ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବାସଭବନ ଆଗରେ ଭଙ୍ଗାରୁଜା, ଆପ୍ କହିଲା-ଏସବୁ ବିଜେପିର କାରନାମା, ସଫେଇ ଦେଲା ବିଜେପି

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩/୧୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବାସଭବନ ବାହାରେ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । କେଜରୀଓ୍ବାଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଧାରଣାରେ ବସିଥିବା ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିବା ସହିତ ସିସିଟିଭି ଭଙ୍ଗାରୁଜା କରିଛନ୍ତି ।

ସେପଟେ ଆମ ଆଦମୀ ପାର୍ଟି ଶସ୍ତା ଏବଂ ହୀନ ରାଜନୀତି କରୁଥିବା ଦିଲ୍ଲୀ ବିଜେପି ସଫେଇ ଦେଇଛି । ଧାରଣାରେ ବସିଥିବା ମହିଳା କାଉନସିଲରଙ୍କ ଉପରେ ନଜର ରଖିବା ପାଇଁ ନୂଆ ସିସିଟିଭି ଲଗାଯାଇଛି । ଯେତେବେଳେକି ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ପୂର୍ବରୁ ମଧ୍ୟ ଅନେକ କ୍ୟାମେରା ଲାଗିଛି । ଏହା ମହିଳାଙ୍କ ଗୋପନୀୟତା ଉପରେ ଆକ୍ରମଣ ଓ ଆପର ମହିଳା ବିରୋଧୀ କାର୍ଯ୍ୟକଳାପ ପୁଣି ଥରେ ପ୍ରକାଶ ପାଇଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି ।

wp:embed {"url":"https://twitter.com/AamAadmiParty/status/1338132241164107777?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1338132241164107777%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.aajtak.in%2Findia%2Fpolitics%2Fstory%2Fdelhi-cm-office-alleges-that-cctv-broken-at-arvind-kejriwal-residence-1176461-2020-12-13","type":"rich","providerNameSlug":"twitter","responsive":true,"className":""}
https://twitter.com/AamAadmiParty/status/1338132241164107777?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1338132241164107777%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Findia%2Fpolitics%2Fstory%2Fdelhi-cm-office-alleges-that-cctv-broken-at-arvind-kejriwal-residence-1176461-2020-12-13
/wp:embed

ବିଜେପି ମେୟର ଜୟ ପ୍ରକାଶ କହିଛନ୍ତି ଆମେମାନେ ଗତ ୭ ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ବସିଛୁ କିନ୍ତୁ ମୁଖ୍ୟମନ୍ତ୍ରୀ ଦେଖାକରିବା ତ ଦୂର ବରଂ କଥା ହେବା ପାଇଁ ମଧ୍ୟ ଚାହୁଁନାହାନ୍ତି । ତେବେ ଧାରଣାସ୍ଥଳରେ ମହିଳାମାନେ ଶୋଇଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଲୋକମାନେ ମହିଳାମାନଙ୍କ ପ୍ରାଇଭେସିକୁ ଧ୍ୟାନ ନରଖି ସେମାନେ ଶୋଇଥିବା ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଥିଲେ । ଏହାକୁ ତୀବ୍ର ବିରୋଧ କରିବା ସହିତ ସିସିଟିଭି କ୍ୟାମେରା ଲଗାଇ ଦେଇନଥିଲେ ମହିଳା ପରିଷଦର ସଦସ୍ୟ ।

ବିଜେପି କହିଛି ଯେ, ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ କୌଣସି ଭଙ୍ଗାରୁଜା କରିନାହୁଁ କିମ୍ବା ସିସିଟିଭି ଭଙ୍ଗାରୁଜା କରିନାହୁଁ ।  ବିଜେପିର ଏହି ଜବାବରେ ଆପ୍ ପ୍ରଶ୍ନ କରିଛି ଯ, ବିଜେପିକୁ କ୍ୟାମେରାକୁ ଏକ ଡର କାହିଁକି? ବିଜେପି ନେତାମାନେ ସିସିଟିଭି ଭାଙ୍ଗି କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ?

ଦିଲ୍ଲୀରେ ଅନେକ ଦିନ ହେଲା ୩ ଜଣ ଏମସିଡି ମେୟର ଏବଂ ଅନେକ କାଉନସିଲର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣାରେ ବସିଛନ୍ତି । କେଜରୀୱାଲ ସରକାରଙ୍କ ଉପରେ ଚାପ ପକାଇବା ପାଇଁ, ସୋମବାରଠାରୁ ତିନିଜଣ ମେୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ଫୁଟପାଥରେ ହିଁ ମେୟର କାର୍ଯ୍ୟାଳୟ ଚଲାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।  ଅର୍ଥାତ୍ ଏହି ଫୁଟପାଥରୁ ହିଁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଫାଇଲଗୁଡ଼ିକ ପାସ୍ ହେବ ଏବଂ ଏଠାରେ ଅଧିକାରୀମାନଙ୍କ ସହିତ ଆଲୋଚନା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.