ମାଲିୱାଲ ଘଟଣାରେ LGଙ୍କୁ ଘେରିଲେ କେଜରିୱାଲ, ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସହଯୋଗ ଲାଗି ଦେଲେ ପ୍ରତିଶ୍ରୁତି
19/01/2023 at 6:28 PM

ନୂଆଦିଲ୍ଲୀ ୧୯।୧: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲଙ୍କୁ କାର ଘୋଷାରି ନେବା ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବୟାନ ସାମ୍ନାକୁ ଆସିଛି। ଏହି ଘଟଣା ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି) ଭି.କେ.ସକ୍ସେନାଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ୱାତୀ ମାଲିୱାଲଙ୍କ ଟ୍ୱିଟ୍ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରିଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଦିଲ୍ଲୀର ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି।

କେଜରିୱାଲ ଟ୍ୱିଟ୍ କରିଛନ୍ତିଯେ ‘ସମ୍ବିଧାନରେ କେବଳ ଗୋଟିଏ କାମ ଏଲଜିଙ୍କୁ ଦିଆଯାଇଛି, ଏଲଜି ରାଜନୀତି ଛାଡି କିଛି ଦିନ ଦିଲ୍ଲୀର ଆଇନଶୃଙ୍ଖଳା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ, ଏଥିରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ’ ବୋଲି କେଜରିୱାଲ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲ ଗତରାତିରେ ଦିଲ୍ଲୀ ଏମସ୍ ଗେଟ୍ ନମ୍ବର ୨ ସମ୍ମୁଖରେ ଛିଡା ହୋଇଥିବା ବେଳେ ତାଙ୍କ ଆଗରେ ଆସି ଏକ କାର ଅଟକିଥିଲା ଓ ବସିବାକୁ କହିଥିଲା। ଏଥିରେ ମାଲିୱାଲ କାର ଡ୍ରାଇଭରକୁ ଧମକାଉଥିବା ବେଳେ ସେ କାରର କାଚ ଉଠାଇ ପଳାଇ ଯାଇଥିଲା। ତେବେ କାର କାଚରେ ମାଲିୱାଲଙ୍କ ହାତ ଫଶିଯିବାରୁ ସେ କିଛି ବାଟ କାର ସହ ଭିଡିହୋଇ ଚାଲିଯାଇଥିଲେ।
दिल्ली में क़ानून व्यवस्था का क्या हाल हो गया? गुंडों के हौसले इतने बढ़ गये कि महिला आयोग अध्यक्ष भी सुरक्षित नहीं है। संविधान में बस एक यही काम LG साहिब को दिया है। LG साहिब से निवेदन है कि कुछ दिन राजनीति छोड़ कर क़ानून व्यवस्था पर ध्यान दें। हम पूरी तरह उनका सहयोग करेंगे https://t.co/5ijcFGcua7
— Arvind Kejriwal (@ArvindKejriwal) January 19, 2023
ଗୁରୁବାର ମାଲିୱାଲ ମାମଲାରେ ପୋଲିସ ଏତଲା କରିଥିବା ବେଳେ କାର ଚାଳକ ହରିଶ୍ଚନ୍ଦ୍ରକୁ ଗିରଫ କରାଯାଇଛି। ହରିଶ୍ଚନ୍ଦ୍ରର ମେଡିକାଲ ଯାଞ୍ଚ ହୋଇଥିବା ବେଳେ ସେ ଗତ ରାତିରେ ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଛି। ତେବେ ଶ୍ୱାତୀ ମାଲିୱାଲ ଘଟଣାକୁ ନେଇ ତାଙ୍କ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ମହିଳା ଆୟୋଗ ଅଧ୍ୟକ୍ଷା ଦିଲ୍ଲୀରେ ସୁରକ୍ଷିତ ନଥିବା ବେଳେ ଅନ୍ୟମାନଙ୍କ କଥା କଣ କହିବା ବୋଲି ଉଲ୍ଲେଖ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଗତ ନୂଆବର୍ଷ ପୂର୍ବ ରାତିରେ ରାଜଧାନୀ ଦିଲ୍ଲୀରେ ଏକ କାର ମହିଳା ସ୍କୁଟର ଆରୋହୀଙ୍କୁ ଧକ୍କା ଦେଇ ୧୪ କିଲୋମିଟର ଘୋଷାରି ନେଇଥିଲା। ଫଳରେ ସ୍କୁଟର ଆରୋହୀ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଚି କରିଛି। ଏଥିରେ ଗୁରୁବାର ପ୍ରତ୍ୟୁଷରେ ଦିଲ୍ଲୀରେ ଘଟିଥିବା ଘଟଣା ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି।