ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଆଶ୍ଵସ୍ତି, କରୋନା ଟେଷ୍ଟ ରିପୋର୍ଟ ଆସିଲା ନେଗେଟିଭ୍

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: ଆମ୍‌ ଆଦମୀ ପାର୍ଟି ପାଇଁ ଆଶ୍ଵସ୍ତିକର ଖବର। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ  ଅରବିନ୍ଦ କେଜ୍ରିଓ୍ଵାଲଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। କେଜ୍ରିଓ୍ଵାଲଙ୍କ ଆଜି ସକାଳେ କରୋନା ପରୀକ୍ଷଣ ହୋଇଥିଲା। ଏହାର ରିପୋର୍ଟ ଏବେ ନେଗେଟିଭ୍ ଆସିଛି। ଜଣେ ଅଧିକାରୀଙ୍କ ଅନୁଯାୟୀ ତଣ୍ଟି ବ୍ୟଥା ଓ ଜ୍ଵର ହେବା ପରେ କେଜ୍ରିଓ୍ଵାଲଙ୍କ କରୋନା ଟେଷ୍ଟ ଲାଗି ନୂମନା ନିଆଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନିଜକୁ ଆଇସୋଲେସନରେ ରଖିଥିଲେ। କେଜ୍ରିଓ୍ଵାଲ ରବିବାର ଦିନ ବେଳେ କୌଣସି ବୈଠକରେ ସାମିଲ ହୋଇନଥିଲେ। କୁହାଯାଉଛି ଯେ, ରିପୋର୍ଟ ଆସିବା ପରେ କେଜ୍ରିଓ୍ଵାଲ ଏବେ ସାତ ଦିନ ଆଇସୋଲେସନରେ ରହିବେ।

wp:core-embed/twitter {"url":"https://twitter.com/ANI/status/1270338793388650498?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270338793388650498\u0026ref_url=https%3A%2F%2Fwww.livehindustan.com%2Fncr%2Fstory-delhi-cm-arvind-kejriwal-tests-negative-for-covid19-3269874.html","type":"rich","providerNameSlug":"twitter","className":""}
https://twitter.com/ANI/status/1270338793388650498?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1270338793388650498&ref_url=https%3A%2F%2Fwww.livehindustan.com%2Fncr%2Fstory-delhi-cm-arvind-kejriwal-tests-negative-for-covid19-3269874.html
/wp:core-embed/twitter

କରୋନା କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଙ୍ଗଳବାର ଡିଡିଏମ ବୈଠକରେ ମଧ୍ୟ ଯୋଗ ଦେଇ ପାରିନଥିଲେ। ତାଙ୍କ ଜାଗାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଡିଡିଏମ ବୈଠକରେ ଉପସ୍ଥିତ ରହିଥିଲେ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଅଧିକାରୀଙ୍କୁ ଏହି ସୂଚନା ଦିଆଯାଇଛି ଯେ, ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନାହିଁ। କିନ୍ତୁ ସେ କିଛି ରିପୋର୍ଟରୁ ଆକଳନ କରି କହିଛନ୍ତି ଯେ, ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫.୫ ଲକ୍ଷ ପର୍ଯ୍ୟନ୍ତ ଛୁଇଁପାରେ। ଦିଲ୍ଲୀ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ସହିତ ବୈଠକ ପରେ ମନୀଷ ସିସୋଦିଆ କହିଛନ୍ତି ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା ୮୦ ହଜାର ଶଯ୍ୟା ଆବଶ୍ୟକ। ବୈଠକର ଅଧ୍ୟକ୍ଷତା କରିଥିଲେ ଉପ ରାଜ୍ୟପାଳ ଅନିଲ ବୈଜଲ। ବୈଜଲ ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧୀକରଣର ସଭାପତି ମଧ୍ୟ।

ସିସୋଦିଆ କହିଛନ୍ତି ରାଜଧାନୀ ଦିଲ୍ଲୀରେ ଜୁନ ୧୫ ସୁଦ୍ଧା ସଂକ୍ରମିତ ସଂଖ୍ୟା ୪୪ ହଜାର ହୋଇପାରେ ଏବଂ ହସ୍ପିଟାଲରେ ଆହୁରି ୬,୬୦୦ ଶଯ୍ୟାର ଆବଶ୍ୟକତା ପଡିବ। ଜୁନ ୩୦ ପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ଏକ ଲକ୍ଷ ଛୁଇଁପାରେ ଏବଂ ସେହି ସମୟରେ ଆମକୁ ୧୫ ହଜାର ଶଯ୍ୟା ଆବଶ୍ୟକ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.