ଦୁଇ ଦିନ ପାଇଁ କୃଷକଙ୍କ 'ଦିଲ୍ଲୀ ଚଲୋ' ସ୍ଥଗିତ, ଚାଷୀ ନେତାଙ୍କ ବଡ଼ ଘୋଷଣା

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ: ନିଜ ଦାବି ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିବା ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଦୁଇ ଦିନ ପାଇଁ ସ୍ଥଗିତ କରିଛନ୍ତି । ପଞ୍ଜାବ କୃଷକ ମଜଦୁର ସଂଘର୍ଷ ସମିତିର ମୁଖ୍ୟ ଚାଷୀ ନେତା ସରବନ ସିଂ ପଣ୍ଡେର ବୁଧବାର ସାମ୍ୱାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଖନୋରିରେ ହୋଇଥିବା ଘଟଣା ଉପରେ ଚର୍ଚ୍ଚା କରାଯିବ । ଦିଲ୍ଲୀ ଅଭିମୁଖେ ଆମ ଆନ୍ଦୋଳନ ଦୁଇ ଦିନ ପାଇଁ ସ୍ଥଗିତ ରହିବ । ଯାତ୍ରାର ବିଶ୍ରାମ ସମୟରେ ହଜାର ହଜାର ଚାଷୀ ଦୁଇ ସୀମାରେ ଅଟକି ରହିବେ ।

ଉଲ୍ଲେଖଯୋଗ୍ୟ ଯେ ଚାଷୀଙ୍କ ପକ୍ଷରୁ ଏହି ଘୋଷଣା କେନ୍ଦ୍ର ଦ୍ୱାରା ଆଲୋଚନା ପାଇଁ ପୁଣି ଏକ ଅପିଲ୍ ପରେ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ ଚାଷୀ ସାରା ଦେଶରେ ଅଛନ୍ତି । କୌଣସି ପଲିସି ଆଣିବା ସମୟରେ ସାରା ଦେଶରେ ଚାଷୀଙ୍କ ହିତକୁ ଧ୍ୟାନ ରଖିବା ଜରୁରୀ ଅଟେ । ଏହାକୁ ଧ୍ୟାନରେ ରଖି, ଆମେ ଆଗାମୀ ଦିନରେ ସେମାନଙ୍କ ଚିନ୍ତାକୁ ଦୂର କରିବା ଦିଗରେ କାମ କରୁଛୁ ।

ପଢନ୍ତୁ: ଲୁହ ବୁହା ଗ୍ୟାସର ଜବାବରେ ଲଙ୍କା ଗୁଣ୍ଡ ପକାଇ ନଡ଼ା ଜାଳିଲେ ଚାଷୀ, ପୋଲିସର ଦାବି-୧୨ ଯବାନ ଆହତ

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ବୁଧବାର କୃଷକ ସଂଗଠନଗୁଡ଼ିକ ଦିଲ୍ଲୀ ଅଭିମୁଖେ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲେ । ତିନି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ ତିନି ସରକାରୀ କମିଟି ଚାଷୀ ନେତାଙ୍କ ସହ ଅନୁବନ୍ଧ କରିବା ପରେ ପାଞ୍ଚ ବର୍ଷ ଯାଏ ସରକାରୀ ଏଜେନ୍ସିଙ୍କ ଦ୍ୱାରା ଏମଏସପିରେ ଡାଲି, ମକା ଏବଂ କପା ଫସଲ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ଚିନ୍ତୁ କୃଷକ ସଂଗଠନଗୁଡ଼ିକୁ ଏହି ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.