LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

WPLରେ ଦିଲ୍ଲୀର ଚମକ; ୟୁପି ଓ୍ବାରିୟର୍ସକୁ ହରାଇ ଫାଇନାଲରେ ଦଳ, ଟାଇଟଲ ଲକ୍ଷ୍ୟରେ କ୍ୟାପିଟାଲ୍ସ

22/03/2023 at 11:10 AM

ମୁମ୍ବାଇ, ୨୨/୦୨: ମହିଳା ଆଇପିଏଲ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ । ୟୁପି ୱାରିୟର୍ସକୁ ୫ ୱିକେଟ୍‌ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି ଦିଲ୍ଲୀ । ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୟୁପି ୱାରିୟର୍ସ ୬ ୱିକେଟ୍‌ ହରାଇ ୧୩୮ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭ ଓଭର ୫ଟା ବଲରେ ମ୍ୟାଚ୍ ଜିତି ନେଇଛି । ୫ ୱିକେଟ୍‌ ହରାଇ ୧୪୨ ରନ୍‌ ସଂଗ୍ରହ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ଦଳ ପକ୍ଷରୁ ମେଗ୍ ଲ୍ୟାନିଂ ୫ଚୌକା ଓ ୨ଛକା ମାଧ୍ୟମରେ ୩୯ ସଂଗ୍ରହ କରିଥିଲେ । ସେହିପରି ମରିଜାନ୍ କପ୍‌ ଅପରାଜିତ ୩୪ ରନ୍ କରିଥିବା ବେଳେ ଆଲିସ କ୍ୟାପ୍‌ସି ୪ଚୌକା, ୧ଛକା ମାଧ୍ୟମ ୩୪ ରନ୍‌ ସଂଗ୍ରହ କରି ଦଳ ବିଜୟୀ କରାଇଛନ୍ତି ।  

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିଲା ୟୁପି ୱାରିୟର୍ସ । ପ୍ରାରମ୍ଭରୁ ବ୍ୟାଟରମାନେ ଚିତ୍ତାକର୍ଷକ ବ୍ୟାଟିଂ କରିଥିଲେ ହେଁ ଅନ୍ତିମ ଓଭରରେ ଦଳ ଲୟ ହରାଇ ମାତ୍ର ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ତଲିୟା ମ୍ୟାକ୍‌ଗ୍ରା ସର୍ବାଧିକ ୫୮ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲିସା ହିଲି ୩୬, ଶ୍ୱେତା ସେରାୱତ ୧୯ ଓ ସିମରନ ଶେଖ ୧୧ ରନ୍‌ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଲିସ କ୍ୟାପ୍‌ସି ୩ଟି ଓ ରାଧା ଯାଦବ ୨ଟି ୱିକେଟ୍‌ ନେଇଥିଲେ । ଆସନ୍ତା ୨୬ ତାରିଖରେ ଫାଇନାଲ ମ୍ୟାଚ ଖେଳିଯିବ । ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ ।

   Related Posts