ଦିଲ୍ଲୀ ଦଙ୍ଗା ୨୦୨୦ର ଏକ ମାମଲାରେ ଉମର ଖାଲିଦ୍‌ ଓ ସୈଫୀ ସାମୀକୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଉମର ଖାଲିଦ୍‌ଙ୍କୁ ଖଲାସ କଲେ କୋର୍ଟ। ଦଙ୍ଗାରେ ପଥର ପିଙ୍ଗା ଅଭିଯୋଗରେ ସମ୍ପୃକ୍ତି ନେଇ ଆଜି ଜେଏନ୍‌ୟୁ ଛାତ୍ର ଉମର ଖାଲିଦଙ୍କ ସମେତ ଛାତ୍ର ନେତା ଖାଲି ସୈଫୀଙ୍କୁ ଖଲାସ କରିଛନ୍ତି ଦିଲ୍ଲୀର କଡ଼ର୍ଡୋମା କୋର୍ଟ। ତେବେ ଅନ୍ୟ ଏକ ମାମଲାରେ ଦୁଇ ଜଣ ପୂର୍ବଭଳି ଜେଲ୍‌ରେ ରହିବେ।

ଏହି ଦୁଇ ଛାତ୍ର ନେତାଙ୍କ ବିରୋଧରେ ଆତଙ୍କବିରୋଧୀ ଆଇନ(UAPA)ରେ ମାମଲା ରୁଜୁ ହୋଇଛି। ଏବେ ସେମାନେ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଦିଲ୍ଲୀର ଚାନ୍ଦବାଗରେ ପଥର ଫିଙ୍ଗା ମାମଲାରେ ଖାଲିଦ ଓ ସୈଫୀଙ୍କୁ ଅଭିଯୁକ୍ତ ଥିଲେ। ହେଲେ ଏହି ଘଟଣାରେ ଦୁହିଁଙ୍କ ବିରୋଧରେ ପ୍ରମାଣ ମିଳି ନଥିବାର କୋର୍ଟ ତାଙ୍କୁ ଉକ୍ତ ମାମଲାରେ ଖଲାସ କରିଛନ୍ତି।  

ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ମୁଧକର ପାଣ୍ଡେ। ଅତିରିକ୍ତ ସେସନ ଜଜ୍ ପୁଲସ୍ତ୍ୟ ପମରଚଳଙ୍କ ମାମଲାରେ ରାୟ ଶୁଣାଇ ଏହି ଦୁହିଁଙ୍କୁ ଖଲାସ କରିଛନ୍ତି ବୋଲି ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି।  

ଏହି ମାମଲାରେ ଦୁଇ ଛାତ୍ର ନେତାଙ୍କ ବିରୋଧରେ କରୱାଲ ନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଜମେ କନଷ୍ଟେବଲଙ୍କ ଅଭିଯୋଗ କ୍ରମେ ଏହି ମାମଲା ହୋଇଥିଲା। ଦୁହିଁଙ୍କ ବିରୋଧରେ ଦଙ୍ଗା ଉସକାଇବା, ଅପରାଧିକ ଷଡ଼ଯନ୍ତ୍ର, ଆର୍ମ୍ସ ଆକ୍ଟ ଏବଂ ସମ୍ପତ୍ତି ନଷ୍ଟକୁ ବିରୋଧ ଆଦି ଆପିସିର ବିଭିନ୍ନ ଧାରା ଲାଗିଥିଲା। ପରେ ମାମଲାକୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ୟୁଏପିଏ ମାମଲାରେ ଅକ୍ଟୋବର ମାସରେ ଦିଲ୍ଲୀ ହାଇକୋର୍ଟ ଖାଲିଦଙ୍କୁ ବେଲ୍ ଦେବାକୁ ମନା କରିଦେଇଥିଲେ। ବେଲ୍ ଆବେଦନରେ କୌଣସି ଯୋଗ୍ୟ ପ୍ରସଙ୍ଗ ନାହିଁ ବୋଲି କୋର୍ଟ କହିଥିଲେ।

ସୂଚନା ଥାଉକି, ଦିଲ୍ଲୀ ଦଙ୍ଗାରେ ୫୩ ଲୋକଙ୍କର ମୃତ୍ୟୁ ହୋଇଥିଲା। ୭୦୦ରୁ ଅଧିକ ଆହତ ହୋଇଥିଲେ। ୨୦୨୦ ସେପ୍ଟେମ୍ବରରେ ଖାଲିଦଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ୍। ହେଲେ ଦଙ୍ଗାରେ କୌଣସି ସମ୍ପୃକ୍ତି ନାହିଁ କି ସେ କୌଣସି ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ୍ ନାହାଁନ୍ତି ବୋଲି ଖାଲିଦ କହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.