ନୂଆଦିଲ୍ଲୀ ୨୪।୦୪ : ଆଇପିଏଲ୍ ୨୦୨୪ । ବୁଧବାର ଟୁର୍ଣ୍ଣାମେଣ୍ଟର ଖେଳାଯିବା ୪୦ ତମ ମ୍ୟାଚ୍ । ଆଉ ଏହି ମ୍ୟାଚ୍ରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ରାତି ୭ଟା ୩୦ ମିନିଟ୍ରେ ଖେଳାଯିବ ଏହି ମୁକାବିଲା ।
ବର୍ତ୍ତମାନ ସୁଦ୍ଧା ଗୁଜୁରାଟ ଟାଇଟନ୍ସ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟର ସାମ୍ନା କରିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୬ଷ୍ଠ ସ୍ଥାନରେ ରହିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରୁଛି । ହେଲେ ଟିମ୍କୁ ପ୍ଲେ-ଅପ୍କୁ ଯିବାକୁ ହେଲେ ଆଗାମୀ ସମସ୍ତ ମ୍ୟାଚ୍ରେ ବିଜୟୀ ହେବାକୁ ପଡିବ । ତେଣୁ ଦେଖାଯାଉ ଆଜିର ମ୍ୟାଚ୍ରେ ଗିଲ୍ ବାହିନୀ କିପରି ଷ୍ଟ୍ରାଟେଜୀ ଆପଣାଉଛି ।
ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏବେ ଯାଏଁ ୮ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ମାତ୍ର ୩ଟିରେ ବିଜୟୀ ହୋଇଥିବା ବେଳେ ୫ଟି ପରାଜୟର ସାମ୍ନା କରିଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୮ମ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳରେ ଅନେକ ଷ୍ଟାର ବ୍ୟାଟର ଥିଲେ ମଧ୍ୟ ବୋଲିଂ ବିଭାଗରେ ଦୁର୍ବଳତା ରହିଛି । ସ୍ପିନରଙ୍କ ଛାଡି ପେସର ଠିକଣା ସମୟରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । ଯାହାକି ଟିମ୍ ପାଇଁ ବୁମେରାଂ ସାବ୍ୟସ୍ତ ହେଉଛି । ଆଉ ଟିମ୍ ଜିତିବାକୁ ଥିବା ମ୍ୟାଚ୍ରେ ପରାଜୟର ସାମ୍ନା କରୁଛି ।
ସୂଚନାଯୋଗ୍ୟ ଯେ, ଚଳିତ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ଟିମ୍ ୮ଟି ମୁକାବିଲା ଖେଳି ୭ଟି ବିଜୟ ପାଇଛି । ଆଉ ଗୋଟିଏ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍ ରାଇଡର୍ସ । ୭ଟି ମ୍ୟାଚ୍ରେ ୫ଟି ବିଜୟ ପାଇଛି ଦଳ । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୨ୟ ସ୍ଥାନରେ ରହିଛି । ଏହା ପଛକୁ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ୭ଟି ମ୍ୟାଚ୍ରୁ ୫ଟିରେ ବିଜୟୀ ପାଇଛି । ମୋଟ ୧୦ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି । ସେହିପରି ୪ର୍ଥ ସ୍ଥାନରେ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଦଳ ୮ଟି ମ୍ୟାଚ୍ରେ ୫ଟି ବିଜୟୀ ହୋଇଛି । ଆଉ ବାକି ୩ଟି ପରାସ୍ତର ସାମ୍ନା କରିବାକୁ ପଡିଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୪ର୍ଥ ସ୍ଥାନରେ ରହିଛି ।