ଆଇପିଏଲ୍ ୨୦୨୪: ଲକ୍ଷ୍ନୌକୁ ୬ ୱିକେଟ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | April 12, 2024 IST

Ipl-X

ଲକ୍ଷ୍ନୌ: ଲକ୍ଷ୍ନୌ ମଇଦାନ୍‌ରେ ଦିଲ୍ଲୀର ହାଲ୍ଲାବୋଲ। ସୁପର ଜାଏଣ୍ଟକୁ ୬ ୱିକେଟ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍। ଆଇପିଏଲ୍‌ର ୨୬ ତମ ମ୍ୟାଚ୍‌ର ଲକ୍ଷ୍ନୌ ସୁପର ଜାଏଣ୍ଟ ପ୍ରଥମେ ବ୍ୟାଟିଂ କରି ୧୬୬ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୧୮.୧ ଓଭରରେ ୪ ୱିକେଟ୍ ହରାଇ ୧୭୦ ରନ୍ କରି ମ୍ୟାଚ୍ ଜିତି ନେଇଛି। 

ଦିଲ୍ଲୀ ପକ୍ଷରୁ ଜେକ୍ ଫ୍ରେଜର ମ୍ୟାକ୍‌ଗର୍କ ସର୍ବାଧିକ ୫୫ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ଋଷବ ପନ୍ତ ୪୨ ଓ ପୃଥ୍ୱୀ ଶ ୩୨ ରନ୍ କରିଛନ୍ତି।   

 

ଲକ୍ଷ୍ନୌର ୧୬୮ ରନ୍ ଟାର୍ଗେଟ୍‌କୁ ପିଛା କରି ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀକୁ ଆଜି ପୁଣି ନିରାଶ କରିଥିଲେ ଓପନର ବ୍ୟାଟର ଡେବିଡ୍ ୱାର୍ଣ୍ଣର। ସେ ମାତ୍ର ୮ ବଲ୍ ଖେଳି ୯ କରି ଆଉଟ୍ ହୋଇଥିଲେ। ସେହିପରି ପୃଥ୍ୱୀ ଶ ଦଳ ପାଇଁ ୩୨ ରନ୍‌ର ଯୋଗଦାନ ଦେବା ପରେ ସେ ମଧ୍ୟ ଆଉଟ୍ ହୋଇଥିଲେ। ଏହାପରେ ଜେକ୍ ଫ୍ରେଜର ମ୍ୟାକ୍‌ଗର୍କ ଓ କ୍ୟାପ୍ଟେନ୍ ଋଷବ ପନ୍ତ ଦୁହେଁ ମିଶି ଦଳ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ଦ୍ରୁତ ଗତିରେ ରନ୍ କରିଥିଲେ। 

ମ୍ୟାକ୍‌ଗର୍କ ଓ ପନ୍ତଙ୍କ ୱିକେଟ୍ ଯିବା ପରେ ତ୍ରିଷ୍ଟାନ ଷ୍ଟବ୍(୯ ବଲ ୧୫ ରନ୍) ଓ ସାଇ ହୋପ୍(୧୦ ବଲ୍ ୧୧ ରନ୍) ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ମ୍ୟାଚ୍ ଜିତାଇଥିଲେ।

 

ଅନ୍ୟପଟେ ବ୍ୟାଟିଂ ଭଳି ଆଜି ବୋଲିଂରେ ବି ଖରାପ ପ୍ରଦର୍ଶନ କରିଛି ଲକ୍ଷ୍ନୌ। କେବଳ ରବି ଭିଷ୍ଣୋଇ ୪ ଓଭର କରି ମାତ୍ର ୨୫ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସି ବୋଲର ସେତେଟା ଭଲ ପ୍ରଦର୍ଶନ କରିପାରି ନଥିଲେ। ନବୀନ ଉଲ ହକ୍ ଓ ୟସ୍ ଠାକୁର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.