WPL ୨୦୨୪ : ୟୁପି ଓ୍ୱାରିଅର୍ସକୁ ୯ ଓ୍ୱିକେଟ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | February 27, 2024 IST

ବେଙ୍ଗାଲୁରୁ ୨୭।୦୨ : WPL ୨୦୨୪ । ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଖାତା ଖୋଲିଛି । ସୋମବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି ।

ଖବର ଅନୁଯାୟୀ, ଲିଗ୍‌ର ୪ର୍ଥ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୟୁପି ୱାରିୟର୍ସ ୯ ୱକେଟ୍‌ ବିନିମୟରେ ୧୧୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୪.୩ ଓଭରରେ ୧ ୱିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଫଳପ୍ରଦ ରହିଥିଲା । ୟୁପି ୱାରିୟର୍ସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବ୍ରିନ୍ଦା ଦିନେଶ ଖାତା ଖୋଲିପାରି ନଥିବାବେଳେ ଆଲିସା ହିଲି ୧୩ ଓ ତାହିଲା ମ୍ୟାକ୍‌ଗ୍ରା ୧ ରନ୍‌ କରି ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ଶ୍ୱେତା ସେରାୱତ ଲଢୁଆ ବ୍ୟାଟିଂ କରିବା ଫଳରେ ଦଳୀୟ ସ୍କୋର ୧୧୯ରେ ପହଞ୍ଚିଥିଲା । ସେ ୫ଚୌକା ଓ ୧ଛକା ବଳରେ ୪୫ ରନ୍‌ କରିଥିଲେ ।

wp:embed {"url":"https://www.prameyanews7.com/team-india-win-the-ranchi-test-metch/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-win-the-ranchi-test-metch/
/wp:embed

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଗ୍ରେସ ହ୍ୟାରିସ ୧୭, କିରଣ ନାଭଗିରେ ୧୦ ଓ ପୁନମ ଖେମନର ୧୦ରନ୍‌ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ରାଧା ଯାଦବ ୪ଟି ଓ ମାରିଜାନ କାପ୍‌ ୩ଟ ୱିକେଟ୍‌ ନେଇଥିଲେ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଓପନର ମେଗ ଲ୍ୟାନିଂ ଓ ଶେଫାଳି ବର୍ମା ବିସ୍ଫୋରକ ବ୍ୟାଟିଂ କରି ୧୪.୧ ଓଭରରେ ଦଳୀୟ ସ୍କୋରକୁ ୧୧୯ରେ ପଞ୍ଚାଇଥିଲେ । ପରବର୍ତ୍ତୀ ବଲ୍‌ରେ ଲ୍ୟାନିଂ ଆଉଟ୍‌ ହୋଇଥିଲେ । ସେ ୬ ଚୌକା ବଳରେ ୫୧ ର୍‌ କରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍ସ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । ଶେଫାଳି ୪୩ଟି ବଲ୍‌ରୁ ୬ଚୌକା ଓ ୩ଛକା ବଳରେ ୬୪ ରନ୍‌ କରିଥିଲେ ।

wp:embed {"url":"https://www.prameyanews7.com/ishqbaaaz-fame-nehalaxmi-iyer-wedding-photos/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ishqbaaaz-fame-nehalaxmi-iyer-wedding-photos/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.