ବ୍ୟାନ୍‌ ହେଲେ ପନ୍ତ, କିଏ ହେବ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ?

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ ୧୨।୦୫: ଖୁବ୍ ରୋମାଞ୍ଚକର ହେଉଛି ଆଇପିଏଲ୍ ୨୦୨୪ । ପ୍ଲେଅଫ୍ ରେସ୍‌ରେ ସବୁ ଟିମ୍ ହେଉଛନ୍ତି ସାମିଲ । ଏହି ସମୟରେ ଦିଲ୍ଲୀ କ୍ୟାପିଟାଲ୍କୁ ଲାଗିଛି ଝଟକା । ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପୁରା ଟିମ୍ । କାରଣ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ହୋଇଛନ୍ତି । 

ବିସିସିଆଇ ଗୋଟିଏ ମ୍ୟାଚ୍ରୁ ବ୍ୟାନ୍ କରିଛନ୍ତି ରିଷଭ ପନ୍ତ । ପୁରା ସିଜନରେ ତୃତୀୟ ଥର ପାଇଁ ତାଙ୍କ ଟିମ୍ ସ୍ଲୋ ଓଭର ରେଟ୍ର ଭୁଲ କରିଛନ୍ତି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ମନ୍ଥର ଗତି ହେତୁ ପନ୍ତଙ୍କୁ ଏହି ଦଣ୍ଡ ମିଳିଛି । ଏହାସହିତ ୩୦ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ ହୋଇଛି ।

 ଏଭଳି ସ୍ଥିତିରେ ପନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଖେଳିପାରିବେନି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି କିଏ ହେବ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ? ଅଧିନାୟକ ପଦ ପାଇଁ ୩ ପ୍ଲେୟର ଅଛନ୍ତି ଦାବିଦାର୍ । ଗତ ସିଜିନ୍‌ରେ ପନ୍ତଙ୍କ ଅନୁପସ୍ଥିତିରେ ଷ୍ଟାର୍ ଓପନର୍ ଡେଭିଡ୍ ୱାର୍ଣ୍ଣର କମାଣ ସମ୍ଭାଳିଥିଲେ । କିନ୍ତୁ ଚଳିତ ସିଜିନ୍ରେ ତାଙ୍କୁ କିଛି ମ୍ୟାଚ୍ ପରେ ଡ୍ରପ୍ କରାଯାଇଥିଲା । 

ଏପରିସ୍ଥିତିରେ ଅଧିନାୟକ ହେବା ତାଙ୍କ ପାଇଁ କଷ୍ଟକର । ସେହିପରି ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଦଳର କମାଣ ସମ୍ଭାଳିବାର ସମ୍ଭାବନା ରହିଛି । ସେ ଗତ ସିଜନରେ ଏପରି କାମ କରିସାରିଛନ୍ତି । ଚଳିତ ସିଜନରେ ଉପ-ଅଧିନାୟକ ଭୂମିକାରେ ନଜର ଆସିଛନ୍ତି ଅକ୍ଷର ପଟେଲ୍ । 

ତେବେ ଅକ୍ଷରଙ୍କ ବ୍ୟତୀତ ଦିଲ୍ଲୀ ପାଖରେ ଶେ ହୋପ ମଧ୍ୟ ବିକଳ୍ପ ଭାବେ ରହିଛନ୍ତି । ଯିଏକି ଓ୍ବାନଡେ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ ଟିମ୍ର ଅଧିନାୟକ ରହିଛନ୍ତି । ତାଙ୍କର ଟିମ୍ ସମ୍ଭାଳିବାର ଅଭିଜ୍ଞତା ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.