୭ ଦିନ ଜାମିନ୍ ବୃଦ୍ଧି ପାଇଁ କେଜ୍ରିଓ୍ବାଲଙ୍କ ଆବେଦନ; ମେଡିକାଲ୍ କାରଣ ଦେଖାଇଲେ ଆପ୍ ମୁଖ୍ୟ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ: ଜାମିନ୍ ଆବେଦନ ବୃଦ୍ଧି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ । ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି ଆପ୍ ସୁପ୍ରିମୋ । କେଜ୍ରିଓ୍ବାଲ ତାଙ୍କ ଜାମିନ୍ ଆବେଦନକୁ ଆଉ ୭ଦିନ ବଢ଼ାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଆମ୍ ଆଦମୀ ପାର୍ଟି ମୁତାବକ, ସିଏମ କେଜ୍ରିଓ୍ବାଲଙ୍କ PET-CT ସ୍କାନ ସହିତ କିଛି ଅନ୍ୟ ରାଜ୍ୟକୁ ଗସ୍ତ କରିବେ । ତେଣୁ ସେ ୭ଦିନ ଜାମିନ୍ ଆବେଦନ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ।   

ସୂଚନା ଅନୁଯାୟୀ, ମେ’ ୧୦ ତାରିଖରେ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ । ଜୁନ୍ ୧ରେ ତାଙ୍କର ଜାମିନ୍ ଅବଧି ଶେଷ ହେଉଛି । ପହିଲାରେ ସେ ପୁଣି ଥରେ ତିହାର ଜେଲ୍ ଯିବେ । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦାତ୍ତାଙ୍କ ଖଣ୍ଡପୀଠ, ଅନ୍ତରୀଣ ଜାମିନ୍ ଆଦେଶ ପାରିତ କରିଥିଲେ ଏବଂ କହିଥିଲେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଆଗମୀ ପାଞ୍ଚ ବର୍ଷ ପାଇଁ ଦେଶବାସୀ ସରକାର ବଛିବେ । ସାଧାରଣ ନିର୍ବାଚନ ଲୋକତନ୍ତ୍ରକୁ ଜୀବନ ପ୍ରଦାନ କରିଥାଏ । ଏହାକୁ ନଜରରେ ରଖି ଇଡିର ବିରୋଧ ଆବେଦନକୁ କୋର୍ଟ ଖାରଜ କରି କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଜୁନ ପହିଲାରେ ବେଲ୍ ଅବଧି ଶେଷ ହେଉଥିବାରୁ ଆଉ ୭ଦିନ ଜାମିନ୍ ପାଇଁ ଆବେଦନ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।  

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.