ମହିଳା ପ୍ରିମିୟର ଲିଗ୍‌; ଆରସିବି ୨୫ ରନରେ ପରାସ୍ତ, ବିଜୟ ସହ ଟେବୁଲ ଶୀର୍ଷରେ ଦିଲ୍ଲୀ

Published By : Prameya-News7 Bureau | March 01, 2024 IST

ବେଙ୍ଗାଲୁରୁ, ୦୧/୦୩: ମହିଳା ପ୍ରିମିୟର ଲିଗ୍‌ ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୫ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବିଜୟ ସହିତ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି । ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୫  ୱିକେଟ୍‌ ବିନିମୟରେ ୧୯୪ ରନ୍‌ ସଂଗ୍ରହ କରିଥିଲା । ଏହାର  ଜବାବରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୯ ୱିକେଟ୍‌ ହରାଇ ୧୬୯  ରନ୍‌ କରିବାକୁ ସକ୍ଷମ ହୋଇଥିଲା । 

୧୯୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରାରମ୍ଭରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲା । ଅଧିନାୟିକା ସ୍ମୃତି ମନ୍ଧନା ଦର୍ଶନୀୟ ସଟ୍‌ମାନ ଖେଳି ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।  ୭୭ ରନ୍‌ର ଓପନିଂ ଭାଗିଦାରୀ ପରେ ସୋଫି ଡିଭାଇନ୍‌ ବ୍ୟକ୍ତିଗତ ୨୩  ରନ୍‌ କରି ଆଉଟ୍‌  ହୋଇଥିଲେ । ମନ୍ଧନା ଆକ୍ରମଣ ଜାରି ରଖି ଦଳୀୟ ସ୍କୋରକୁ ୧୧୨ରେ ପହଞ୍ଚାଇଥିଲେ । ସେ ୪୩ଟି ବଲ୍‌ରୁ ୧୦ଚୌକା, ୩ ଛକା ମାରି  ୭୪ ରନ୍‌ କରି ଆଉଟ୍‌ ହେବା  ପରେ ଘରୋଇ ଦଳ ଲୟ ହରାଇଥିଲା । ପରବର୍ତ୍ତୀ  ବ୍ୟାଟର ମାନେ ନିରାଶ ଜନକ ପ୍ରଦର୍ଶନ ଦେଖାଇଥିଲା । ଶେଷରେ ଦଳୀୟ  ସ୍କୋର ୯/୧୬୯ରେ ଅଟକି ଯାଇଥିଲା ।

wp:embed {"url":"https://www.prameyanews7.com/jasprit-bumrah-returns-for-dharamsala-test-kl-rahul-ruled-out/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jasprit-bumrah-returns-for-dharamsala-test-kl-rahul-ruled-out/
/wp:embed

ଅନ୍ୟମାନଙ୍କ  ମଧ୍ୟରେ ଏସ୍ ମେଘନା ୩୬ ରନ୍‌ କରିଥିଲେ । ଦିଲ୍ଲୀ  କ୍ୟାପିଟାଲ୍ସ ପକ୍ଷରୁ ଜେସ୍ ଜନାସେନ ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ମାରିଜେନ କାପ୍ ଓ ଅରୁନ୍ଧତି  ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।  ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ  ଦଳ ଧୂଆଁଧାର ବ୍ୟାଟିଂ କରିଥିଲା । ମେଗ ଲ୍ୟାନିଂ ୧୧ ରନ କରି ସହଳ ଆଉଟ୍‌ ହୋଇଥିଲେ ହେଁ ଅନ୍ୟ ଓପନର ଶେଫାଳି  ଚୌକା ଓ ଛକା ବର୍ଷା କରିଥିଲେ । ଆଲିସ କ୍ୟାପ୍‌ସି ତାଙ୍କୁ  ସହାୟତା କରିଥିଲେ । ଉଭୟ ୪୩ଟି ବଲରେ ୮୨ ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୧୦ରେ  ପହଞ୍ଚିଥିଲା । ୩୧ଟି ବଲ୍‌ରୁ ୩ ଚୌକା ଓ ୪ଛକା ବଳରେ  ୫୦ ରନ କରି ସେଫାଳି ଆଉଟ୍‌ ହୋଇଥିଲେ । ମଧ୍ୟ କ୍ରମ ବ୍ୟାଟରମାନେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବାରୁ ଦଳୀୟ ସ୍କୋର ୧୯୪ରେ ପହଞ୍ଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.