ଭୂତ କୋଠିରେ ମଣିଷର ସ୍ବର ! ବୁରାରି ହରର ହାଉସ୍ କୁ ମିଳିଗଲେ ସାହସୀ ଭଡାଟିଆ

Published By : Prameya-News7 Bureau | December 28, 2019 IST

ନୂଆଦିଲ୍ଲୀଦୀର୍ଘ ଦେଢ ବର୍ଷ ପରେ  ଖୋଲିଲା ବୁରାରି  ହରର୍ ହାଉସ ଗେଟ୍ଗୋଟିଏ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଭୂତ କୋଠି ପାଲଟି ଯାଇଥିବା ଘରେ ପୁଣି ଶୁଭିଛି ମଣିଷର ସ୍ବରଆସବାବପାତ୍ର ଏବଂ ଆବଶ୍ୟକୀୟ ଜିନିଷ ପତ୍ର ଧରି ଏହି ଚର୍ଚ୍ଚିତ ଅଟ୍ଟାଳିକାରେ ଆସି ପହଞ୍ଚିଛନ୍ତି ଜଣେ ଚିକିତ୍ସକ ତାଙ୍କ ପରିବାରବୃତ୍ତିରେ ପାଥୋଲୋଜିଷ୍ଟ ଥିବା  ଏହି ବ୍ୟକ୍ତି ଜଣକ ଭଡାରେ ଘରଟିକୁ  ନେଇଛନ୍ତିତେବେ ବୁରାରି ହରର ହାଉସରେ  ପୁଣି  କେହି ରହିବା ନିଶ୍ଚିତ ଭାବେ ଏକ ଚର୍ଚ୍ଚିତ ଖବର

{"id":203756,"sizeSlug":"large"}

  ବୁରାରି ହରର ହାଉସକୁ ଭଡା ନେଇଥିବା ପାଥୋଲୋଜିଷ୍ଟ ଜଣକ ହେଲେ ମୋହନ ସିଂ କାଶ୍ୟପସେ ତାଙ୍କ ପରିବାରକୁ ଧରି ରବିବାର ଏହି ଚର୍ଚ୍ଚିତ ମୃତ୍ୟୁର ଘରେ ପାଦ ଥାପିଛନ୍ତିତଳ ଘରେ ସେ ତାଙ୍କ ପାଥୋଲେଜି ଲ୍ୟାବ୍ ଖୋଲିବେ ଏବଂ ଉପର ମହଲାରେ ପରିବାର ସହ ରହିବେ ବୋଲି ସ୍ଥିର କରିଛନ୍ତି୨୦୧୮ ଜୁଲାଇ ପ୍ରଥମ ସପ୍ତାହରୁ ଚୁନ୍ଦୱାତ୍ ପରିବାରର ଏହି ଘରଟି ଖାଲି ପଡିଥିଲା

{"id":203757,"sizeSlug":"large"}

୨୦୧୮ ମସିହା ଜୁଲାଇ ତାରିଖରେ ବୁରାରି ହାଉସରେ ଘଟିଥିଲା ସେହି ଭୟଙ୍କର ଗଣ ମୃତ୍ୟୁଚୁନ୍ଦୱାତ ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ ଶରୀର ଲୁହା ରେଲିଂରୁ ଝୁଲିକରି ଥିଲାସମସ୍ତଙ୍କ ହାତ ବନ୍ଧା ଯାଇଥିଲାତେବେ ପରିବାର ମୁଖ୍ୟ ତଥା ସବୁଠୁ ବୟୋଜ୍ୟେଷ୍ଠ ୭୭ ବର୍ଷୀୟା ନୟନାଦେବୀଙ୍କ ମୃତ ଦେହ ଚଟାଣରେ ପଡିଥିଲାକୌଣସି କାରଣରୁ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ଆଶଙ୍କା  କରାଯାଉଥିଲାଚୁନ୍ଦୱାତ ପରିବାରର ତଥା ନୟନାଦେବୀଙ୍କ ଦୁଇ ସନ୍ତାନ ସେମାନଙ୍କ ପରିବାରରର କିଛି ଲୋକ ବାହାରେ ଥିବାରୁ ବର୍ତ୍ତିଯାଇଥିଲେକିନ୍ତୁ ପୁରା ଚୁନ୍ଦୱାତ ପରିବାର ପ୍ରାଣ ହରାଇଥିଲେକୌଣସି ଧାର୍ମିକ ଅନ୍ଧବିଶ୍ୱାସରେ ପୁରା ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ ବି ହୋଇଥିଲାକ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲେଶ୍ୱାସରୁଦ୍ଧ ହୋଇ ୧୧ ଜଣ ଯାକ ମୃତ୍ୟୁ ବରଣ କରିଥିବା ନେଇ ଆସିଥିଲା ରିପୋର୍ଟତେବେ ସେହି ଘଟଣା ପରଠୁ ଘରଟିକୁ ସିଲ୍ କରିଥିଲା ପୋଲିସ ।  ଗତ ଅକ୍ଟେବର ୧୯ ତାରିଖରେ ଚୁନ୍ଦୱାତ ପରିବାରର ସଦସ୍ୟ ଦିନେଶ ଚୁନ୍ଦୱାତଙ୍କୁ ପୋଲିସ  ଘରଟିକୁ ହସ୍ତାନ୍ତର କରିଥିଲା

{"id":203758,"sizeSlug":"large"}

ଘର ଭଡା ନେଇଥିବା ପାଥୋଲୋଜିଷ୍ଟ ମୋହନ ସିଂ କାଶ୍ୟପ ସେହି ନିକଟରେ ଆଗରୁ ରହୁଥିଲେତାଙ୍କ ପିଲା ମାନେ ଦେଢ ବର୍ଷ ତଳେ ସେହି ଘରକୁ ଟ୍ୟୁସନ ଲାଗି ଆସୁଥିଲେସେମାନେ ସେହି ଗଟମା ସଂପର୍କରେ ଜାଣନ୍ତି ,ଏବଂ ସେମାନେ ସେଠାରେ ରହିବାରେ ଭୟ କରନ୍ତି ନାହିଁ ବୋଲି କହିଛନ୍ତି କାଶ୍ୟପତେବେ ସେହି ଘରେ ଥିବା ୧୧ ଟି ସନ୍ଦିଗ୍ଧ ପାଇପ୍ ସଂପର୍କରେ କାସ୍ୟପ କୁହନ୍ତି ଯେ, ସେଥିରୁ କେତେକକୁ ବାୟୁ ନିର୍ଗମନ ଲାଗି ରଖାଯାଇଛି କେତେକକୁ ବନ୍ଦ କରିଦିଆଯାଇଛିଘରେ ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ଜିନିଷ, ପତ୍ର ସବୁକୁ ଦିନେଶ ଚୁନ୍ଦୱାତ୍ ସ୍ଥାନାନ୍ତର କରିଦେଇଥିବାରୁ ସମସ୍ୟା ନାହିଁଏବଂ ସେ ଭୂତ ପ୍ରେତରେ ବିଶ୍ୱାସ କରୁନଥିବା କହିଛନ୍ତି କାଶ୍ୟପସେପଟେ ପୁଣି ତାଙ୍କ ପରିବାରର ଘରେ ଲୋକ ରହିଥିବାରୁ ଖୁସି ଜାହିର କରିଛନ୍ତି ଦୀନେଶ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.