନ୍‌ ଏହି ମାମଲାରେ ଜଡ଼ିତ ଥିବା ନେଇ ଅଗଷ୍ଟ ୧୭ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା । ଜ୍ୟାକ୍‌ଲିନ୍‌ଙ୍କୁ ବେଆଇନ୍‌ ଭାବେ ୭ କୋଟି ଟଙ୍କାର ଅଳଙ୍କାର ଉପହାର ଦେଇଥିଲା ଠକ ସୁକେଶ ଚନ୍ଦ୍ରଶେଖର । ଏଥିସହିତ ଅଭିନେତ୍ରୀ ଏବଂ ତାଙ୍କର ପରିବାର ଲୋକଙ୍କୁ ସେ ବିଳାଶପୂର୍ଣ୍ଣ କାର, ଦାମୀ ବ୍ୟାଗ୍‌, ଡ୍ରେସ୍‌, ଜୋତା ଏବଂ ଦାମୀ ଘଣ୍ଟା ମଧ୍ୟ ଉପହାର ସ୍ୱରୂପ ଦେଇଥିଲା ।

ସୂଚନା ଥାଉକି, ଠକ ସୁକେଶ ଚନ୍ଦ୍ର ଶେଖର ବର୍ତ୍ତମାନ ଜେଲ୍‌ରେ ରହିଛି । ହାଇ-ପ୍ରୋଫାଇଲ୍‌ ବ୍ୟକ୍ତି ବିଶେଷଙ୍କୁ ଠକୁଥିଲା ସୁକେଶ । ଫୋର୍ଟିସ୍ ସ୍ୱାସ୍ଥ୍ୟସେବା ପ୍ରୋତ୍ସାହକ ଶିଭେନ୍ଦର ମୋହନ ସିଂହଙ୍କ ପତ୍ନୀଙ୍କ ଭଳି ବଡ଼ ବଡ଼ ଲୋକଙ୍କୁ ସେ ଟାର୍ଗେଟ୍‌ କରୁଥିଲା । ସେପ୍ଟେମ୍ୱର ମାସରେ ଦିଲ୍ଲୀ ପୋଲିସ୍‌ର ଅର୍ଥନୈତିକ ଶାଖା ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ୮ ଘଣ୍ଟା ଜେରା କରିଥିଲା । ଜେରା ବେଳେ ସେ ସୁକେଶଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ସ୍ୱିକାର କରିଥିଲେ । କିନ୍ତୁ ଏ ସଂପର୍କିତ କିଛି ଜାଣିନଥିବା ପୋଲିସ୍‌କୁ କହିଥିଲେ ।

   Related Posts