ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସିସୋଦିଆଙ୍କୁ ଘାରୁଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ହତ୍ୟା ଆଶଙ୍କା, ମନୋଜ ତିଓ୍ଵାରୀଙ୍କ ଉପରେ କଲେ ସନ୍ଦେହ

25/11/2022 at 11:51 AM

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍‌)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ହତ୍ୟା କରାଯାଇପାରେ। ଏହା କହିଛନ୍ତି ଆପ୍ ନେତା ତଥା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ କହିଛନ୍ତି, ଏମସିଡି ଏବଂ ଗୁଜରାଟରେ ପରାଜୟ ଭୟରେ ବିଜେପି ଷଡଯନ୍ତ୍ର ରଚୁଛି। ଆଉ ଦିଲ୍ଲୀରେ ବିଜେପି ସାଂସଦ ମନୋଜ ତିଓ୍ଵାରୀ ଷଡଯନ୍ତ୍ର ରଚୁଥିବା ସିସୋଦିଆ କହିଛନ୍ତି। ତିଓ୍ଵାରୀଙ୍କୁ ଗିରଫ କରିବା ଦାବି କରି ସେ ନିର୍ବାଚନ ଆୟୋଗ ଏବଂ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଶୁକ୍ରବାର ସକାଳେ ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଦିଆ କହିଛନ୍ତି, ବିଜେପି କେଜ୍ରିଓ୍ଵାଲଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। କୌଣସି ଉଦ୍ୟମ ସଫଳ  ନହେବାରୁ ମନୋଜ ତିଓ୍ଵାରୀ କେଜ୍ରିଓ୍ଵାଲଙ୍କୁ ଧମକ ଦେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ, ବିଜେପି କେଜ୍ରିଓ୍ଵାଲଙ୍କ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଛି। ଏହାକୁ ନେଇ ଆମେ ନିର୍ବାଚନ କମିସନଙ୍କ ନିକଟକୁ ଯିବୁ। ଏଫଆଇଆର ବି ଦେବୁ। ମନୋଜ ତିଓ୍ଵାରୀଙ୍କୁ ଗିରଫ କରିବାକୁ ଦାବି କରିବୁ। ଆଜି କେଜ୍ରିଓ୍ଵାଲ ଦେଶରେ ବହୁତ ଲୋକପ୍ରିୟ ନେତା। ଏଥିପାଇଁ ବିଜେପି ଅତି ତଳକୁ ଖସି ହୀନ ରାଜନୀତି କରିବା ସହ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଥିବା ସିସୋଦିଆ କହିଛନ୍ତି।

ସିସୋଦିଆଙ୍କ ଟ୍ଵିଟ୍ ମନୋଜ ତିଓ୍ଵାରୀଙ୍କ ଉକ୍ତ ଟ୍ଵିଟ୍‌ର ଜବାବରେ ଆସିଛି, ଯିଏ ଗୁଜରାଟରେ ପ୍ରଚାର ନିର୍ବାଚନ ସମୟରେ କହିଥିଲେ ଯେ, ଟିକେଟ୍ ବିକ୍ରି ଏବଂ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ମାମଲା ସାମ୍ନାକୁ ଆସିବା ପରେ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆକ୍ରୋଶର ମାହୋଲ ରହିଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କର ସୁରକ୍ଷାକୁ ନେଇ ମୁଁ ଚିନ୍ତିତ ବୋଲି ମନୋଜ ତିଓ୍ଵାରୀ କହିଥିଲେ। ଏହାର ପ୍ରତି ଉତ୍ତରରେ ସିସୋଦିଆ ଉପରୋକ୍ତ ବୟାନ ଦେଇଛନ୍ତି।

   Related Posts