ଭାରତୀୟ ମୁଦ୍ରାରେ ହିନ୍ଦୁ ଦେବା ଦେବୀଙ୍କ ଫଟୋ ଛାପିବା ପ୍ରସଙ୍ଗ: କେଜରିୱାଲଙ୍କ ଇସ୍ତଫା ଦାବି କଲା କଂଗ୍ରେସ

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଷଙ୍କ ଫଟୋ ଛାପିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତର୍କ ଦେବା ପରେ ଏହାକୁ ସମାଲୋଚନା କରିଛି କଂଗ୍ରେସ। କଜରିୱାଲ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି। କେଜରିୱାଲ୍ ସମ୍ବିଧାନର ଧର୍ମନିରପେକ୍ଷତାକୁ ନିୟମକୁ ଉଲ୍ଲଂଘନ କରିଛନ୍ତି। ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଚୌଧୁରୀ ଅନୀଲ କୁମାର କହିଛନ୍ତି।

ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ମୁଦ୍ରାରେ ଦେବାଦେବୀଙ୍କ ଫଟୋ ଛାପିବାକୁ ଅନୁରୋଧ କରିଥିଲେ। ଲକ୍ଷ୍ମୀ ଓ ଗଣେଷଙ୍କ ମୂର୍ତ୍ତୀ ଛାପିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ବୟାନ ଦେଇ କେଜରିୱାଲ ହିନ୍ଦୁ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଏହାକୁ ସମାଲୋଚନା କରିଛି।  

କେଜରିୱାଲଙ୍କ ଇସ୍ତଫା ଦାବି କରି ଚୌଧୁରୀ ଅନୀଲ କୁମାର କହିଛନ୍ତି “ ଶସ୍ତା ରାଜନୀତି ମାଇଲେଜ୍ ପାଇବା ପାଇଁ ଅରବିନ୍ଦ କେଜରିୱାଲ୍ ଭାରତୀୟ ମୁଦ୍ରାରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ଛାପିବାକୁ ଦାବି କରିଛନ୍ତି। ଏପରି କରି ସେ ଭାରତୀୟ ସମ୍ବିଧାନରେ ସ୍ଥାପିତ ଧର୍ମନିରପେକ୍ଷତା ନିୟମର ଉଲ୍ଲଂଘନ କରିଛନ୍ତି। ତେଣୁ ସେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର।”

ଗତକାଲି କେଜରିୱାଲ୍ ଥିଲେ ଯେ ଭାରତୀୟ ମୁଦ୍ରା ଉପରେ ଶ୍ରୀ ଗଣେଶ ଜୀ ଓ ଶ୍ରୀ ଲକ୍ଷ୍ମୀଜୀଙ୍କ ଫଟୋ ଲଗାଯାଉ। କାରଣ ଦେବୀ ଦେବତାଙ୍କର ଆଶୀର୍ବାଦ ରହିବା ନିହାତି ଦରକାର। ଏନେଇ ସେ ଇଣ୍ଡୋନେସିଆ କରେନ୍ସିର ଉଦାହରଣ ବି ଦେଇଥିଲେ। ଇଣ୍ଡୋନେସିଆ ଟଙ୍କାରେ ଯଦି ଗଣେଷଙ୍କ ପ୍ରତିମୂର୍ତ୍ତୀ ରହିପାରୁରିଛି ତେବେ ଆମ ଟଙ୍କାରେ କାହିଁକି ରହିପାରିବ ନାହିଁ ବୋଲି ସେ କହିଥିଲେ। ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଜଣାଇବେ ବୋଲି କେଜରିୱାଲ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.