କେଜ୍ରିୱାଲ ସରକାରକୁ ଝଟକା, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟଙ୍କ ଅନୁମତି

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାରଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । କେଜ୍ରିୱାଲ ସରକାରଙ୍କ ଆପତ୍ତି ସତ୍ତ୍ୱେ କେନ୍ଦ୍ର ସରକାର ନରେଶ କୁମାରଙ୍କ କାର୍ଯ୍ୟକାଳକୁ ଛଅ ମାସ ପାଇଁ ବଢାଇଛନ୍ତି । ନରେଶ କୁମାର ନଭେମ୍ୱର ୩୦ରେ ଅବସର ନେଇଥାନ୍ତେ ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଶାସନକୁ ନେଇ ନୂଆ ଆଇନ ଅନୁସାରେ କେନ୍ଦ୍ର ସରକାରଙ୍କ ନିକଟରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନିଯୁକ୍ତ କରିବାର ଅଧିକାର ରହିଛି । କୋର୍ଟ କହିଛନ୍ତି ଯେ କେନ୍ଦ୍ର ପାଖରେ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ଅଧିକାର ରହିଛି । ଏହି ମାମଲା ଉପରେ ଦିଲ୍ଲୀ ସରକାରଙ୍କ କୌଣସି ଅଧିକାର ନାହିଁ । ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କୌଣସି ଆଇନକୁ ଉଲଲ୍ଲଂଘନ କରୁ ନାହିଁ ।  

ପଢନ୍ତୁ: କେଜରିୱାଲଙ୍କ ସରକାରୀ ବଙ୍ଗଳାରେ କୋଟି କୋଟି ଟଙ୍କା ଖର୍ଚ୍ଚର ଯାଞ୍ଚ କରିବ ସିବିଆଇ, ରୁଜୁ ହେଲା ମାମଲା

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପାଖରେ ସେବା ବିସ୍ତାର ଅଧିକାର ରହିଛି । ସେ କୋର୍ଟକୁ ଏହା ମଧ୍ୟ ଅବଗତ କରାଇଥିଲେ ଯେ ପୂର୍ବରୁ ୫୭ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ ବଢାଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.