scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରିଜ ଭୂଷଣଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ସିନ୍ ରି-କ୍ରିଏସନ କଲା ଦିଲ୍ଲୀ ପୁଲିସ

9/06/2023 at 6:59 PM

ନୂଆଦିଲ୍ଲୀ: ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗର ସିନ୍‌ ରିକ୍ରିଏସନ କରି ଦିଲ୍ଲୀ ପୁଲିସ। ଏଥିପାଇଁ ଦିଲ୍ଲୀ ପୁଲିସ କୁସ୍ତିଯୋଦ୍ଧା ସଂଗୀତା ଫୋଗାଟଙ୍କୁ ବ୍ରିଜ ଭୂଷଣଙ୍କ ସରକାରୀ ବାସଭବନକୁ ନେଇଥିଲା। ମହିଳା କନଷ୍ଟେବଲଙ୍କ ସହ ଫୋଗାଟ ଘଟଣା ସ୍ଥଳକୁ ଯାଇଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାୟ ଦିନ ୧.୩୦ ବେଳେ ପୁଲିସ ଅଫିସରମାନେ ସଂଗୀତାଙ୍କୁ ବ୍ରିଜ ଭୂଷଣର ଦିଲ୍ଲୀ ସ୍ଥିତ ସରକାରୀ ବାସଭବନକୁ ନେଇଥିଲେ। ସେଠାରେ ସେମାନେ ପ୍ରାୟ ଅଧଘଣ୍ଟା ରହିଥିଲେ। କେଉଁଠି ଓ କେମିତି ସେ ଅଶାଳନୀ ବ୍ୟବହାର ଶିକାର ହୋଇଥିଲେ ତାର ସିନ୍‌ ରିକ୍ରିଏଟ କରିବାକୁ କହିଥିଲେ।

Wrestlers protest: 'IOA's decision to take charge of WFI first step in our  fight..', says Bajrang Punia. 10 points | Mint

ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ କସରଗଞ୍ଜ ବିଜେପି ସଭାପତି ଓ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଲାଗିଥିବା ଯୌନ ଶୋଷଣ ଅଭିଯୋଗରେ ତଦନ୍ତ କରୁଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ମାମଲାର ତଦନ୍ତ କରି ପୁଲିସ ଆସନ୍ତା ସପ୍ତାହରେ କୋର୍ଟରେ ରିପୋର୍ଟ ଦାଖଲ କରିପାରେ ବୋଲି ସୂଚନା ମିଳିଛି। ତଦନ୍ତ ସ୍ୱରୂପ ଏସ୍‌ଆଇଟି ଘଟଣାରେ ୧୮୦ ଲୋକଙ୍କୁ ପଚରାଉଚରା କରୁଛି ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି।   

ପଢ଼ନ୍ତୁ –କୁସ୍ତି ଯୋଦ୍ଧାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ୍ ପାଇଁ କୋର୍ଟଙ୍କୁ ଦିଲ୍ଲୀ ପୁଲିସର ଅନୁରୋଧ

ସୂଚନା ଥାଉକି ଭାରତର ପ୍ରତିଷ୍ଠିତ କୁସ୍ତି ଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ମାସାଧିକ କାଳ ଆନ୍ଦୋଳନ ଚଳାଇଛନ୍ତି। ଏନେଇ ବୁଧବାର ଖେଳାଳିମାନେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ। ଏଥିରେ ଜଣେ ନାବାଳିକା ମଧ୍ୟ ଅଭିଯୋଗ ଆଣିବାରୁ ବ୍ରିଜ ଭୂଷଣ ବିରୋଧରେ ପୋକ୍ସୋ ଆକ୍ଟ ବି ଲାଗିଛି।  

Won't leave until...': Top wrestlers spend night at Delhi's Jantar Mantar |  Latest News India - Hindustan Times

ସେପଟେ ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କ ବିରୋଧରେ ହୋଇଥିବା ମାମଲାରେ କୋର୍ଟରେ ଆକ୍ସନ ଟେକେନ ରିପୋର୍ଟ ଦେଇଛି ଦିଲ୍ଲୀ ପୁଲିସ୍। ଆବେଦନରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ। ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ କୌଣସି ହିଂସା ଉସ୍‌କାଇଲା ଭଳି ଭାଷଣ ଦେଇ ନାହାନ୍ତି ବୁଲି ଦିଲ୍ଲୀ ପୁଲିସ କହିଛି।

ଅଭିଯୋଗ କର୍ତ୍ତା ପ୍ରମାଣ ସ୍ୱରୂପ ଦେଇଥିବା ଭିଡିଓକୁ ଦିଲ୍ଲୀ ପୁଲିସ ଯାଞ୍ଚ କରିବା କରିଥିଲା। ଏଥିରେ କୁସ୍ତିଯୋଦ୍ଧାମାନେ କୌଣସି ଆପତ୍ତି ଜନକ ଟିପ୍ପଣୀ ଦେଇ ନାହାନ୍ତି ବୋଲି ଦିଲ୍ଲୀ ପୁଲିସ କୋର୍ଟରେ ତଥ୍ୟ ରଖିଛି। ଏଥିସହିତ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରାଯାଉ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୭ ତାରିଖରେ ହେବ।

ପଢ଼ନ୍ତୁ –ବ୍ରିଜଭୂଷଣଙ୍କ ବିରୋଧରେ ଅନ୍ତର୍ଜାତୀୟ ରେଫ୍ରୀଙ୍କ ବିସ୍ଫୋରକ ବୟାନ; ‘ମୁଁ ଦେଖିଛି, ନାବାଳିକା କୁସ୍ତିଯୋଦ୍ଧାଙ୍କ ଶରୀରକୁ ସେ ଛୁଇଁଥିଲେ, ମୁହଁପୋତି ପଳାଇଥିଲେ ଖେଳାଳି’

Wrestlers Protest: WFI polls by June 30; charge sheet in Brij Bhushan case  by June 15, says Anurag Thakur | Deccan Herald

   Related Posts