oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରାଜଧାନୀ ଦିଲ୍ଲୀରେ ୧୧୮ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, କାଶ୍ମୀରରେ ବରଫ ହେଲା ‘ଡାଲ’

27/12/2019 at 8:22 PM

ନୂଆଦିଲ୍ଲୀ ୨୭।୧୨: ଚଳିତବର୍ଷର ଡିସେମ୍ବର ଗତ ୧୦୦ ବର୍ଷରେ ଦିଲ୍ଲୀର ଥଣ୍ଡା ରେକର୍ଡ କାଟିବାକୁ ଯାଉଛି। ଡିସେମ୍ବର ୨୬ ତାରିଖ ଦିନ ଦିନର ସର୍ବାଧିକ ତାପମାତ୍ରା ୧୯.୮୫ ଡିଗ୍ରିକୁ ଖସିଥିଲା। ୧୯୯୭ ମସିହା ପରେ ରାଜଧାନୀରେ ଏହା ଥିଲା ଦ୍ୱିତୀୟ ସବୁଠାରୁ ଶୀତଳ ଦିନ। ୧୧୮ ବର୍ଷରେ ରାଜଧାନୀରେ ଏଇଭଳି ଥଣ୍ଡା ଦ୍ୱିତୀୟବାର ଅନୁଭବ ହୋଇଥିବା ପାଣିପାଗ ବିଭାଗ ରେକର୍ଡରୁ ଜଣାପଡିଛି। ସେପଟେ ତାପମାତ୍ରା ହ୍ରାସ ଯୋଗୁ ଶୁକ୍ରବାର ଜମ୍ମୁ-କାଶ୍ମୀର ଶ୍ରୀନଗରରେ ଥିବା ଡାଲ ହ୍ରଦର ପାଣି ବରଫ ହେବାରେ ଲାଗିଛି।  

୧୯୦୧ରୁ ୨୦୧୮ ମଧ୍ୟରେ ମାତ୍ର ୪ ଥର ଶୀତ ଋତୁରେ ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ସେଲସିୟସରୁ ତଳକୁ ଖସିଛି। ଚଳିତବର୍ଷ ଡିସେମ୍ବର ୨୬ ତାରିଖରେ ଦିନର ସର୍ବାଧିକ ତାପମାତ୍ରା ୧୯.୮୫ ଡିଗ୍ରି ସେଲସିୟସ୍ ଥିଲା ଯାହା ୩୧ ଡିସେମ୍ବର ବେଳକୁ ୧୯.୧୫କୁ ଚାଲିଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଜାରି ଶୀତ ଲହରି ଦିଲ୍ଲୀରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନୁଭୂତ ହେବ। ଏଣୁ ଶୁକ୍ରବାର ଜାତୀୟ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

ଏହା ପୂ୍ର୍ବରୁ ୧୯୦୭ ମସିହା ଡିସେମ୍ବର ମାସରେ ଦିନର ସର୍ବାଧିକ ତାପମାତ୍ରା ୧୭.୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିଲା। ଏହି ସମୟରେ ରାଜସ୍ଥାନ ଫତେହପୁରରେ ରାତିର ସର୍ବନିମ୍ନ ତାପମାତ୍ରା ୦ରୁ ୩ ଡିଗ୍ରି ରହୁଥିବା ବେଳେ ସିକରେ ଶୁନ୍ୟରୁ ତଳକୁ ଯାଇଛି ପାରଦ। ଏହା ପୂର୍ବରୁ ୧୯୯୭ ମସିହାରେ ପ୍ରଥମ ଥର ଜାତୀୟ ରାଜଧାନୀରେ ଥଣ୍ଡାର ରେକର୍ଡ ଭାଙ୍ଗିଥିଲା। କାଶ୍ମୀର ଶ୍ରୀନଗରରେ ତାପମାତ୍ରା ହ୍ରାସ ହେଉଥିବା ଜଣାପଡିଛି। ଡାଲ ହ୍ରର ଗୋଟିଏ ପଟ ପାଣି ଜମାଟ ବାନ୍ଧିଥିବା ଶୁକ୍ରବାର ସକାଳେ ଦେଖାଯାଇଛି। ଯଦିଓ ବରଫ କଠିଣ ହୋଇନି ତେବେ ଥଣ୍ଡା ବଢିବା ସହ ଡାଲ ପଥର ପାଲଟିବା ଏବେଠୁ ଅନୁମାନ କରାଗଲାଣି।

   Related Posts